ବିଜେପୁରରେ ଗୁଳିକାଣ୍ଡ ଘଟଣା, ଜିଲା ବିଜେପି ପକ୍ଷରୁ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ

ବୌଦ୍ଧ, ୧୦.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବରଗଡ ଜିଲା ବିଜେପୁର ବିଧାନ ସଭା ଉପ ନିର୍ବାଚନ ପାଇଁ ରାଜ୍ୟ ରାଜନିତି ସରଗରମ ରହିଥିବା ବେଳେ ଗତ ୬ତାରିଖରେ ଭାରତୀୟ ଜନତା ପାର୍ଟିର ଯୁବନେତାଙ୍କ ଘରଉପରକୁ ଗୁଳିମାଡ ଘଟଣାରେ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥାଣୁ ହୋଇଥିବା ନେଇ ବିଜେପି ପକ୍ଷରୁ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଉପ ନିର୍ବାଚନରେ ଭୟଭୀତ ହୋଇ ସ୍ଥାନୀୟ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଇଙ୍ଗିତରେ ଏହା କରାଯାଇଛି ବୋଲି ବିଜେପି ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡିଛି । ସଭାପତି ସୈାମିତ୍ରୀ କୁମାର ନାୟକଙ୍କ ନେତୃତ୍ୱରେ ଜିଲା ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା ବାହାରୀ ଏନ୍.ଏ.ସି. ଛକଠାରେ ପହଞ୍ଚô…

"ବିଜେପୁରରେ ଗୁଳିକାଣ୍ଡ ଘଟଣା, ଜିଲା ବିଜେପି ପକ୍ଷରୁ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ"

ହରଭଙ୍ଗା ବ୍ଲକ ରେ ସୂଚନା ଅଧିକାର ଆଇନ ବାଟବଣା – ଦୁର୍ନୀତିଗ୍ରସ୍ତ ଙ୍କ ପାଇଁ ଖେଳ , ସୂଚନା କର୍ମୀ ଙ୍କୁ ହୋଇଛି କାଳ

ବୌଦ୍ଧ, ୧୦ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ସରକାର ଙ୍କ ପକ୍ଷରୁ ଜନସାଧାରଣ ଙ୍କ ପାଇଁ ହେଉଥିବା ବିଭିନ୍ନ ଉନ୍ନୟନ ମୁଳକ ଓ ଜନ କଲ୍ୟାଣକାରୀ ଯୋଜନା ର ଟିକିନିକି ସୂଚନା ଓ ତଥ୍ୟ ସର୍ବସାଧାରଣ ରେ ଜାଣିବା ପାଇଁ ସୂଚନା ଅଧିକାର ଆଇନ ଭଳି ଗୁରୁତ୍ୱପୁର୍ଣ୍ଣ ଆଇନ ଲାଗୁ କରାଯାଇଛି । ଦୁର୍ନୀତି ଓ ଅନୀୟମିତତା କୁ ନିୟନ୍ତ୍ରଣ କରିବା ଦିଗରେ ଏହି ଆଇନ ଅତ୍ୟନ୍ତ ଉପଯୋଗି ହୋଇଥିବାରୁ ଏହି ଆଇନ ପ୍ରତି ଲୋକଙ୍କର ଆସ୍ଥା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ସୁଚନା ଅଧିକାର ଆଇନ ସଂପୁର୍ଣ୍ଣରୁପେ ବାଟବଣା ହୋଇପଡିଛି । ବ୍ଲକରୁ…

"ହରଭଙ୍ଗା ବ୍ଲକ ରେ ସୂଚନା ଅଧିକାର ଆଇନ ବାଟବଣା – ଦୁର୍ନୀତିଗ୍ରସ୍ତ ଙ୍କ ପାଇଁ ଖେଳ , ସୂଚନା କର୍ମୀ ଙ୍କୁ ହୋଇଛି କାଳ"

