ନିଆଁ ଲାଗି ୪ ବଖର ଘର ପୋଡିଗଲା

ଖଡିଆଳ୨୮/୪(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ):- ନୁଆପଡା ଜିଲା ଖଡିଆଳ ବ୍ଲକ ବାଦୀ ପଞ୍ଚାୟତର ସନ୍ଧିବାହାଲି ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରରେ ନିଆଁ ଲାଗି ଦୁଇ ପରିବାରର ୪ବଖରା ଘର ପୋଡି ଯାଇଥିବା ଅଭିଯୋଗ ହୋଇଛି। ସୂଚନାମତେ ସନ୍ଧିବାହାଲି ମାଳପଡା ଗ୍ରାମର ମିନକେତନ ପଟେଲ ଏବଂ ଝସକେତନ ପଟେଲଙ୍କ ପରିବାର ଲୋକେ ଘରେ ଶୋଇଥିବା ଅବସ୍ଥାରେ କୈାଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା। ଫଳରେ ଘରେ ଥିବା ଟଙ୍କା, ଘରୋଇ ସାମଗ୍ରୀ, ଧାନ ଚାଉଳ ପୋଡି ଯାଇଥିବା ଦେଖିବାକୁ ମିଳିଛି। ଖବର ପାଇ ଖଡିଆଳ ଅଗ୍ନିଶମ ଏବଂ ଗ୍ରାମବାସୀ ନିଆଁକୁ ଲିଭାଇ ଆୟତ୍ତ କରିଥିଲେ। ଏନେଇ ପରିବାର ଲୋକେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ଅଭିଯୋଗ କରି ଉପଯୁକ୍ତ…

"ନିଆଁ ଲାଗି ୪ ବଖର ଘର ପୋଡିଗଲା"

ଟଙ୍କା ଓ ମୋବାଇଲ୍ ଲୁଟିବା ଅଭିଯୋଗରେ ଲୁଟେରା ଗିରଫ

ଖଡିଆଳ୨୮/୪(ଓଡିଆ ପୁଅ/ ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ଗଙ୍ଗା ମୋବାଇଲ୍ ଦୋକାନରୁ ଗତ ୨୧ ତାରିଖ ଦିନ ଚୋରୀ ହୋଇଥିବା ନେଇ ଖଡିଆଳ ଥାନାରେ ଅଭିଯୋଗ ହୋଇଥିଲା। ସେଠାରୁ ଲୁଟେରା ଏକ ମୋବାଇଲ ସହ ୫୧ହଜାର ଟଙ୍କା ଲୁଟ୍ କରି ଫେରାର ମାରିଥିଲା। ପୋଲିସ ଘଟଣାର ତଦନ୍ତ କରି ଖଡିଆଳ ବ୍ଲକ ତୁକଲା ପଞ୍ଚାୟତର ଖଇରଭାଡି ଗ୍ରାମର ବେଦପତି ଠେଲାଙ୍କୁ ମାଳପଡାର ଏକ ଢାବାରୁ ଗିରଫ କରିଥିବା ଜଣାପଡିଛି। ତାକୁ ଆଜି କୋର୍ଟଚାଳାଣ କରାଯାଇଛି।

"ଟଙ୍କା ଓ ମୋବାଇଲ୍ ଲୁଟିବା ଅଭିଯୋଗରେ ଲୁଟେରା ଗିରଫ"

ଖଡିଆଳରେ ପାନୀୟ ଜଳ ସମସ୍ୟା ଉତ୍କଟ

ଖଡିଆଳ ୨୮/୪(ଓଡିଆ ପୁଅ ସୁଜିତ କୁମାର ପ୍ରଧାନ)ଚଳିତ ବର୍ଷ ମାର୍ଚ୍ଚ ମାସ ଆରମ୍ଭରୁ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଖଡ଼ିଆଳ ସହର ଏବଂ ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ବିଶେଷ କରି ଖଡ଼ିଆଳ ସହରର ୩/୪ ଗୋଟି ୱାର୍ଡ ସହ ଗ୍ରାମାଞ୍ଚଳ ମାନଙ୍କରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ପାଣି ଟିକକ ପାଇଁ ଗରିବ ଲୋକେ ନାହିଁ ନଥିବା ସମସ୍ୟା ଭୋଗ କରୁଥିବା ବେଳେ ଧନି ଶ୍ରେଣୀର ଲୋକେ ସମସ୍ୟାରୁ ଉର୍ଦ୍ଧରେ ରହିଛନ୍ତି। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଧନି ଶ୍ରେଣୀର ଲୋକେ ବୋରୱେଲ୍ ମାଧ୍ୟମରେ ମୋଟର ସଂଯୋଗ କରି ବିନା ପରିଶ୍ରମରେ ପ୍ରଚୁର ପାଣି ପାଉଥିବା ବେଳେ ଗରିବ…

