ପାରିବାରିକ କଳହର କାରଣରୁ ବିଷ ଖାଇ ଆତ୍ମହତ୍ୟା କଲା ସ୍ୱାମୀ

ତୁରୁମୁଙ୍ଗା ୨୧-୭ (ଓଡ଼ିଆ ପୁଅ/ସନ୍ତୋଷ ପତି) ସାହାରପଡ଼ା ବ୍ଲକ ଖଡିକାପଦା ଗ୍ରାମର ଗୁହିରା ସାହିର ରବି ମୁଣ୍ଡା (୩୨) ନିଜ ସ୍ତ୍ରୀ ସହିତ ଝଗଡା କରି ବିଷ ପାନ କରି ବୁଧୁ ସାହି ଜଙ୍ଗଲ ନିକଟ ରାସ୍ତା କଡରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବର ପାଇ ପାଟଣା ପୋଲିସ ପହଞ୍ଚି ଶବ ଜବତ କରିଛି। ଘଟଣା ସ୍ଥଳରୁ ପୋଲିସ ଏକ ସାଇକେଲ ଓ ବିଷ ବୋତଲ ଜବତ କରିଛି। ଏନେଇ ପାଟଣା ଥାନା କେଶ ନମ୍ବର ୨୦/୨୮ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

"ପାରିବାରିକ କଳହର କାରଣରୁ ବିଷ ଖାଇ ଆତ୍ମହତ୍ୟା କଲା ସ୍ୱାମୀ"

ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା ଯୁବକଙ୍କ ପରିଚୟ ମିଳିଲା

ତୁରୁମୁଙ୍ଗା ୨୧-୭ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ବନବୀର ନିକଟ ବନବୀର ଦାମାହୁଦା ରାସ୍ତାର ତାଗାବନ୍ଧା ହୁଡି ନିକଟରୁ ଗତ ଦିନ ପାଟଣା ପୋଲିସ ଏକ ମୃତଦେହ ଉଦ୍ଧାର କରିଥିଲା ତେବେ ସେ ହେଲେ ଘଟଗାଁ ଥାନା ଭାଲୁକିପାତଳା ଗ୍ରାମ ର ଗୋଲକ ନାଏକ। ଆଜି ଗୋଲେଖଙ୍କ ସ୍ତ୍ରୀ ଫଟୋ ଏବଂ ପକେଟରେ ଥିବା ସିମ କାର୍ଡରୁ ତାଙ୍କ ସ୍ବାମୀ ବୋଲି କହିଛନ୍ତି ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ପାଟଣା ଥାନା ଅଧିକାରୀ ପ୍ରମୋଦିନୀ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥି ସହିତ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଗୋଲକ କରଞ୍ଜିଆରେ ନିଜ ପରିବାର ସହିତ ରହୁଥିଲେ।

"ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା ଯୁବକଙ୍କ ପରିଚୟ ମିଳିଲା"

କୀଟନାଶକ ଖାଇ ଯୁବକ ଆତ୍ମହତ୍ୟା

ପାଟଣା, ତା୨୧/୦୭(ଓଡ଼ିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଖଡିକାପଦା ଗ୍ରାମର ରବି ମୁଣ୍ଡା (୩୨) ନାମକ ଜଣେ ଯୁବକ ଆଜି କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକର ଶବକୁ ଉଦ୍ଧାର କରିଛି। ରବିବାର ମୃତ ରବି ମୁଣ୍ଡା ର ଶବବ୍ୟବଛେଦ ହେବ ବୋଲି ପାଟଣା ଥାନାଧିକାରିଣୀ ପ୍ରମୋଦିନୀ ସାହୁ ଠାରୁ ପ୍ରକାଶ।

"କୀଟନାଶକ ଖାଇ ଯୁବକ ଆତ୍ମହତ୍ୟା"

