Home Coronavirus Outbreak ରାଜ୍ୟରେ ପୁଣି କରୋନା ନେଲା ୯ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୩୯୯ କୁ ବୃଦ୍ଧି

ରାଜ୍ୟରେ ପୁଣି କରୋନା ନେଲା ୯ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୩୯୯ କୁ ବୃଦ୍ଧି

93

ଭୁବନେଶ୍ୱର ୨୨-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୯ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୩୯୯ କୁ ବୃଦ୍ଧି ପାଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ବଲାଙ୍ଗୀର ଜିଲ୍ଲାରୁ ଜଣେ , କଟକ ଜିଲ୍ଲାରୁ ୩ ଜଣ, ଗଞ୍ଜାମ ଜିଲ୍ଲାରୁ ଜଣେ, ମାଲକାନଗିରି ଜିଲ୍ଲାରୁ ଜଣେ, ରାୟଗଡ଼ା ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ, ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଚିକିତ୍ସିତ ହେଉଥିବା ବେଳେ ୯ ଜଣ କୋଭିଡ ପଜିଟିଭ ରୋଗୀଙ୍କର ମୃତ୍ୟୁ ହୋଇଛି।

୧- ବଲାଙ୍ଗୀର ଜିଲ୍ଲାର ଜଣେ ୨୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୨- କଟକ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩- କଟକ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ, ମଧୁମେହ, କାରସିନୋମା ଗଲ୍ ବ୍ୟାଡର୍ ରେ ମଧ୍ୟ ପୀଡିତ ଥିଲେ।

୪- କଟକ ଜିଲ୍ଲାର ଜଣେ ୫୧ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗରେ ମଧ୍ୟ ପୀଡିତ ଥିଲେ।

୫- ଗଞ୍ଜାମ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ସେପସିସରେ ପୀଡିତ ଥିଲେ।

୬- ମାଲକାନଗିରି ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୭- ରାୟଗଡ଼ା ଜିଲ୍ଲାର ୫୧ ବର୍ଷ ବୟସ୍କ ପୁରୁଷ।

୮- ସୁନ୍ଦରଗଡ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୯- ସୁନ୍ଦରଗଡ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ଡାଇବେଟିସ୍, ଡିଲେଟେଡ୍ କାର୍ଡିଓମିଓପାଥି ଏବଂ ରାଇଟ୍ ପ୍ଲୁରାଲ୍ ଇଫ୍ୟୁଜନ୍ରେ ମଧ୍ୟ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.