"ଖଡିଆଳରେ ପାନୀୟ ଜଳ ସମସ୍ୟା ଉତ୍କଟ"

ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ମହିଲା ସଶକ୍ତିକରଣ କର୍ମଶାଳା

ଖଡିଆଳ/ନୂଆପଡା,ତା,୨୮/୪(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲା ଖଡିଆଳ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ମହି ସଶକ୍ତିକରଣ ଶିର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଖଡିଆଳ ବ୍ଲକର ୨୬ ଗୋଟି ପଞ୍ଚାୟତର ନବନିର୍ବାଚିତ ମହିଲା ପ୍ରତିନିଧି ମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ନବନିର୍ବାଚିତ ମହିଲା ନେତ୍ରୀମାନଙ୍କୁ ସ୍ୱାଗତ ଜଣାଇବା ସହ ଗ୍ରାନପଞ୍ଚାୟତ ପରିଚାଳନାରେ ଅଭିଜ୍ଞତାର ଆଦାନପ୍ରଦାନ,ବ୍ଲକ ପ୍ରଶାସନ ସହିତ ଯୋଗସୁତ୍ର ସ୍ଥାପନ, କର୍ମଶାଳାର ଉଦ୍ଦେଶ୍ୟ,ଆଗାମି ୫ ବର୍ଷ ନିଜ ଅଞ୍ଚଳରେ କିପରି କାମ କରିବେ ପ୍ରମୁଖ ବିଷୟକୁ ନେଇ ଆଲୋଚନା ହୋଇଥିଲା। ଏହି କର୍ମଶାଳାରେ ଅଲିଭା ମହାସଂଘର ସଭାନେତ୍ରୀ ରଜନୀ ହଂସ,ଇଶ୍ୱରୀ ବିଶି,ଋକ୍ମଣୀ ମାଝୀ,ଆୟୁସ୍କାମର ନିଦ୍ଦେଶକ ଡଃ ଅଜିତ କୁମାର…

"ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ମହିଲା ସଶକ୍ତିକରଣ କର୍ମଶାଳା"

ପର୍ଯ୍ୟଟନସ୍ଥଳୀ ପାତାଲ ଗଙ୍ଗା ଅବହେଳିତ, ବିକାଶ କେବେ ?

ଖଡିଆଳ୨୮/୪(ଓଡିଆ ପୁଅ ସୁଜିତ କୁମାର ପ୍ରଧାନ) ନୁଆପଡା ଜିଲାରେ ଅନେକ ପ୍ରାଚୀନ ପୈାରାଣିକସ୍ଥଳୀ ଅବସ୍ଥିତ। ସେଥିମଧ୍ୟରୁ ବୋଡେନ ବ୍ଲକର ‘ପାତାଳଗଙ୍ଗା’ ଅନ୍ୟତମ। ନୁଆପଡା ଜିଲା ସଦର ମହକୁମାଠାରୁ ୧୦୦ ଏବଂ ଖଡିଆଳ ସହରଠାରୁ ୩୦ କି.ମି ଦୂରରେ ଅବସ୍ଥିତ ଏହି ଅବହେଳିତ ପର୍ଯ୍ୟଟନସ୍ଥଳୀ ପାତାଳଗଙ୍ଗା। ପୈାରାଣିକ ଦୃଷ୍ଟିରୁ ବିଚାର କଲେଏହି ଧର୍ମସ୍ଥଳୀର ଉତ୍ପତ୍ତି ମୁନରେ ୨ଟି କାରଣ ରହିଛି।  ଗୋଟିଏ ହେଲା ତେତ୍ରୟା ଯୁଗରେ ଚଉଦ ବର୍ଷବନବାସ ପାଇଁ ରାମ ଲକ୍ଷ୍ମଣ ସୀତା ପଞ୍ଚବଟୀ ପାରହୋଇ ଦଣ୍ଡକାରଣ୍ୟରେ ପ୍ରବେଶ କରି ଗୁରୁଡଙ୍ଗର ପାଦ ଦେଶରେ ପହଞ୍ଚି ଥିଲେ। ଧରାପୃଷ୍ଠରେ ଗ୍ରୀଷ୍ମଋତୁ ଥିବାରୁ ତୃଷ୍ଣା ନିବାରଣ ପାଇଁ ଲକ୍ଷ୍ମଣ  ପାଣିର ସନ୍ଧାନ ନପାଇ ଶର ଦ୍ୱାରା ଧରିତ୍ରୀର…

"ପର୍ଯ୍ୟଟନସ୍ଥଳୀ ପାତାଲ ଗଙ୍ଗା ଅବହେଳିତ, ବିକାଶ କେବେ ?"