କୃଷ୍ଣଚନ୍ଦ୍ର ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଂଟ

ବୌଦ୍ଧ, ୧୦ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧଜିଲା ଦହ୍ୟା ପଂଚାୟତ ମହିସରପିଣ୍ଢା ମା ରୁଦ୍ରକାଳି ଫୁଟବଲ ଆସୋସିଏସନ ଆନୁକଲ୍ୟରେ ପ୍ରଥମ କୃଷ୍ଣଚନ୍ଦ୍ର ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ହାଇସ୍କୁଲ ଖେଳପଡିଆଠାରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ମୁଖ୍ୟଅତିଥି ରୂପେ ତାଳସରଡା ସରପଂଚ କାଂଚନ ମହାକୁଳ,ସମ୍ବାନିତ ଅତିଥି ସାମ୍ବାଦିକ ଉମାକାନ୍ତ ମହାକୁଳ,ଯୁବନେତା କାର୍ତ୍ତିକ ମହାକୁଳ ଓ ସ୍ୱତନ୍ତ୍ର ଅତିଥି ଭାବରେ ବିଜେପିର ବରିଷ୍ଠ ନେତା କହ୍ନାଇଁ ଚରଣ ଡାଙ୍ଗ ଯୋଗଦେଇଥିଲେ । ଉଦଘାଟନୀ ମ୍ୟାଚ ମନୁପାଲି ଓ ଜନମୁରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମନୁପାଲି ଦଳ ଟାଇବ୍ରେକର ସହାୟତାରେ ୩-୨ ଗୋଲରେ ବିଜୟୀ ହୋଇଥିଲେ । ରେଫରି ରାଜେଶ ଥନାପତି…

"କୃଷ୍ଣଚନ୍ଦ୍ର ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଂଟ"

ବୌଦ୍ଧଜିଲାରେ ୪୯ ଜଣ ମିଲେନିୟମ ଭୋଟର,ଜାତୀୟ ମତଦାତା ଦିବସରେ ଦିଆଯିବ ପରିଚୟପତ୍ର

ବୌଦ୍ଧ, ୧୦ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : : ବୌଦ୍ଧଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜାତୀୟ ମତଦାତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ତରଣୀସେନ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦିଆଯାଇଥିବା ସୂଚନା ଅନୁଯାୟୀ ଗତ ତା ୦୧.୦୧.୨୦୦୦ ରିଖରେ ଜନ୍ମିତ ଶିଶୁମାନେ ୨୦୧୮ ରେ ଭୋଟଦାନ ଅଧିକାର ପାଇବେ । ତେଣୁ ସେମାନଙ୍କୁ ମିଲେନିୟମ ଭୋଟର ହିସାବରେ ଆସନ୍ତା ୨୫ ତାରିଖ ଜାତୀୟ ମତଦାତା ଦିବସ ଅବସରରେ ପରିଚୟପତ୍ର ପ୍ରଦାନ କରାଯିବ । ସରକାରୀ ରେକର୍ଡ ଅନୁଯାୟୀ ଜିଲାରେ ୪୯ ଜଣଙ୍କୁ ମିଲେନିୟମ ଭୋଟର ଭାବରେ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର…

"ବୌଦ୍ଧଜିଲାରେ ୪୯ ଜଣ ମିଲେନିୟମ ଭୋଟର,ଜାତୀୟ ମତଦାତା ଦିବସରେ ଦିଆଯିବ ପରିଚୟପତ୍ର"

ଚୋରା ଗଞ୍ଜେଇ ଚାଲାଣ ମାମଲା ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମାନା

ବୌଦ୍ଧ, ୧୦ା୦୧ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜ ତଥା ସ୍ପେଶାଲ ଜଜ ରୁପଶ୍ରୀ ଚୌଧୁରୀ ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାକୁ ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି । ମାମଲାରୁ ପ୍ରକାଶ ଯେ ଗତ ୧୫.୩.୧୬ ରିଖରେ ମନମୁଣ୍ଡା ଥାନା ଅଧିକାରୀ ବିଶେଷ ସୁତ୍ରରୁ ଖବର ପାଇଥିଲେ ଯେ, ଥାନା ଅଞ୍ଚଳର ବିଚିକା (ନୁଆସାହି) ଗାଁର ଜଣେ ଲୋକ ବାହାରକୁ ଚାଲାଣ କରିବାକୁ ନିଜ ଘରେ ଗଞ୍ଜେଇ ରଖିଛି । ଥାନା ଏସଆଇ ପି୍ରତିମଞରୀ ଗଡନାୟକ ଓ ଅନ୍ୟ କର୍ମଚାରୀ ମାନେ ବିଚିକା…

"ଚୋରା ଗଞ୍ଜେଇ ଚାଲାଣ ମାମଲା ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମାନା"

ଗାଡି ଚେକିଂ ନାମରେ ସାଧାରଣଲୋକଙ୍କୁ ହଇରାଣ କରୁଛି ପୋଲିସ, ଚେକିଂ ସମୟରେ କୋର୍ଟ ଓ ପୋଲିସ କର୍ମଚାରୀଙ୍କୁ ମାଫ୍

