Home ଓଡ଼ିଶା ପୁରୀର ନୂତନ ଜିଲ୍ଲାପାଳ ଭାବେ ସମର୍ଥ ବର୍ମା ଦାୟିତ୍ୱ ଗ୍ରହଣ କଲେ

ପୁରୀର ନୂତନ ଜିଲ୍ଲାପାଳ ଭାବେ ସମର୍ଥ ବର୍ମା ଦାୟିତ୍ୱ ଗ୍ରହଣ କଲେ

34

ପୁରୀ, ୦୭/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଗତକାଲି ରାତିରେ ପୁରୀର ନୂତନ ଜିଲ୍ଲାପାଳ ଭାବେ ୨୦୧୧ ବ୍ୟାଚ୍ ଆଇଏଏସ୍ ସମର୍ଥ ବର୍ମା ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ଜିଲ୍ଲାପାଳ ବଲବନ୍ତ ସିଂ ରାଜ୍ୟ ଖଣି ବିଭାଗର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବା ଶ୍ରୀ ବର୍ମାଙ୍କୁ ପୁରୀ ଜିଲ୍ଲାପାଳଭାବେ ଅବସ୍ଥାପିତ କରାଯାଇଛି। ଗତକାଲି ରାତିରେ ଶ୍ରୀ ବର୍ମା ବିଧିବଧଭାବେ ଶ୍ରୀ ବଲବନ୍ତ ସିଂଠାରୁ ଦାୟିତତ୍ୱ ନେବା ପରେ ଉଭୟ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାର ତଦାରଖ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.