ଚାଷଜମିରୁ ଫେରୁଥିବା ସମୟରେ ନଦୀପାର ହେବାବେଳେ ବନ୍ୟାଜଳରେ ଭାସି ଯାଇ ମହିଳା ମୃତ

ମାଲକାନଗିରି, ୨୧ା୭ (ଓଡିଆ ପୁଅ ) ଖଇରପୁଟ ବ୍ଲକସ୍ଥ ମାଝିଗୁଡା ଗ୍ରାମର ସମ୍ବାରି ଖରା (୫୦) ଶୁକ୍ରବାର ଅପରାହ୍ନରେ ନିଜ ଚାଷ ଜମିରୁ କାମ ସାରି ଘରକୁ ଫେରୁଥିବା ବେଳେ ଦାମଲଦେଇ ନଦୀପାର ହେବା ବେଳକୁ ହଠାତ ପ୍ରବଳ ବର୍ଷାରେ ନଦୀରେ ପାଣିସୁଅରେ ପ୍ରବାବିତ ହୋଇଥିଲା। ସମ୍ବାରି ପହଁରି ଜାଣିନଥିବାରୁ ସେ ନଦୀ ସ୍ରୋତରେ ଭାସିଯାଇଥିଲେ। ପରିବାର ଲୋକେ ବହୁତ ଖୋଜା ଖୋଜିକରି ତାଙ୍କୁ ଗତକାଲି ପାଇନଥିଲେ ଆଜି ଗାଁର କିଛି ଲୋକ ନଦୀକୂଳକୁ ଯାଇଥିବା ବେଳେ ଦେଖିବାକୁ ପାଇଲେ ଜଣେ ମହିଳାର ଶବ ଭାସୁଛି। ସେମାନେ ଗାଁରେ ଓ ଥାନାରେ ଜଣାଇବାପରେ ସମ୍ବାରି ପରିବାର ଓ ମୁଦୁଲିପଡା ଥାନା ଅଧିକାରୀ, ଖଇରପୁଟ ଅତିରିକ୍ତ ତହସିଲଦାର…

"ଚାଷଜମିରୁ ଫେରୁଥିବା ସମୟରେ ନଦୀପାର ହେବାବେଳେ ବନ୍ୟାଜଳରେ ଭାସି ଯାଇ ମହିଳା ମୃତ"

ଜିଲ୍ଲା ଅବକାରି ବିଭାଗକୁ ମିଳିଲା ସଫଳତା: ଗଞ୍ଜେଇ କେକ କାରଖାନା ଓ ତିନି କ୍ୱିଣ୍ଟାଲ ଗଞ୍ଜେଇ ଜବତ

ମାଲକାନଗିରି, ୨୧ା୭(ଓଡିଆ ପୁଅ ) ମାଓପ୍ରବଣ ଅଚଂଳରେ ଜିଲ୍ଲା ଅବକାରି ବିଭାଗକୁ ଆଜି ମିଳିଛି ଏକ ବଡଧରଣର ସଫଳତା। ଗଞ୍ଜେଇ କେକ ତିଆରି କାରଖାନା ସହ ତିନି କ୍ୱିଟାଂଲ ମୂଲ୍ୟବାନ ଶିଳାବତୀ ଗଞ୍ଜେଇ ମାଲକାନଗିରି ଜିଲ୍ଲା ଅବକାରି ବିଭାଗ ଜବତ କରିଛନ୍ତି। ମାଲକାନଗିରି ଥାନାସ୍ଥ ପଦ୍ମଗିରି ପଚାଂୟତ ତୁନେଲଗୁଡା ଗ୍ରାମ ନିକଟବର୍ତି ଛତିଶଗଡ ସୀମାନ୍ତକୁ ଲାଗିରହିଥିବା ଜଙ୍ଗଲରେ ଚୋରା ଗଞ୍ଜେଇ ବେପାରିଙ୍କ ଗଞ୍ଜେଇ କେକ କାରଖାନା ଚାଲିଥିବା ଓ ଗଞ୍ଜେଇ କେକ ଛତିଶଗଡ ରାଜ୍ୟକୁ ଚାଲାଣ ହେବା ଖବର ପାଇ ଜିଲ୍ଲା ଅବକାରି ବିଭାଗ ସେଠାରେ ଚଢାଉ କରିଥିଲେ। ପ୍ରବଳ ବର୍ଷାରେ ଆଜି ସକାଳେ ମାଲକାନଗିରି ଜିଲ୍ଲା ଅବକାରି ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ…

"ଜିଲ୍ଲା ଅବକାରି ବିଭାଗକୁ ମିଳିଲା ସଫଳତା: ଗଞ୍ଜେଇ କେକ କାରଖାନା ଓ ତିନି କ୍ୱିଣ୍ଟାଲ ଗଞ୍ଜେଇ ଜବତ"

ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥତି ସୁଧୁରୁଛି, ଜିଲ୍ଲାପାଳ ପରିସ୍ଥିତି ଅନୁଧ୍ୟାନ କଲେ

