ଶ୍ରେଷ୍ଠ ବିଧାୟକଭାବେ ସ୍ୱୀକୃତ ଅରୁଣଙ୍କୁ ନୟାଗଡ଼ରେ ଭବ୍ୟ ସମ୍ବର୍ଦ୍ଧନା

ନୟାଗଡ଼, ୧/୯(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଶ୍ରେଷ୍ଠ ବିଧାୟକଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନରେ ସମ୍ମାନୀତ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁଙ୍କୁ ନୟାଗଡ଼ରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ନୟାଗଡ଼ ନାଗରିକ ମଂଚ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ୧୫୪ ଟି ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ବିଧାୟକ ଡ.ଶ୍ରୀସାହୁଙ୍କୁ ଏକ ବର୍ଣ୍ଡାଢ୍ୟ ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି। ନୟାଗଡ଼ ନିର୍ବାଚନ ମଣ୍ଡଳୀର ହଜାର ହଜାର ଲୋକ ବିଧାୟକଙ୍କ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ଖୁସି ମନାଉଥିବାବେଳେ ବିଧାୟକଙ୍କ ‘ଆମ ନୟାଗଡ଼ ଆମ ପାଇଁ ବଡ଼’ ଉକ୍ତିରେ ନୟାଗଡ଼ର ବିକାଶ ପାଇଁ ଅହରହ ଉଦ୍ୟମର ଧାରା ବେଶ୍ ବାରି ହୋଇ ପଡ଼ୁଥିଲା।…

"ଶ୍ରେଷ୍ଠ ବିଧାୟକଭାବେ ସ୍ୱୀକୃତ ଅରୁଣଙ୍କୁ ନୟାଗଡ଼ରେ ଭବ୍ୟ ସମ୍ବର୍ଦ୍ଧନା"

ପ୍ରମୁଖ ଶାସନ ସଚିବ ଶ୍ରୀ ନିତିନ୍ ଚନ୍ଦ୍ରଙ୍କ ସମୀକ୍ଷା ବୈଠକ

ନୟାଗଡ଼, ୧/୯(ଓଡ଼ିଆ ପୁଅ)- – ଶ୍ରୀ ନିତିନ୍ ଚନ୍ଦ୍ର, ପ୍ରମୁଖ ଶାସନ ସଚିବ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଓଡ଼ିଶା, ନୟାଗଡ଼ ଜିଲ୍ଲାର ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟକୁ ଯାଇ ହଷ୍ଟେଲ ପରିଦର୍ଶନ କରି ପିଲାମାନଙ୍କ ସୁବିଧା ଅସୁବିଧା ବୁଝିଥିଲେ। ଏହାପରେ ଇଟାମାଟିରେ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ନିର୍ମାଣ ଶ୍ରମିକ ପକ୍କାଘର ମଧ୍ୟ ଦେଖିଥିଲେ। ପରେ ପରେ ଲାଠିପଡ଼ା ଠାରେ ଉଠାଜଳସେଚନ ବିଭାଗର କାର୍ଯ୍ୟ ଦେଖିଥିଲେ। ସେହିଭଳି ବେଗୁନିଆପାଟଣା ଠାରେ ଉଠାଜଳସେଚନ ଯୋଜନାର କାର୍ଯ୍ୟକ୍ରମ ଗୁଡ଼ିକୁ ପରିଦର୍ଶନ କରିବା ସହିତ ଭିନ୍ନକ୍ଷମମାନଙ୍କର ଭତ୍ତା ସଂପର୍କରେ ଅନୁଧ୍ୟାନ କରିଥିଲେ। ନୟାଗଡ଼ ରୋଟାରୀ କ୍ଲବରେ ଫିଜିଓ ଥେରାପି କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ। ଏହାପରେ ସେବା ସଂସ୍ଥାକୁ…

"ପ୍ରମୁଖ ଶାସନ ସଚିବ ଶ୍ରୀ ନିତିନ୍ ଚନ୍ଦ୍ରଙ୍କ ସମୀକ୍ଷା ବୈଠକ"

