ଆଇନସେବା ପ୍ରାଧିକରଣ ସମିତି ପକ୍ଷରୁ ଶ୍ରମିକ ଦିବସ ପାଳିତ

ଖଡିଆଳ/ନୂଆପଡା ୩/୫ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲା ଖଡିଆଳ ସ୍ଥିତ ତାଲୁକ ସ୍ତରୀୟ ଆଇନସେବା ପ୍ରାଧିକରଣ ସମିତି ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ଖଡିଆଳ ସ୍ଥିତ କୋର୍ଟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ତାଲୁକ ସ୍ତରୀୟ ଆଇନସେବା ସମିତି ଅଧ୍ୟକ୍ଷ ତଥା ସବଜଜ ସଂଘମିତ୍ରା ଦାସ, ପ୍ରଥମ ଶ୍ରେଣୀ ବିଚାରପତି ଶ୍ରଦ୍ଧାଞ୍ଜଳୀ ରାୟ, ଆଇନଜୀବୀ ରବିନ୍ଦ୍ର କୁମ୍ଭାର, ଆଇନଜୀବୀ ପୁର୍ଣ୍ଣଚନ୍ଦ୍ର ମେହେର, ମେଜର ଡଃ ରାମଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଶ୍ରମିକ ଆଇନ, ଶ୍ରମିକଙ୍କ ଅଧିକାର, ପ୍ରବାସୀ ଶ୍ରମିକ ଆଇନ, ନିର୍ମାଣ ଶ୍ରମିକ ଅଧିନିୟମ, ଶିଶୁ ଶ୍ରମିକ ଉଚ୍ଛେଦ ଆଇନ, ବିଭିନ୍ନ ସରକାରୀ ଯୋଜନା ଉପରେ ଦୃଷ୍ଟି ଆକର୍ଷଣ…

"ଆଇନସେବା ପ୍ରାଧିକରଣ ସମିତି ପକ୍ଷରୁ ଶ୍ରମିକ ଦିବସ ପାଳିତ"

ଦୂର୍ଦିନରେ କେନ୍ଦୁପତ୍ର ଶ୍ରମିକ ତୋଲାଳୀ

ଖଡିଆଳ/ନୂଆପଡା ୩/୫ (ଓଡିଆ ପୁଅ / ସୁଜିତ କୁମାର ପ୍ରଧାନ):-ଓଡିଶା ସରକାର କେନ୍ଦୁପତ୍ର ବିଭାଗ ମାଧ୍ୟମରେ ହଜାର ହଜାର କୋଟି ଟଙ୍କା ରାଜସ୍ୟ ପାଉଛନ୍ତି। ଏହି ରାଜସ୍ୟ ଟଙ୍କା ମାଧ୍ୟମରେ ଅନେକ ଜନ ହିତକର ଯୋଜନା କରୁଛନ୍ତି। କେନ୍ଦୁପତ୍ର ତୋଲିଳୀ ମାନେ ଅନେକ ସମୟରେ କେନ୍ଦୁପତ୍ର ସଂଘ ମାଧ୍ୟମରେ ଦର ବୃଦ୍ଦି କରିବା ପାଇଁ ଆନ୍ଦୋଳନ କରିଛନ୍ତି। ସରକାର କେନ୍ଦୁପତ୍ର ତୋଲାଳୀ ମାନଙ୍କର ଉଚିତ ଦରବୃଦ୍ଦି କରିବା ପାଇଁ ଆଶ୍ୱସନା ଦେଇଛନ୍ତି। କିନ୍ତୁ ନୂଆପଡା ଜିଲ୍ଲା ଖଡିଆଳ, ବୋଡେନ ବ୍ଲକ ଅଞ୍ଚଳ ର କେନ୍ଦୁପତ୍ର ତୋଲାଳୀ ମାନେ ଏହି ସବୁ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ସୁଚନା ମତେ ବୋଡେନ ବ୍ଲକ ଭଇସାଦାନୀ ଗ୍ରାମପଞ୍ଚାୟତର…

