Home ଜିଲ୍ଲା ପରିକ୍ରମା ସିପିଆଇଏମଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା

ସିପିଆଇଏମଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା

19

ପୁରୀ, ୦୭/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ମୋଦି ସରକାରଙ୍କର ୩ କୃଷି ଆଇନ ଓ ବିଦ୍ୟୁତ ସଂଶୋଧନ ବିଲକୁ ବିରୋଧ କରି ସିପିଆଇଏମ ପକ୍ଷରୁ ଆଜି ପୁର୍ବାହ୍ନରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠି ହୋଇଥିଲା। ସଂସଦରେ ବିନା ଆଲୋଚନାରେ ଦେଶୀ ଓ ବିଦେଶୀ କର୍ପୋରେଟ ସ୍ୱାର୍ଥରେ ୩ଟି ଯାକ କଳା ଆଇନ କୃଷି ଓ କୃଷକମାନଙ୍କ ସର୍ବନାଶ ହେବ ବୋଲି ୫୦୦ ରୁ ଉର୍ଦ୍ଧ୍ୱ କୃଷକ ସଂଗଠନ ଦିଲ୍ଲୀର ରାଜରାସ୍ତାରେ ଦୀର୍ଘ ୪୪ ଦିନ ଧରି ଲଢ଼େଇ ଜାରୀ ରଖିଛନ୍ତି। ଘରୋଇ ମଣ୍ଡି ଆଇନ, ଠିକା ଚାଷ ଆଇନ ଓ ଅତ୍ୟାବଶ୍ୟକ ଦ୍ରବ୍ୟ ସଂଶୋଧନ ଆଇନ ପ୍ରଣୟନ ଦ୍ୱାରା ଦେଶର କେବଳ ଚାଷୀ କ୍ଷତିଗ୍ରସ୍ତ ହେବେନି ପରୋକ୍ଷରେ ସାଧାରଣ ଖାଉଟି ମଧ୍ୟ ବେଶି କ୍ଷତିଗ୍ରସ୍ତ ହେବେ। ବଡ଼ବଡ଼ କମ୍ପାନୀ ହାତକୁ ଜମି, ଦର ନିର୍ଦ୍ଧାରଣ କ୍ଷମତା ଚାଲିଯିବ। ଖାଦ୍ୟ ସୁରକ୍ଷାରେ ଲୋକେ ପାଉଥିବା ରାସନ ସାମଗ୍ରୀ ଲୋକେ ପାଇବେ ନାହିଁ। ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସିପିଆଇଏମ ଦାବି କରିଛି। ସ୍ୱାମୀନାଥମ କମିସନ ସୁପାରିସ ଆଧାରରେ ଚାଷୀ ଫସଲର ଦେଢ଼ଗୁଣ ହିସାବ କରି ଏମଏସପି ଘୋଷଣା କରିବା ଓ ଅତ୍ୟଧିକ ଦର ବୃଦ୍ଧି ଓ ବେରଜୋଗାରୀ କୋରୋନା ବେଳେ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଥିବାବେଳେ ତୈଳଦର ଓ ଖାଉଟି ସାମଗ୍ରୀର ଦର ତୁରନ୍ତ ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟରେ ଦାବିପତ୍ର ଦିଆଯାଇଥିଲା।। ଏହି ଗଣଧାରଣାରେ ସରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ, ଗୋବିନ୍ଦ ନାୟକ, ମନୋରଞ୍ଜନ ମହାରଣା, ପ୍ରତିମା ଦେଓ, ଗୟାଧର ପାଣ୍ଡବ, ବିଭୁତି ରାଉତରାୟ, ପୂର୍ଣ୍ଣଚନ୍ଦ୍ର ମୁଦୁଲି, ମନୋଜ ବାରିକ ଓ ଟୁନା ନାୟକ ପ୍ରମୁଖ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.