ମାଲକାନଗିରି, ୨୧ା୭ (ଓଡିଆ ପୁଅ ) ପ୍ରବଳବର୍ଷାରେ ଗତକାଲିଠାରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟାସୃଷ୍ଟି ହୋଇ ଯୋଗାଯୋଗ ବିଛିନ୍ନ ହୋଇପଡିଥିଲା। ଆଜି ବର୍ଷା କମିଯିବାପରେ ବନ୍ୟା ପରିସ୍ଥତି ସୁଧୁରିବାରେ ଲାଗିଛି। ଆଜି ସକାଳେ ଜିଲ୍ଲାପାଳ ମନୀଷ ଆଗ୍ରଓ୍ବାଲ ଓ ଅନ୍ୟାନ୍ୟ ଅଧିକାରୀ ବନ୍ୟା ପ୍ରଭାବିତ କାଲିମେଳା, ମୋଟୁ ଅଞ୍ଚଳ ଗସ୍ତକରି ପରିସ୍ଥତି ଅନୁଧ୍ୟାନ କରିବା ସହିତ ବନ୍ୟା ପ୍ରଭାବିତ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଧିରେ ଧିରେ ନଦୀ ନାଳରେ ଜଳ ସ୍ଥର କମିବାପରେ ଜୟପୁର, କାଲିମେଳା, ମୋଟୁ, କୋରକୁଣ୍ଡା, ବାଲିମେଳା, ମାଥିଲି, ବଣ୍ଡାଘାଟି ଅଞ୍ଚଳ କୁ ଗମନା ଗମନର ବାଟ ଫିଟି ଯାଇ ସ୍ୱାଭାବିବକ ପରିସ୍ଥିତି ଆସି ଯାଇଛି। ହେଲେ କାଲିମେଳା କନ୍ୟାଶ୍ରମ…

"ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥତି ସୁଧୁରୁଛି, ଜିଲ୍ଲାପାଳ ପରିସ୍ଥିତି ଅନୁଧ୍ୟାନ କଲେ"

ବସ୍ ଓଲଟି ୨୦ ରୁ ଉର୍ଦ୍ଧ୍ୱ ଆହତ

ଭଦ୍ରକ, ୨୧ା୭ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକରୁ ବାସୁଦେବପୁର ଯାଉଥିବା ‘ବେଲେଶ୍ୱର’ ନାମକ ଏକ ଘରୋଇ ଯାତ୍ରୀବାହୀ ମିନିବସ୍ ବେକମୋଡି ଛକ ନିକଟରେ ଭାରାସାମ୍ୟ ହରାଇ ନୟନଯୋରୀକୁ ଓଲଟି ପଡିବା ଫଳରେ ୨୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଯାତ୍ରୀବାହୀ ବସ୍ଟି ନିଜର ଗନ୍ତବ୍ୟ ସ୍ଥଳକୁ ଯାଉଥିବାବେଳେ ସମ୍ମୁଖରେ ଏକ ଗାଈକୁ ବଂଚାଇବାକୁ ଯାଇ ନିଜର ଭାରସାମ୍ୟ ହରାଇ ନିକଟସ୍ଥ ନୟନଯୋରୀକୁ ଓଲଟିପଡିଥିଲା। ଫଳରେ ବାସୁଦେବପୁରର ପୂର୍ଣ୍ଣଚନ୍ଦ୍ର ସାହୁ, କ୍ଷୀତିଶ ଶତପଥୀ, ଏଡତାଳର ତପସ୍ୱିନୀ ଦାସ, ସୁଶ୍ରୀ ଲିପିକା ବେହେରା, ଘନଶ୍ୟାମ ପଲେଇ, କୈଳାସ ମହାଳିକ, ଇରମର ଗିରିଧାରୀ ବେହେରା, ରତାଙ୍ଗର ରବିନ୍ଦ୍ର…

"ବସ୍ ଓଲଟି ୨୦ ରୁ ଉର୍ଦ୍ଧ୍ୱ ଆହତ"