"ଦୂର୍ଦିନରେ କେନ୍ଦୁପତ୍ର ଶ୍ରମିକ ତୋଲାଳୀ"

ନିଆଁ ଲାଗି ୪ ବଖର ଘର ପୋଡିଗଲା

ଖଡିଆଳ୨୮/୪(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ):- ନୁଆପଡା ଜିଲା ଖଡିଆଳ ବ୍ଲକ ବାଦୀ ପଞ୍ଚାୟତର ସନ୍ଧିବାହାଲି ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରରେ ନିଆଁ ଲାଗି ଦୁଇ ପରିବାରର ୪ବଖରା ଘର ପୋଡି ଯାଇଥିବା ଅଭିଯୋଗ ହୋଇଛି। ସୂଚନାମତେ ସନ୍ଧିବାହାଲି ମାଳପଡା ଗ୍ରାମର ମିନକେତନ ପଟେଲ ଏବଂ ଝସକେତନ ପଟେଲଙ୍କ ପରିବାର ଲୋକେ ଘରେ ଶୋଇଥିବା ଅବସ୍ଥାରେ କୈାଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା। ଫଳରେ ଘରେ ଥିବା ଟଙ୍କା, ଘରୋଇ ସାମଗ୍ରୀ, ଧାନ ଚାଉଳ ପୋଡି ଯାଇଥିବା ଦେଖିବାକୁ ମିଳିଛି। ଖବର ପାଇ ଖଡିଆଳ ଅଗ୍ନିଶମ ଏବଂ ଗ୍ରାମବାସୀ ନିଆଁକୁ ଲିଭାଇ ଆୟତ୍ତ କରିଥିଲେ। ଏନେଇ ପରିବାର ଲୋକେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ଅଭିଯୋଗ କରି ଉପଯୁକ୍ତ…

"ନିଆଁ ଲାଗି ୪ ବଖର ଘର ପୋଡିଗଲା"

ଟଙ୍କା ଓ ମୋବାଇଲ୍ ଲୁଟିବା ଅଭିଯୋଗରେ ଲୁଟେରା ଗିରଫ

ଖଡିଆଳ୨୮/୪(ଓଡିଆ ପୁଅ/ ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ଗଙ୍ଗା ମୋବାଇଲ୍ ଦୋକାନରୁ ଗତ ୨୧ ତାରିଖ ଦିନ ଚୋରୀ ହୋଇଥିବା ନେଇ ଖଡିଆଳ ଥାନାରେ ଅଭିଯୋଗ ହୋଇଥିଲା। ସେଠାରୁ ଲୁଟେରା ଏକ ମୋବାଇଲ ସହ ୫୧ହଜାର ଟଙ୍କା ଲୁଟ୍ କରି ଫେରାର ମାରିଥିଲା। ପୋଲିସ ଘଟଣାର ତଦନ୍ତ କରି ଖଡିଆଳ ବ୍ଲକ ତୁକଲା ପଞ୍ଚାୟତର ଖଇରଭାଡି ଗ୍ରାମର ବେଦପତି ଠେଲାଙ୍କୁ ମାଳପଡାର ଏକ ଢାବାରୁ ଗିରଫ କରିଥିବା ଜଣାପଡିଛି। ତାକୁ ଆଜି କୋର୍ଟଚାଳାଣ କରାଯାଇଛି।

"ଟଙ୍କା ଓ ମୋବାଇଲ୍ ଲୁଟିବା ଅଭିଯୋଗରେ ଲୁଟେରା ଗିରଫ"