ଖଡିଆଳରେ ତାପମାନ ବଢ଼ିଲା ,ବିଦ୍ୟାଳୟ ମାନଙ୍କୁ ଛୁଟି କରିବା ପାଇଁ ଦାବି

ଖଡିଆଳ ୨୮/୪ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ରେ ବର୍ତ୍ତମାନ ତାପମାନ ୪୩ ଡିଗ୍ରୀ କୁ ଛୁଇଲାଣି। ତାପମାନ ପ୍ରକୋପରେ ସକାଳ ୮ ଘଣ୍ଟାରୁ ଅନୁଭୁତ ହେଉଛି। ନିଜ ଦୈନନ୍ଦିନ କାମ ଥିଲେ ଆଖପାଖ ଅଞ୍ଚଳରୁ ଆସୁଥିବା ଲୋକମାନେ ସକାଳରୁ ନିଜ ନିଜ ଦୈନିକ ବଜାର କାମ ସାରି ଘରକୁ ଫେରିଯାଉଥିବା ଦେଖିବାକୁ ମିଳିଛି। ଦିନ ୧୦ ତା ରୁ ୧୧ ସମୟରେ ଖଡିଆଳ ସହର ଶୁନଶାନ ହୋଇଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରାଥମିକ,ଉଚ୍ଚ ପ୍ରାଥମିକ,ମାଧ୍ୟମିକ ଓ ମହାବିଦ୍ୟାଳୟ ମାନ ପାଠ ପଢା ହେଉଛି। ଯାହା ଫଳରେ ଛାତ୍ରଛାତ୍ରୀ ମାନଙ୍କର ଅଂଶୁଘାତ ଜନିତ ସମସ୍ୟା ଶୃଷ୍ଟିହୋଇ ପାରେ ବୋଲି ଆଂଶଙ୍କା…

"ଖଡିଆଳରେ ତାପମାନ ବଢ଼ିଲା ,ବିଦ୍ୟାଳୟ ମାନଙ୍କୁ ଛୁଟି କରିବା ପାଇଁ ଦାବି"

ଲାଞ୍ଜି ଗ୍ରାମର ପାନୀୟ ଜଳ ସମସ୍ୟା ଦୂର ହେବ କେବେ ?

ଖଡିଆଳ ୨/୫ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲା ଖଡିଆଳ ବ୍ଲକ ଲାଞ୍ଜି ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୁପ ଧାରଣ କରିଛି।  ଫଳରେ ବିଶୁଦ୍ଧ ପାନୀୟ ଜଳ ନପାଇ ଲୋକେ ଫ୍ଲୋରାଇଡ୍ ଯୁକ୍ତ ବିଷାକ୍ତ  ପାନୀୟଜଳ ସେବନ କରି  ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଲିଖିତ ଜଣାଇ ଆସୁଥିଲେ ହେଁ କୈାଣସି ସୁଫଳ ମିଳିନଥିବା ନେଇ ଗ୍ରାମର ମହିଳା ଓ ପୁରୁଷମାନେ ଅଭିଯୋଗ କରିଛନ୍ତି। ନୂଆପଡା ଜିଲାରେ ପ୍ରଚଣ୍ଡ ରୁଦ୍ର ତାପର ପ୍ରକୋପ ଦେଖିବାକୁ ମିଳିଛି। ସକାଳ ୯ଘଣ୍ଟା ସମୟରୁ  ସୂର୍ଯ୍ୟରଶ୍ମି କିରଣରେ ଲୋକେ…

"ଲାଞ୍ଜି ଗ୍ରାମର ପାନୀୟ ଜଳ ସମସ୍ୟା ଦୂର ହେବ କେବେ ?"