ପ୍ରମୁଖ ଶାସନ ସଚିବ ଶ୍ରୀ ନିତିନ୍ ଚନ୍ଦ୍ରଙ୍କ ନୟାଗଡ଼ ଗସ୍ତ

ନୟାଗଡ଼, ତା. ୨୮.୦୮.୧୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) – ଶ୍ରୀ ନିତିନ୍ ଚନ୍ଦ୍ର, ପ୍ରମୁଖ ଶାସନ ସଚିବ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଓଡ଼ିଶା ନୟାଗଡ଼ ଜିଲ୍ଲାକୁ ଗସ୍ତକରି ପ୍ରଥମେ ନୟାଗଡ଼ ବୃଦ୍ଧାଶ୍ରମ, ପରେ ପରେ ମହିପୁର ଗ୍ରାମପଂଚାୟତ, ମହିପୁର ସି.ଏଚ.ସି. ପରିଦର୍ଶନ କରି ଭତା ବଂଟନ, ଖାଦ୍ୟ ସୁରକ୍ଷା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା ଏବଂ ପାନୀୟ ଜଳ ସଂପର୍କରେ ସମୀକ୍ଷା କରିବା ସହିତ ଡାକ୍ତରଖାନାର ସମସ୍ୟା, ନିରାମୟ ଯୋଜନା ଓ ଆୟୁଷ ଡାକ୍ତରଙ୍କ କାର୍ଯ୍ୟକ୍ରମ ଗୁଡ଼ିକ ଅନୁଧ୍ୟାନ କରିଥିଲେ। ନିଳାଦ୍ରିପୁର ଗ୍ରାମକୁ ଯାଇ କେତେକ ହିତାଧିକାରୀଙ୍କ ଖାଦ୍ୟ ସୁରକ୍ଷା ଯୋଜନାର…

"ପ୍ରମୁଖ ଶାସନ ସଚିବ ଶ୍ରୀ ନିତିନ୍ ଚନ୍ଦ୍ରଙ୍କ ନୟାଗଡ଼ ଗସ୍ତ"

ଜିଲ୍ଲାସ୍ତରୀୟ ବେଟି ବଚାଅ ବେଟି ପଢ଼ାଅର ଟାସ୍କଫୋର୍ସ ବୈଠକ

ନୟାଗଡ଼, ୨୧-୦୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) – ଆଜି ଅପରାହ୍ନ ୫ଘଟିକା ସମୟ ରେ ଜିଲ୍ଲାପାଳଙ୍କ ମିନି କନଫରେନସ ହଲରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବେଟି ବଚାଅ ବେଟି ପଢ଼ାଅର ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଡ. ନାୟକ ସମସ୍ତଙ୍କୁ ସ୍ୱାଗତ ଜଣାଇ ବେଟି ବଚାଅ ବେଟି ପଢ଼ାଅ କାର୍ଯ୍ୟକ୍ରମକୁ ତ୍ୱରାନ୍ନିତ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହି ଯୋଜନାରେ ପରିରଥ ସାରା ଜିଲ୍ଲାରେ ପରିକ୍ରମା କରିଥିଲା ଏବଂ କଳାକାରମାନଙ୍କ ଦ୍ୱାରା ପରୀକନ୍ୟାମାନଙ୍କର ବିଭିନ୍ନ ସୁରକ୍ଷା ସଂପର୍କରେ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା। ବ୍ଲକସ୍ତରରେ କନ୍ୟା ମହୋତ୍ସବ ପାଇଁ ୪୦ହଜାର ଟଙ୍କା ସିଡିପିଓମାନଙ୍କୁ ପ୍ରଦାନ କରାଯାଇଥିବା ବେଳେ ୧୦ହଜାର ଟଙ୍କା…

"ଜିଲ୍ଲାସ୍ତରୀୟ ବେଟି ବଚାଅ ବେଟି ପଢ଼ାଅର ଟାସ୍କଫୋର୍ସ ବୈଠକ"

ଜିଲ୍ଲାସ୍ତରୀୟ ଭିନ୍ନକ୍ଷମମାନଙ୍କର ୨୦୧୬ ଆକ୍ଟ ଅନୁଯାୟୀ ଅଧିକାର ସଂପର୍କରେ ବୈଠକ

ନୟାଗଡ଼ ୨୧-୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) ଆଜି ଅପରାହ୍ନ ୪ଘଟିକା ସମୟରେ ଜିଲ୍ଲାପାଳଙ୍କ ମିନି କନଫରେନସ ହଲରେ ଭିନ୍ନକ୍ଷମ ଲୋକଙ୍କ ୨୦୧୬ ଆକ୍ଟ ଅନୁଯାୟୀ ଅଧିକାର ସଂପର୍କରେ ଜିଲ୍ଲାପାଳ ଡ. ଏନ.ତିରୁମାଲା ନାୟକ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ ଜଣାଇ ଭିନ୍ନକ୍ଷମମନାଙ୍କ ପାଇଁ ସରକାର ବିଭିନ୍ନ ସୁବିଧା କରାଇଛନ୍ତି ବୋଲି ପ୍ରକାଶ କରିଥିଲେ। ଏହି ଯୋଜନା ଅନୁଯାୟୀ ଜିଲ୍ଲାସ୍ତରୀୟ କମିଟି ଗଠନ ହୋଇଛି। ଭିନ୍ନକ୍ଷମମାନଙ୍କ ପାଇଁ ସୁବିଧା ସୁଯୋଗ ଆଗରୁ ୭ପ୍ରତିଶତ ଥିବାବେଳେ ଏବେ ତାହା ୨୧ପ୍ରତିଶତକୁ ସରକାର ବର୍ଦ୍ଦିତ କରିଛନ୍ତି। ଏହା ଅଗଷ୍ଟ୧୩ ତାରିଖରୁ ଆରମ୍ଭ ହୋଇଛି ଏବଂ ସେପ୍ଟେମ୍ବର ୧ତାରିଖରୁ ୧୭ତାରିଖ ମଧ୍ୟରେ ଏହା କାର୍ଯ୍ୟକାରୀ ହେବ।…