ନାଞ୍ଜିଆ ପୋଲ ନିକଟରୁ ଗହଣାଲୁଟ ଘଟଣା ମୁଖ୍ୟ ଅଭିଯୁକ୍ତ ଫେରାର, ୨ସହଯୋଗୀ କୋର୍ଟ ଚାଲାଣ

ଖଇରା, ୨୧/୭/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)–ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ଗଡପୋଖରୀ ପଞ୍ଚାୟତ ନାଞ୍ଜିଆ ପୋଲ ନିକଟରୁ ଗଦାଧର ସାହୁ ନାମକ ଗହଣା ବ୍ୟବସାୟୀଙ୍କ ନିକଟରୁ ଅଳଙ୍କାର ଲୁଟ ଘଟଣାରେ ଖଇରା ପୋଲିସ ୨ଜଣ ସହଯୋଗୀଙ୍କୁ ଆଜି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ୯୮ଗ୍ରାମ ଓଜନର ସୁନା ଅଳଙ୍କାର, ୧୪ହଜାର ଟଙ୍କା, ୨ଟି ମୋବାଇଲ ଜବତ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ସାରକୋଣା ଗ୍ରାମର ମନୋରଞ୍ଜନ ଶିଅଳ(୩୧) ଓ ପୂର୍ବପଡା ଗ୍ରାମର ଲକ୍ଷ୍ମୀଧର ଶିଅଳ(୩୩)। ତେବେ ମୁଖ୍ୟ ଅଭିଯୁକ୍ତ ନୂଆସାହି ଗ୍ରାମର ବିଦ୍ୟା ମହାନ୍ତି(୨୨) ପୋଲିସକୁ ଚକମାଦେଇ ଖସି ପଳାଇଯିବାକୁ ସକ୍ଷମ ହୋଇଛନ୍ତି। ପ୍ରକାଶ ଯେ ଗୁଆପାଳ…

"ନାଞ୍ଜିଆ ପୋଲ ନିକଟରୁ ଗହଣାଲୁଟ ଘଟଣା ମୁଖ୍ୟ ଅଭିଯୁକ୍ତ ଫେରାର, ୨ସହଯୋଗୀ କୋର୍ଟ ଚାଲାଣ"

ଏନ୍.ଟି.ପି.ସି କଣିହାଁ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ୍ ଏବଂ ୱାଟର ବୋତଲ ବଂଟନ

ତାଳଚେର, ୨୧/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ତାଳଚେର କଣିହାଁ ପକ୍ଷରୁ ଏହାର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଯୋଜନାରେ ଶିକ୍ଷାର ପ୍ରଚାର, ପ୍ରସାର ନିମନ୍ତେ ପ୍ରଚେଷ୍ଟା କରାଯାଉଛି। ଏହି ପରିପ୍ରେକ୍ଷୀରେ ଗତ ୧୯ ଏବଂ ୨୦ତାରିଖରେ ପବିତ୍ର ମୋହନ ହାଇସ୍କୁଲ, ବଡ଼ ତ୍ରିବିଡ଼ା ହାଇସ୍କୁଲ ଏବଂ ହରିହରପୁର ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ୍ ଏବଂ ୱାଟର ବୋତଲ ବଂଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡିଜିଏମ୍ (ଏଚ୍ ଆର) ପି.କେ.ସାହୁ, ସିନିୟର ମ୍ୟାନେଜର (ଏଚ୍ ଆର) ଏ.କେ.ଦାସ, ଅଫିସର (ଏଚ୍ ଆର) ଜ୍ୟୋତ୍ସ୍ନାରାଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍କୁଲ ବ୍ୟାଗ୍ ଏବଂ ୱାଟର ବୋତଲ ବିତରଣ କରିଥିଲେ। ଏହି ଅବସରରେ ଅଧିକାରୀଗଣ…

"ଏନ୍.ଟି.ପି.ସି କଣିହାଁ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ୍ ଏବଂ ୱାଟର ବୋତଲ ବଂଟନ"

ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଦ୍ୱାରା ଚାଲିଛି ହାଇସ୍କୁଲ ଶିକ୍ଷାଦାନ

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷା ବିଭାଗ ଅଧୀନରେ ୨୩ଟି ସରକାରୀ ଓ ୧୦ଟି ଅନୁଦାନପ୍ରାପ୍ତ ହାଇସ୍କୁଲ ରହିଛି। ସେଥିମଧ୍ୟରୁ ୧୬ଟି ସରକାରୀ ହାଇସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବା ଜଣାଯାଇଛି। ସେହିସବୁ ହାଇସ୍କୁଲର ସହକାରୀ ଶିକ୍ଷକମାନେ ପ୍ରଧାନ ଶିକ୍ଷକର ଦାୟିତ୍ୱ ତୁଲାଉଛନ୍ତି। ବର୍ଷେ ତଳେ ନିଯୁକ୍ତି ପାଇଥିବା ଜଣେ ଚୁକ୍ତି ଭିତ୍ତିକ କଳା ଶିକ୍ଷକ ମଣିନାଥପୁର ଏନକେପି ନୋଡାଲ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ ତୁଲାଉଛନ୍ତି। ସେଠାରେ ଆଉ କୌଣସି ହାଇସ୍କୁଲ ସ୍ତରୀୟ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ନଥିବା ଜଣାଯାଇଛି। ଜଣେ ମାତ୍ର ଅନଭଜ୍ଞ କଳା ଶିକ୍ଷକଙ୍କ ହାତରେ…

"ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଦ୍ୱାରା ଚାଲିଛି ହାଇସ୍କୁଲ ଶିକ୍ଷାଦାନ"