ଅହେତୁକ ବିଦ୍ୟୁତ୍ କାଟ ଜନଜୀବନ ଅସ୍ତବ୍ୟସ୍ତ

ଖଡିଆଳ୨୮/୪ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲା ଖଡିଆଳ ସହରର ଓ ଗ୍ରାମାଞ୍ଚଳରେ ମନମୁଖି ବିଦ୍ୟୁତ୍ କାଟ ହେଉଥିବାରୁ ଜନସାଧାରଣ ନାହିଁନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତ ସମସ୍ୟା ଦୀର୍ଘ ବର୍ଷରୁ ଲାଗି ରହିଥିଲେ ମଧ୍ୟ ତାର ସମାଧାନ କ୍ଷେତ୍ରରେ କେହିମଧ୍ୟ ଗୁରୁତ୍ୱ ଦେଉନାହାନ୍ତି।  ଫଳରେ ବର୍ତ୍ତମାନ ୪୪ଡିଗ୍ରୀର ତାପମାତ୍ରାରେ ଲୋକେ ନାନା ସମସ୍ୟା ଭୋଗ କରୁଥିବା ବେଲେ ଅଘୋଷିତ ବିଦ୍ୟୁତ୍ କାଟ ଲୋକମାନଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ରୋଗୀ,ବୃଦ୍ଧ,ବୃଦ୍ଧା ଓ ଛୋଟ ଶିଶୁ ମାନଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଯାଇଛି। ଅନ୍ୟପକ୍ଷରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ଅଭାବ ରହୁଥିବା କହି ବିଭାଗୀୟ ଅଧିକାରୀ ନିଜ ଦୋଷରୁ ଏଡାଇ ଯାଉଛନ୍ତି। ଖଡିଆଳ ସହରର ବିଦ୍ୟୁତ୍ ଯୋଗାଣ ନିୟମିତ…

"ଅହେତୁକ ବିଦ୍ୟୁତ୍ କାଟ ଜନଜୀବନ ଅସ୍ତବ୍ୟସ୍ତ"

ଉତ୍କଳ ବିକାଶ ପରିଷଦ ଭୁବନେଶ୍ୱରରୁ ସମ୍ମାନୀତ

ଖଡିଆଳ୨/୫ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ଖଡିଆଳ ସହର ବ୍ରାହ୍ମଣ ପଡା ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ପୁର୍ବତନ ଉପ କୁଳପତି ପ୍ରମୋଦ ଦଣ୍ଡସେନା ଉତ୍କଳ ବିକାଶ ପରିଷଦ ଭୁବନେଶ୍ୱର ଦ୍ୱାରା ସମ୍ମାନୀତ ହୋଇଛନ୍ତି। ପ୍ରକାଶ ଯେ ଗତ ୧୪ ଏପ୍ରିଲ ତାରିଖ ରେ ଭୁବନେଶ୍ୱର ଠାରେ ଉତ୍କଳ ବିକାଶ ପରିଷଦ ଉନିବିଂଶ ତମ ବାର୍ଷିକ ବିଷୁବ ଅଧିବେଶନରେ ତଥା ପାଇକ ବିଦ୍ରୋହ ଦ୍ୱିଶତ ବର୍ଷ ପୁର୍ତ୍ତି ପାଳନ ଅବସରରେ ଶ୍ରୀ ଦଣ୍ଡସେନା ଙ୍କୁ ସମ୍ମାନୀତ କରାଯାଇଥିଲା। ଶ୍ରୀ ଦଣ୍ଡସେନା ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ଉପ କୁଳପତି ରହି ସମାଜ ର ଉନ୍ନିତି ପଥରେ ଆଗେଇ ନେବାରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା…

"ଉତ୍କଳ ବିକାଶ ପରିଷଦ ଭୁବନେଶ୍ୱରରୁ ସମ୍ମାନୀତ"

ଓମ ସାଇ ପବ୍ଲିକ ସ୍କୁଲର ୫ତମ ବାର୍ଷିକ ଉତ୍ସବ ପାଳିତ

ଖଡିଆଳ ୨୨-୪ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ):- ନୁଆପଡା ଜିଲା ଖଡିଆଳ ସ୍ଥିତ ଓମ ସାଇ ପବ୍ଲିକ ସ୍କୁଲର ୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓମ ସାଇ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ତଥା ନିଦେ୍ର୍ଦଶକ ଅନିଲ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଖଡିଆଳ ବ୍ଲକଅଧ୍ୟକ୍ଷ ବାଲକୃଷ୍ଣ ଶବର, ମୁଖ୍ୟ ବକ୍ତା ଭାବରେ ଖଡିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ରାଜନୀତି ବିଭାଗ ମୁଖ୍ୟ ଡ. ପଦ୍ମଲୋଚନ ବର୍ମା, ସମ୍ମାନୀତ ଅତିଥି ଭାବରେ ନୁଆପଡା ଜିଲା ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାଣ୍ଡେ, ବିଜେଡି ନେତା ତଥା ଆଇନଜୀବି ଦିନେଶ ପ୍ରସାଦ ତିୱାରୀ, ଟ୍ରଷ୍ଟି ପ୍ରେସିଡେଣ୍ଟ ରବିନ୍ଦ୍ର ମେହେର ପ୍ରମୁଖ ଯୋଗଦାନ କରିଥିଲେ। ବିଦ୍ୟାଳୟର…

"ଓମ ସାଇ ପବ୍ଲିକ ସ୍କୁଲର ୫ତମ ବାର୍ଷିକ ଉତ୍ସବ ପାଳିତ"