"ଜିଲ୍ଲାସ୍ତରୀୟ ଭିନ୍ନକ୍ଷମମାନଙ୍କର ୨୦୧୬ ଆକ୍ଟ ଅନୁଯାୟୀ ଅଧିକାର ସଂପର୍କରେ ବୈଠକ"

ଜିଲ୍ଲା ସ୍ତରୀୟ ରେଡ଼କ୍ରସ ଦିବସ ବୈଠକ ପାଳନ

ନୟାଗଡ଼, ୨୧-୦୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) – ଆଜି ଦିବା ୧୨ଘଟିକା ସମୟରେ ଜିଲ୍ଲାପାଳ ଡ. ଏନ.ତିରୁମାଲା ନାୟକ୍ଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଡ. ନାୟକ୍ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇ ରେଡକ୍ରସ ସଂପର୍କରେ ସମସ୍ତଙ୍କୁ ଅବଗତ କରେଇଥିଲେ ଏବଂ ରେଡକ୍ରସକୁ ସମସ୍ତେ ସହ ଯୋଗ କରି ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ କହିଥିଲେ। ଏହି ବୈଠକରେ ଯୋଗଦାନ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରସନ୍ନ କୁମାର ଦାଶ କେଉଁ ଅଧିକାରୀ କେତେ ଅର୍ଥ ପ୍ରଦାନ କରିଛନ୍ତି ଏବଂ କେଉଁମାନେ ଅର୍ଥ ପ୍ରଦାନ କରିନାହାଁନ୍ତି ସେ ସଂପର୍କରେ ଆଲୋଚନା କରିଥିଲେ। ଆଗାମୀ ବର୍ଷରେ ଏହି ଅର୍ଥକୁ ଅଭିବୃଦ୍ଧି…

"ଜିଲ୍ଲା ସ୍ତରୀୟ ରେଡ଼କ୍ରସ ଦିବସ ବୈଠକ ପାଳନ"

ଡ୍ରେନେଜ୍ ପାଣିରେ ଭାସୁଛି ରାଜସୁନାଖଳା ବଜାର

ନୟାଗଡ଼, ୧୪ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ମଧ୍ୟସ୍ଥଳ ରାଜସୁନାଖଳା ବଜାର ଡ୍ରେନେଜ୍ ପାଣିରେ ଭାସୁଥିଲେ ମଧ୍ୟ ୍ବିଭାଗୀୟ ଉଦାସୀନତା ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ନୟାଗଡ଼ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟ ପେଣ୍ଠସ୍ଥଳୀ ହୋଇଥିବାରୁ ଏହି ବଜାରକୁ ଶହ ଶହ ସଂଖ୍ୟାରେ ଜନସାଧାରଣ ଆସିଥାନ୍ତି ତଥା ଏହି ଜାତୀୟ ରାଜପଥ ଦେଇ ହଜାର ହଜାର ଗାଡ଼ି ମୋଟର ଯାତାୟତ କରୁଥିଲାବେଳେ ଏପରି ଜାତୀୟ ରାଜପଥରେ ଡ୍ରେନେଜ୍ ପାଣି ଜମିଥିବା ଅବ୍ୟବସ୍ଥାକୁ ଦେଖି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ଷା ପାଣିରେ ଏବେ ଭାସୁଛି ରାଜସୁନାଖଳା ବଜାର। ବର୍ଷା…

"ଡ୍ରେନେଜ୍ ପାଣିରେ ଭାସୁଛି ରାଜସୁନାଖଳା ବଜାର"

