Home Coronavirus Outbreak ରାଜ୍ୟରେ ଆଜି କରୋନା ନେଲା ୧୪ ମୁଣ୍ଡ – ମୋଟ ମୃତକଙ୍କ ସଂଖ୍ୟା ୧୧୩୫ କୁ...

ରାଜ୍ୟରେ ଆଜି କରୋନା ନେଲା ୧୪ ମୁଣ୍ଡ – ମୋଟ ମୃତକଙ୍କ ସଂଖ୍ୟା ୧୧୩୫ କୁ ବୃଦ୍ଧି

59

ଭୁବନେଶ୍ୱର ୧୮-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୧୪ ମୁଣ୍ଡ। ମୋଟ ମୃତକଙ୍କ ସଂଖ୍ୟା ୧୧୩୫ କୁ ବୃଦ୍ଧି ପାଇଛି। ଏ ନେଇ ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ମୃତ –

ଭୁବନେଶ୍ୱରର ୪ ଜଣ
କଟକ ଜିଲ୍ଲାର ୨ ଜଣ
ମୟୁରଭଞ୍ଜ ଜିଲ୍ଲାର ଜଣେ
ପୁରୀ ଜିଲ୍ଲାର ଜଣେ
ଢ଼େଙ୍କାନାଳ ଜିଲ୍ଲାର ଜଣେ
ଜଗତସିଂହପୁର ଜିଲ୍ଲାର ୨ ଜଣ
କନ୍ଧମାଳଳ ଜିଲ୍ଲାର ଜଣେ
ବଲାଙ୍ଗୀର ଜିଲ୍ଲାର ଜଣେ
ସମ୍ବଲପୁର ଜିଲ୍ଲାର ଜଣେ
ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି

ମୃତକଙ୍କ ବିଷୟରେ

୧- ଭୁବନେଶ୍ୱରର ଜଣେ ୪୯ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨- ଭୁବନେଶ୍ୱରର ଜଣେ ୫୨ ବର୍ଷ ବୟସ୍କ ପୁରୁଷ।

୩- ଭୁବନେଶ୍ୱରର ଜଣେ ୪୨ ବର୍ଷ ବୟସ୍କ ପୁରୁଷ।

୪- ଭୁବନେଶ୍ୱରର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୫- କଟକ ର ୪୫ ବର୍ଷ ବୟସ୍କ ପୁରୁଷ।

୬- କଟକର ଜଣେ ୫୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୭- ମୟୁରଭଞ୍ଜର ୪୯ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୮- ପୁରୀ ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୯- ଢ଼େଙ୍କାନାଳ ଜିଲ୍ଲାର ଜଣେ ୪୪ ବର୍ଷ ବୟସ୍କା ମହିଳା ଯିଏ ହାଇପୋଥାଇରଏଡ୍ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୦- ଜଗତସିଂହପୁର ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।

୧୧- ଜଗତସିଂହପୁର ଜିଲ୍ଲାର ଜଣେ ୪୬ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୨- କନ୍ଧମାଳଳ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ ଯିଏକି CAD ଆର୍ଟେରିୟର ଫାଇବ୍ରିଲେସନରେ ପୀଡ଼ିତ ଥିଲେ।

୧୩- ବଲାଙ୍ଗୀର ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୧୪- ସମ୍ବଲପୁର ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.