ଖଡିଆଳରେ ପାନୀୟ ଜଳ ସମସ୍ୟା ଉତ୍କଟ

ଖଡିଆଳ ୨୮/୪(ଓଡିଆ ପୁଅ ସୁଜିତ କୁମାର ପ୍ରଧାନ)ଚଳିତ ବର୍ଷ ମାର୍ଚ୍ଚ ମାସ ଆରମ୍ଭରୁ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଖଡ଼ିଆଳ ସହର ଏବଂ ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ବିଶେଷ କରି ଖଡ଼ିଆଳ ସହରର ୩/୪ ଗୋଟି ୱାର୍ଡ ସହ ଗ୍ରାମାଞ୍ଚଳ ମାନଙ୍କରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ପାଣି ଟିକକ ପାଇଁ ଗରିବ ଲୋକେ ନାହିଁ ନଥିବା ସମସ୍ୟା ଭୋଗ କରୁଥିବା ବେଳେ ଧନି ଶ୍ରେଣୀର ଲୋକେ ସମସ୍ୟାରୁ ଉର୍ଦ୍ଧରେ ରହିଛନ୍ତି। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଧନି ଶ୍ରେଣୀର ଲୋକେ ବୋରୱେଲ୍ ମାଧ୍ୟମରେ ମୋଟର ସଂଯୋଗ କରି ବିନା ପରିଶ୍ରମରେ ପ୍ରଚୁର ପାଣି ପାଉଥିବା ବେଳେ ଗରିବ…

"ଖଡିଆଳରେ ପାନୀୟ ଜଳ ସମସ୍ୟା ଉତ୍କଟ"

ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ମହିଲା ସଶକ୍ତିକରଣ କର୍ମଶାଳା

ଖଡିଆଳ/ନୂଆପଡା,ତା,୨୮/୪(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲା ଖଡିଆଳ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ମହି ସଶକ୍ତିକରଣ ଶିର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଖଡିଆଳ ବ୍ଲକର ୨୬ ଗୋଟି ପଞ୍ଚାୟତର ନବନିର୍ବାଚିତ ମହିଲା ପ୍ରତିନିଧି ମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ନବନିର୍ବାଚିତ ମହିଲା ନେତ୍ରୀମାନଙ୍କୁ ସ୍ୱାଗତ ଜଣାଇବା ସହ ଗ୍ରାନପଞ୍ଚାୟତ ପରିଚାଳନାରେ ଅଭିଜ୍ଞତାର ଆଦାନପ୍ରଦାନ,ବ୍ଲକ ପ୍ରଶାସନ ସହିତ ଯୋଗସୁତ୍ର ସ୍ଥାପନ, କର୍ମଶାଳାର ଉଦ୍ଦେଶ୍ୟ,ଆଗାମି ୫ ବର୍ଷ ନିଜ ଅଞ୍ଚଳରେ କିପରି କାମ କରିବେ ପ୍ରମୁଖ ବିଷୟକୁ ନେଇ ଆଲୋଚନା ହୋଇଥିଲା। ଏହି କର୍ମଶାଳାରେ ଅଲିଭା ମହାସଂଘର ସଭାନେତ୍ରୀ ରଜନୀ ହଂସ,ଇଶ୍ୱରୀ ବିଶି,ଋକ୍ମଣୀ ମାଝୀ,ଆୟୁସ୍କାମର ନିଦ୍ଦେଶକ ଡଃ ଅଜିତ କୁମାର…

"ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ମହିଲା ସଶକ୍ତିକରଣ କର୍ମଶାଳା"

ପର୍ଯ୍ୟଟନସ୍ଥଳୀ ପାତାଲ ଗଙ୍ଗା ଅବହେଳିତ, ବିକାଶ କେବେ ?