ବୌଦ୍ଧ,୧୦ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ସହରରେ ଗାଡି ଚେକିଂ ନାମରେ ପୋଲିସ ସାଧାରଣଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ହେଉଅଛି । ହେଲମେଟ୍ ସଚେତନତା ନାମରେ ଚାଲିଥିବା ଏହି ଗାଡିଚେକିଂ ସମୟରେ କୋର୍ଟ କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କ ଗାଡିକୁ ଛାଡି ଦିଆଯାଉଥିବାବେଳେ ଅନ୍ୟମାନଙ୍କ ଗାଡିକୁ ଅଟକାଇ ଫାଇନ କାଟୁଥିବା ସାଧାରଣଲୋକମାନେ ଅଭିଯୋଗ କରିଛନ୍ତି । ମଙ୍ଗଳବାର ଦିନ ଅପରାହ୍ନ ୪ଟା ସମୟରେ ବୌଦ୍ଧ ପୋଲିସ ପକ୍ଷରୁ ସହରର ମୁଖ୍ୟ ଏନଏସି ଛକ,ହାତୀଶାଳା ଛକ ଓ କୋର୍ଟଛକରେ ହଠାତ୍ ଗାଡି ଚେକିଂ ଆରମ୍ଭ ହୋଇଥିଲା । ସରକାରୀ କର୍ମଚାରୀମାନେ କାର୍ଯ୍ୟାଳୟରୁ ଫେରିବା ଓ ସ୍ଥାନୀୟ ଲୋକମାନେ ବଜାର ଯିବା ସମୟ ହୋଇଥିବାରୁ ପୋଲିସ…

"ଗାଡି ଚେକିଂ ନାମରେ ସାଧାରଣଲୋକଙ୍କୁ ହଇରାଣ କରୁଛି ପୋଲିସ, ଚେକିଂ ସମୟରେ କୋର୍ଟ ଓ ପୋଲିସ କର୍ମଚାରୀଙ୍କୁ ମାଫ୍"

ରାଜ୍ୟସ୍ତରୀୟ ମା ଭୈରବୀ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ରେ ଜଗା ୟୁନାଇଟେଡ ଭୂବନେଶ୍ୱର

ବୌଦ୍ଧ,୧୦.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ମିନି ଷ୍ଟାଡିୟମ ରେ ପୁରୁଣାକଟକ ଫୁଟବଲ ଆସୋସିଏସନ ଓ ଭୈରବୀ କ୍ଲବ ମିଳିତ ଆନୁକୁଲ୍ୟରେ ଚାଲିଥିବା ମା ଭୈରବୀ କପ୍ ଫୁଟବଲ ଟୁର୍ଣ୍ଣାମେଂଟ ର ତୃତୀୟ ଦିବସରେ ମ୍ୟାଚ ଭୁବନେଶ୍ୱର ଜଗା ୟୁନାଇଟେଡ ସହିତ ଜିଲ୍ଲା ଫୁଟବଲ ଆସୋସିଏସନ ଫୁଲବାଣି ମଧ୍ୟରେ ହୋଇଥିଲା । ଆଜିର ଏହି ସଂଘର୍ଷପୁର୍ଣ୍ଣ ମ୍ୟାଚରେ ଭୂବନେଶ୍ୱର ଜଗା ୟୁନାଇଟେଡ ଦଳ ଫୁଲବାଣି ଫୁଟବଲ ଆସୋସିଏସନ ଦଳ କୁ ୧ -୦ ଗୋଲ ରେ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲ କୁ ପ୍ରବେଶ କରିଛି । ଶ୍ୟାମସୁନ୍ଦର ଶାହା ଖେଳ ପରିଚାଳନା କରିଥିବା ବେଳେ…

"ରାଜ୍ୟସ୍ତରୀୟ ମା ଭୈରବୀ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ରେ ଜଗା ୟୁନାଇଟେଡ ଭୂବନେଶ୍ୱର"

ଗଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ,ପ୍ରଜ୍ଞାପନ ମେଢକୁ ଗୁରୁତ୍ୱ

ବୌଦ୍ଧ,୧୦.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ୬୯ ତମ ଗଣତନ୍ତ୍ର ଦିବସକୁ ସଫଳତା ସହ ପାଳନ କରିବା ପାଇଁ ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସଦଭାବନା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ସୁଚନା ଓ ଲୋକ ସଂର୍ପକ ଅଧିକାରୀ ଶିଶିର କୁମାର ସାହୁ ଗଲା ବର୍ଷର ଆୟବ୍ୟୟ ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଜିଲାପାଳ ମଧୁସୁଦନ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲପାଳ ତରଣୀସେନ ନାଏକ, ପି.ଡି. ଡିଆରଡିଏ ରାଜେନ୍ଦ୍ର ପଟନାୟକ, ଉପଜିଲାପାଳ ଏନସି ଜ୍ୟୋତିରଂଜନ ନାଏକ, ବୌଦ୍ଧ ବିଜ୍ଞାପିତଅଞ୍ଚଳ ପରିଷଦ ଅଧକ୍ଷା…

"ଗଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ,ପ୍ରଜ୍ଞାପନ ମେଢକୁ ଗୁରୁତ୍ୱ"

ବୌଦ୍ଧ ଜିଲାର ଉଚ୍ଚଶିକ୍ଷା ସମ୍ବଲପୁରରୁ ବ୍ରହ୍ମପୁର ଅଧିନକୁ ଗଲା ଶିକ୍ଷା ବିଭାଗର ଅଜବନୀତି, ଛାତ୍ର ଛାତ୍ରୀ ଓ କର୍ମଚାରୀଙ୍କ ପାଇଁ କାଳ

ବୌଦ୍ଧ, ୦୮.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଏକ ଛୋଟିଆ ଜିଲା ହୋଇଥିବା ବେଳେ ଶିକ୍ଷା କ୍ଷେତ୍ରରେ ଜିଲା ସେତେଟା ଉନ୍ନତ୍ତି କରି ନଥିବା ଯୋଗୁଁ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ସରକାରୀ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିନାହିଁ । ଜିଲାଟି ପଶ୍ଚିମ ଓଡିଶା ସହ ଅଙ୍ଗାଅଙ୍ଗି ଭାବେ ଜଡିତ ଥିବା ସହ ଏଠାକାର ଚାଲି ଚଳଣ ଆଚାର ବେଭାର ପୁରାପୁରି ପଶ୍ଚିମ ଓଡିଶା ସହ ସମାନ ଅଟେ । ଜିଲାର ଲୋକ ମାନେ ପଶ୍ଛିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହ ସମସ୍ତ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି । ଏହି ଜିଲା ସ୍ୱତନ୍ତ୍ର ଜିଲା ଗଠନର ୨୪ ବର୍ଷ ପୁରଣ ହୋଇଥିବା ବେଳେ ଜିଲାଟି…

"ବୌଦ୍ଧ ଜିଲାର ଉଚ୍ଚଶିକ୍ଷା ସମ୍ବଲପୁରରୁ ବ୍ରହ୍ମପୁର ଅଧିନକୁ ଗଲା ଶିକ୍ଷା ବିଭାଗର ଅଜବନୀତି, ଛାତ୍ର ଛାତ୍ରୀ ଓ କର୍ମଚାରୀଙ୍କ ପାଇଁ କାଳ"

ମାତାଦୀନବାବୁଙ୍କ ପକ୍ଷରୁ ମାସିକ ପେନସନ ବଂଟନ

ବୌଦ୍ଧ,୦୮.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲାର ସମାଜସେବୀ ମାତାଦୀନ ଅଗ୍ରୱାଲଙ୍କ ପକ୍ଷରୁ ବୃଦ୍ଧ, ବୁଦ୍ଧା. ଅସହାୟ, ବିଧବା ଓ ଭିନ୍ନ କ୍ଷମ ମାନଙ୍କ ସହାୟତା ପାଇଁ ମାସିକ ପେନସନ ଯୋଜନା ଆରମ୍ଭ କରିଛନ୍ତି । ଛତରଙ୍ଗ ଜନ କଲ୍ୟାଣ ପରିଷଦ ଆନୁକୁଲ୍ୟରେ ଛତରଙ୍ଗ, ହରଭଙ୍ଗା ଓ କୁଶଙ୍ଗ ଗ୍ରାମପଞ୍ଚାୟତରେ ବୃଦ୍ଧ ଓ ବୃଦ୍ଧାଙ୍କୁ ଏହି ମାସିକ ପେନସନ ଯୋଜନାରେ ୩୦ ଜଣଙ୍କୁ ପ୍ରତ୍ୟେକଙ୍କୁ ୩୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ଜନକଲ୍ୟାଣ ପରିଷଦ ଛତରଙ୍ଗର ସଭାପତି କପିଳେଶ୍ୱର ପ୍ରଧାନଙ୍କ ଅଧକ୍ଷତାରେ ଏହି ଯୋଜନାର ଶୁଭାରମ୍ଭ ସଭାରେ ମୁଖ୍ୟ ଅତିଥି ଭାବେ ରାଧେଶ୍ୟାମ ଅଗ୍ରୱାଲା, ସମ୍ମାନୀତ ଅତିଥି ଭାବେ ଗରିଜା…

"ମାତାଦୀନବାବୁଙ୍କ ପକ୍ଷରୁ ମାସିକ ପେନସନ ବଂଟନ"