Home Top News ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: କଡ଼ା ସୁରକ୍ଷା ବଳୟରେ ପୁରୀ ସହର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: କଡ଼ା ସୁରକ୍ଷା ବଳୟରେ ପୁରୀ ସହର

25

ପୁରୀ ୧୬-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମରେ ଯୋଗଦେବେ ଦେଶ ବିଦେଶରୁ ଆସିଥିବା ଅନେକ ଅତିଥି। ଅନେକ ଭିଭିଆଇପି, ବିଶିଷ୍ଟ ବ୍ୟକ୍ତି ଏହି ଲୋକାର୍ପଣ ଉତ୍ସବରେ ଉପସ୍ଥିତ ରହିବେ। ଏଣୁ ଶ୍ରୀମନ୍ଦିର ଚତୁପାର୍ଶ୍ବ ସମେତ ବଡ଼ଦାଣ୍ଡ ଏବଂ ଅତିଥି ମାନେ ବସିବାକୁ ଥିବା ସଭାସ୍ଥଳୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଆଜି ପୁରୀ ଗସ୍ତରେ ଆସି ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଢ଼ଙ୍ଗୀ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ପୁରୀ ସହରରେ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ସୁରକ୍ଷା ଦାୟିତ୍ବରେ।

ଯଜ୍ଞ ସ୍ଥଳୀକୁ କେବଳ ପୂଜାରେ ନିୟୋଜିତ ଥିବା ପୂଜକ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ପ୍ରବେଶ ପାଇଁ ଅନୁମତି ରହିବ। ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ସାଧାରଣ ଭକ୍ତଙ୍କର ଯେଭଳି ଅସୁବିଧା ନହୁଏ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ ପ୍ରଶାସନ। ଟ୍ରାଫିକ ପରିଚାଳନାକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା ଡିଜିପି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.