Home Top News କାଲିଠୁ ଖୋଲିବ ଶ୍ରୀମନ୍ଦିର : ମିଳିବ କାଳିଆ ଦର୍ଶନ

କାଲିଠୁ ଖୋଲିବ ଶ୍ରୀମନ୍ଦିର : ମିଳିବ କାଳିଆ ଦର୍ଶନ

119

ପୁରୀ ୨-୧ (ଓଡ଼ିଆ ପୁଅ): କୋଭିଡ୍ କଟକଣା ଭିତରେ ଖୋଲିବ ଶ୍ରୀମନ୍ଦିର। ପୁରୀ ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି। ଭକ୍ତ ଅନେଇ ବସିଛନ୍ତି କାଳିଆ ଦର୍ଶନ ପାଇଁ। ଆସନ୍ତା କାଲି ଅର୍ଥାତ୍ ୩ ତାରିଖରୁ ସର୍ବସାଧାରଣଙ୍କ ଲାଗି ଖୋଲିବ ପୁରୀ ଜଗନ୍ନାଥ ମନ୍ଦିର। ଏହା ପୂର୍ବରୁ ୨୩ ତାରିଖରୁ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ସେବାୟତଙ୍କୁ ଅନୁମତି ମିଳିଥିଲା। ପରେ ପୁରୀ ସହର ବାସୀଙ୍କୁ ୱାର୍ଡ଼ୱାରୀ ଅନୁମତି ପ୍ରଦାନ କରାଯାଇଥିଲା। ଆସନ୍ତା କାଲିଠାରୁ ଦୈନିକ ୧୫ ରୁ ୧୭ ହଜାର ଭକ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରି ପାରିବେ। ପୂର୍ବରୁ ୫ ହଜାର ଭକ୍ତ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଅନୁମତି ରହିଥିଲା। ତେବେ ଏଥିପାଇଁ ଭକ୍ତଙ୍କ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ନିହାତି ଆବଶ୍ୟକ। ନୂଆ ବର୍ଷ ପାଇଁ ୧ ଓ ୨ ତାରିଖ ଦର୍ଶନ ବନ୍ଦ ଅଛି। ଏଥିପାଇଁ ଭକ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି ଏବଂ ଭକ୍ତମାନେ ସାମାଜିକ ଦୂରତା ରକ୍ଷା କରି ସାନିଟାଇଜ୍ ହାଇ ମନ୍ଦିରକୁ ପ୍ରବେଶ କରିବେ। ଏ ନେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.