ଖଡିଆଳ୨୮/୪(ଓଡିଆ ପୁଅ ସୁଜିତ କୁମାର ପ୍ରଧାନ) ନୁଆପଡା ଜିଲାରେ ଅନେକ ପ୍ରାଚୀନ ପୈାରାଣିକସ୍ଥଳୀ ଅବସ୍ଥିତ। ସେଥିମଧ୍ୟରୁ ବୋଡେନ ବ୍ଲକର ‘ପାତାଳଗଙ୍ଗା’ ଅନ୍ୟତମ। ନୁଆପଡା ଜିଲା ସଦର ମହକୁମାଠାରୁ ୧୦୦ ଏବଂ ଖଡିଆଳ ସହରଠାରୁ ୩୦ କି.ମି ଦୂରରେ ଅବସ୍ଥିତ ଏହି ଅବହେଳିତ ପର୍ଯ୍ୟଟନସ୍ଥଳୀ ପାତାଳଗଙ୍ଗା। ପୈାରାଣିକ ଦୃଷ୍ଟିରୁ ବିଚାର କଲେଏହି ଧର୍ମସ୍ଥଳୀର ଉତ୍ପତ୍ତି ମୁନରେ ୨ଟି କାରଣ ରହିଛି।  ଗୋଟିଏ ହେଲା ତେତ୍ରୟା ଯୁଗରେ ଚଉଦ ବର୍ଷବନବାସ ପାଇଁ ରାମ ଲକ୍ଷ୍ମଣ ସୀତା ପଞ୍ଚବଟୀ ପାରହୋଇ ଦଣ୍ଡକାରଣ୍ୟରେ ପ୍ରବେଶ କରି ଗୁରୁଡଙ୍ଗର ପାଦ ଦେଶରେ ପହଞ୍ଚି ଥିଲେ। ଧରାପୃଷ୍ଠରେ ଗ୍ରୀଷ୍ମଋତୁ ଥିବାରୁ ତୃଷ୍ଣା ନିବାରଣ ପାଇଁ ଲକ୍ଷ୍ମଣ  ପାଣିର ସନ୍ଧାନ ନପାଇ ଶର ଦ୍ୱାରା ଧରିତ୍ରୀର…

"ପର୍ଯ୍ୟଟନସ୍ଥଳୀ ପାତାଲ ଗଙ୍ଗା ଅବହେଳିତ, ବିକାଶ କେବେ ?"

ଖଡିଆଳରେ ତାପମାନ ବଢ଼ିଲା ,ବିଦ୍ୟାଳୟ ମାନଙ୍କୁ ଛୁଟି କରିବା ପାଇଁ ଦାବି

ଖଡିଆଳ ୨୮/୪ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ରେ ବର୍ତ୍ତମାନ ତାପମାନ ୪୩ ଡିଗ୍ରୀ କୁ ଛୁଇଲାଣି। ତାପମାନ ପ୍ରକୋପରେ ସକାଳ ୮ ଘଣ୍ଟାରୁ ଅନୁଭୁତ ହେଉଛି। ନିଜ ଦୈନନ୍ଦିନ କାମ ଥିଲେ ଆଖପାଖ ଅଞ୍ଚଳରୁ ଆସୁଥିବା ଲୋକମାନେ ସକାଳରୁ ନିଜ ନିଜ ଦୈନିକ ବଜାର କାମ ସାରି ଘରକୁ ଫେରିଯାଉଥିବା ଦେଖିବାକୁ ମିଳିଛି। ଦିନ ୧୦ ତା ରୁ ୧୧ ସମୟରେ ଖଡିଆଳ ସହର ଶୁନଶାନ ହୋଇଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରାଥମିକ,ଉଚ୍ଚ ପ୍ରାଥମିକ,ମାଧ୍ୟମିକ ଓ ମହାବିଦ୍ୟାଳୟ ମାନ ପାଠ ପଢା ହେଉଛି। ଯାହା ଫଳରେ ଛାତ୍ରଛାତ୍ରୀ ମାନଙ୍କର ଅଂଶୁଘାତ ଜନିତ ସମସ୍ୟା ଶୃଷ୍ଟିହୋଇ ପାରେ ବୋଲି ଆଂଶଙ୍କା…

"ଖଡିଆଳରେ ତାପମାନ ବଢ଼ିଲା ,ବିଦ୍ୟାଳୟ ମାନଙ୍କୁ ଛୁଟି କରିବା ପାଇଁ ଦାବି"

ଲାଞ୍ଜି ଗ୍ରାମର ପାନୀୟ ଜଳ ସମସ୍ୟା ଦୂର ହେବ କେବେ ?