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ

ନୟାଗଡ଼, ତା.୦୧.୦୮.୧୮ (ଓଡ଼ିଆ ପୁଅ) – ବିଶ୍ୱ ସ୍ତନ୍ୟପାନ ସପ୍ତାହ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ପୂର୍ବାହ୍ନ ୧୧ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସପ୍ତାହ ଅଗଷ୍ଟ ୧ ତାରିଖ ରୁ ୮ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ଉକ୍ତ ବୈଠକରେ ଜିଲ୍ଲାପାଳ ଡ. ଏନ. ତିରୁମାଲା ନାୟକ ଯୋଗଦେଇ ସ୍ତନ୍ୟପାନର ଆବଶ୍ୟକତା ସଂପର୍କରେ ବୁଝାଇଥିଲେ। ଶିଶୁଟିଏ ଜନ୍ମ ନେବା ପରେ ପରେ ୬ମାସ ପର୍ଯ୍ୟନ୍ତ ମାଆର କ୍ଷୀର ପାନ କରିବାର ଆବଶ୍ୟକତା ଥାଏ। ମାଆର କ୍ଷୀର ଶିଶୁ ପାଇଁ ଅମୃତର ଧାରା ଏବଂ ଏହା ଶିଶୁକୁ ଅନେକ ରୋଗରୁ ରକ୍ଷା କରିଥାଏ। ସେଥିପାଇଁ ଯଥାର୍ଥରେ କୁହାଯାଇଛି ମାଆ କ୍ଷୀର ମମତାର ବିନ୍ଦୁ। ଉକ୍ତ ବୈଠକରେ ଏଡିଏମଓ ଡ.ନୀଳମାଧବ…

"ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ"

ନୟାଗଡ଼ରେ ଥାଲାସେମିଆ ଏବଂ ହେମୋଫୋଲିଆ ରୋଗୀଙ୍କ ପାଇଁ ଆକଳନ ଶିବିର

ନୟାଗଡ଼, ତା. ୦୧.୦୮.୧୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) – ଆଜି ଦିବା ୧୦ଘଟିକା ସମୟରେ ଜିଲ୍ଲା ସଦର ହସପିଟାଲ ପରିସରରେ ଥାଲାସେମିଆ ଏବଂ ହେମୋଫୋଲିଆ ରୋଗୀଙ୍କ ନିମନ୍ତେ ଅନୁଷ୍ଠିତ ଏକ ଆକଳନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ. ଏନ. ତିରୁମାଲା ନାୟକ ଏହି ଶିବିରର ଶୁଭ ଉଦ୍ଘାଟନ କରି ରୋଗୀଙ୍କ ପାଇଁ ପ୍ରମାଣ ପତ୍ର ପ୍ରଦାନ କରିବା ସହିତ ସେମାନଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଶିବିରରେ ୭୫ଜଣ ଯୋଗ୍ୟ ଭିନ୍ନକ୍ଷମଙ୍କ ପାଇଁ ପ୍ରମାଣ ପତ୍ର ଯୋଗାଇ ଦେବା ପାଇଁ ସ୍ଥିର କରାଯାଇଥିଲା। ଏହି ଶିବିରରେ ଡ. ଶତୃଘ୍ନ ନାୟକ ଉପସ୍ଥିତ ରହି ପରୀକ୍ଷା କରିଥିଲେ। ସିଡିଏମଓ ଡ.…

"ନୟାଗଡ଼ରେ ଥାଲାସେମିଆ ଏବଂ ହେମୋଫୋଲିଆ ରୋଗୀଙ୍କ ପାଇଁ ଆକଳନ ଶିବିର"

ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନା ସମ୍ବନ୍ଧୀୟ ତାଲିମ

ନୟାଗଡ଼, ୩୧ା୭:(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଂଚାୟତର କଂଚନବିଲି ଅଙ୍ଗନବାଡ଼ି କେନ୍ଦ୍ରରେ ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନା ସମ୍ବନ୍ଧୀୟ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମିଶନ ଶକ୍ତି ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଅଙ୍ଗନାବାଡି କର୍ମୀ ବିଷ୍ଣୁପ୍ରିୟା ପ୍ରଧାନଙ୍କ ସଭାପତିତ୍ୱରେ ଏହି ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଆଇସିଡିଏସ୍ ର ସୁପରଭାଇଜର ପ୍ରତିମା ସେଠୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ତାଲିମ ଦେଇଥିଲେ। ଶ୍ରୀମତୀ ସେଠୀ ସ୍ୱୟଂ ସହାୟକ ଗୋଷ୍ଠୀର ଶକ୍ତି, ସାମର୍ଥ୍ୟ, ଗୋଷ୍ଠୀର ଗୁରୁତ୍ୱ, .ସାମାଜିକ ସଶକ୍ତିକରଣ, ଅର୍ଥନୈତିକ ସଶକ୍ତିକରଣ, ସ୍ୱୟଂ ସହାୟକ ଗୋଷ୍ଠୀର ଲକ୍ଷ୍ୟ ଓ ଏହାର…

"ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନା ସମ୍ବନ୍ଧୀୟ ତାଲିମ"