Home Coronavirus Outbreak ରାଜ୍ୟରେ ପୁଣି କରୋନା ନେଲା ୧୦ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୩୯୦ କୁ ବୃଦ୍ଧି

ରାଜ୍ୟରେ ପୁଣି କରୋନା ନେଲା ୧୦ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୩୯୦ କୁ ବୃଦ୍ଧି

141

ଭୁବନେଶ୍ୱର ୨୧-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୦ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୩୯୦ କୁ ବୃଦ୍ଧି ପାଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଅନୁଗୁଳ ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଦା ଜିଲ୍ଲାରୁ ୨ ଜଣ, କୋରାପୁଟ ଜିଲ୍ଲାରୁ ଜଣେ, ନୟାଗଡ଼ ଜିଲ୍ଲାରୁ ଜଣେ, ସୋନପୁର ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଚିକିତ୍ସିତ ହେଉଥିବା ବେଳେ ୧୦ ଜଣ କୋଭିଡ ପଜିଟିଭ ରୋଗୀଙ୍କର ମୃତ୍ୟୁ ହୋଇଛି।

୧- ଅନୁଗୁଳ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୨- ଭୁବନେଶ୍ୱରର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩- ଭୁବନେଶ୍ୱରର ଜଣେ ୫୮ ବର୍ଷ ବୟସ୍କା ମହିଳା।

୪- ଗଞ୍ଜାମ ଜିଲ୍ଲାର ଜଣେ ୪୨ ବର୍ଷ ବୟସ୍କ ପୁରୁଷ।

୫- ଗଞ୍ଜାମ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କା ମହିଳା।

୬- ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଯିଏ ଅନିୟନ୍ତ୍ରିତ ମଧୁମେହରେ ପୀଡିତ ଥିଲେ।

୭- ଗଞ୍ଜାମ ଜିଲ୍ଲାର ଜଣେ ୫୯ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୮- କୋରାପୁଟ ଜିଲ୍ଲାର ଜଣେ ୩୫ ବର୍ଷ ବୟସ୍କା ମହିଳା।

୯- ନୟାଗଡ଼ ଜିଲ୍ଲାର ଜଣେ ୬୧ ବର୍ଷ ବୟସ୍କ ପୁରୁଷ।

୧୦- ସୋନପୁର ଜିଲ୍ଲାର ଜଣେ ୭୬ ବର୍ଷ ବୟସ୍କ ପୁରୁଷ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.