ଖଡିଆଳ ୨/୫ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲା ଖଡିଆଳ ବ୍ଲକ ଲାଞ୍ଜି ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୁପ ଧାରଣ କରିଛି।  ଫଳରେ ବିଶୁଦ୍ଧ ପାନୀୟ ଜଳ ନପାଇ ଲୋକେ ଫ୍ଲୋରାଇଡ୍ ଯୁକ୍ତ ବିଷାକ୍ତ  ପାନୀୟଜଳ ସେବନ କରି  ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଲିଖିତ ଜଣାଇ ଆସୁଥିଲେ ହେଁ କୈାଣସି ସୁଫଳ ମିଳିନଥିବା ନେଇ ଗ୍ରାମର ମହିଳା ଓ ପୁରୁଷମାନେ ଅଭିଯୋଗ କରିଛନ୍ତି। ନୂଆପଡା ଜିଲାରେ ପ୍ରଚଣ୍ଡ ରୁଦ୍ର ତାପର ପ୍ରକୋପ ଦେଖିବାକୁ ମିଳିଛି। ସକାଳ ୯ଘଣ୍ଟା ସମୟରୁ  ସୂର୍ଯ୍ୟରଶ୍ମି କିରଣରେ ଲୋକେ…

"ଲାଞ୍ଜି ଗ୍ରାମର ପାନୀୟ ଜଳ ସମସ୍ୟା ଦୂର ହେବ କେବେ ?"

ଅହେତୁକ ବିଦ୍ୟୁତ୍ କାଟ ଜନଜୀବନ ଅସ୍ତବ୍ୟସ୍ତ

ଖଡିଆଳ୨୮/୪ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲା ଖଡିଆଳ ସହରର ଓ ଗ୍ରାମାଞ୍ଚଳରେ ମନମୁଖି ବିଦ୍ୟୁତ୍ କାଟ ହେଉଥିବାରୁ ଜନସାଧାରଣ ନାହିଁନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତ ସମସ୍ୟା ଦୀର୍ଘ ବର୍ଷରୁ ଲାଗି ରହିଥିଲେ ମଧ୍ୟ ତାର ସମାଧାନ କ୍ଷେତ୍ରରେ କେହିମଧ୍ୟ ଗୁରୁତ୍ୱ ଦେଉନାହାନ୍ତି।  ଫଳରେ ବର୍ତ୍ତମାନ ୪୪ଡିଗ୍ରୀର ତାପମାତ୍ରାରେ ଲୋକେ ନାନା ସମସ୍ୟା ଭୋଗ କରୁଥିବା ବେଲେ ଅଘୋଷିତ ବିଦ୍ୟୁତ୍ କାଟ ଲୋକମାନଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ରୋଗୀ,ବୃଦ୍ଧ,ବୃଦ୍ଧା ଓ ଛୋଟ ଶିଶୁ ମାନଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଯାଇଛି। ଅନ୍ୟପକ୍ଷରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ଅଭାବ ରହୁଥିବା କହି ବିଭାଗୀୟ ଅଧିକାରୀ ନିଜ ଦୋଷରୁ ଏଡାଇ ଯାଉଛନ୍ତି। ଖଡିଆଳ ସହରର ବିଦ୍ୟୁତ୍ ଯୋଗାଣ ନିୟମିତ…

"ଅହେତୁକ ବିଦ୍ୟୁତ୍ କାଟ ଜନଜୀବନ ଅସ୍ତବ୍ୟସ୍ତ"