Home ଓଡ଼ିଶା ନୟାଗଡ଼: ଓବିସି ସଂରକ୍ଷଣ ବ୍ୟବସ୍ଥା ହଟିବା ପରେ ନୂଆ ତାଲିକା ପ୍ରକାଶ

ନୟାଗଡ଼: ଓବିସି ସଂରକ୍ଷଣ ବ୍ୟବସ୍ଥା ହଟିବା ପରେ ନୂଆ ତାଲିକା ପ୍ରକାଶ

26

ନୟାଗଡ଼, ୨୮ା୧୨(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ୨୦୨୨ ପାଇଁ ପ୍ରକାଶ ପାଇଥିବା ଓବିସି ସଂରକ୍ଷଣ ବ୍ୟବସ୍ଥା ହଟିବା ପରେ ନୂଆ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ତେବେ ଜାନୁଆରୀ ୬ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ନେଇ ପ୍ରଶାସନିକ ସ୍ତରୀୟ ସୂଚନା ମିଳିଛି। ସରପଂଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ପଂଚାୟତ ସମିତି ଅଧ୍ୟକ୍ଷ ପଦବୀ ଓବିସିଙ୍କ ପାଇଁ ସଂରକ୍ଷିତ ହୋଇଥିଲା ତାହା ହଟିଯିବା ଯୋଗୁଁ ତାଲିକା ବଦଳି ଯାଇଛି। ଏନେଇ ଏକ ସାନି ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲାରେ ୧୯୪ଟି ପଂଚାୟତ, ୨୪ ଜିଲ୍ଲାପରିଷଦ, ୮ଟି ପଂଚାୟତ ସମିତି ରହିଥିଲାବେଳେ ସେଥିମଧ୍ୟରୁ ୬ଟି ଜିଲ୍ଲା ପରିଷଦ ଆସନ, ୪୦ଟି ପଂଚାୟତରେ ସରପଂଚ ଓ ସମିତି ସଭ୍ୟ ପଦବୀ ଓବିସିଙ୍କ ପାଇଁ ସଂରକ୍ଷିତ ଥିଲା ଏବଂ ୮ଟି ପଂଚାୟତ ସମିତିରୁ ଦଶପଲ୍ଳା, ଓଡ଼ଗାଁ ପଂଚାୟତ ସମିତି ଅଧ୍ୟକ୍ଷ ପଦବି ଓବିସିଙ୍କ ପାଇଁ ସଂରକ୍ଷିତ ରହିଥିଲା। ଯାହାକି ନୂଆ ତାଲିକାରେ ଏସବୁ ବ୍ୟବସ୍ଥା ବଦଳି ଯାଇଛି। ଏଥିନେଇ ଜାନୁଆରୀ ୩ ସୁଦ୍ଧା ଆପତ୍ତି ଅଭିଯୋଗ କରିବାକୁ ଥିବାବେଳେ ଜାନୁଆରୀ ୪ ଓ ୫ ଦୁଇଦିନ ଅଭିଯୋଗ ସମାଧାନ କରାଯିବ ଓ ୬ତାରିଖ ଦିନ ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯାଇ ୭ତାରିଖରେ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯିବ। ପୂର୍ବରୁ ଜିଲ୍ଲାପରିଷଦ ସଭାପତି ପଦବୀ ଓବିସିଙ୍କ ପାଇଁ ସଂରକ୍ଷିତ ଥିଲାବେଳେ ତାହା ବଦଳାଯାଇ ଅଣସଂରକ୍ଷିତ ରହିଛି। ଉଲ୍ଲେଖଯୋଗ୍ୟ ଓବିସି ସଂରକ୍ଷଣ ନେଇ ହାଇକୋର୍ଟରେ ଏକାଧିକ ପିଟିସନ ଦାୟର ହେବା ପରେ ସରକାର ଓବିସିଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ଉଠାଇ ଦେଇଥିଲେ। ନୂଆ ତାଲିକା ଅନୁଯାୟୀ ନୟାଗଡ଼ ପଂଚାୟତ ସମିତିର ଇକିରି ଗ୍ରାମ ପଂଚାୟତର ସରପଂଚ ଓ ସମିତି ପଦବୀ ମହିଳା ପାଇଁ ସଂରକ୍ଷିତ ଥିଲାବେଳେ ଇଟାମାଟି ପଂଚାୟତ ସରପଂଚ ଓ ସମିତି ସଭ୍ୟ ଅନୂସୂଚୀତ ଜାତି ମହିଳା, କାଳିକାପ୍ରସାଦ ସରପଂଚ ମହିଳା ଓ ସମିତି ମହିଳା, କେନ୍ଦୁଢିପି ସରପଂଚ ଅଂସରକ୍ଷିତ ଥିଲାବେଳେ ସମିତି ସଭ୍ୟ ମହିଳା, କ୍ରିଦାଶପୁର ସରପଂଚ ଓ ସମିତି ସଭ୍ୟ ମହିଳା, ଖୁଂଟୁବନ୍ଧ ସରପଂଚ ମହିଳା ସମିତି ଅସଂରକ୍ଷିତ, ଗଦାଧରପ୍ରସାଦ ସରପଂଚ ଅଂସରକ୍ଷିତ ଓ ସମିତି ଅସଂରକ୍ଷିତ, ଗମ୍ଭାରିଡିହି ସରପଂଚ ମହିଳା ଓ ସମିତି ଅସଂରକ୍ଷିତ, ଘଡ଼ୁଆଳ ସରପଂଚ ମହିଳା ଓ ସମିତି ମହିଳା, ଚଣ୍ଡିବସ୍ତ ସରପଂଚ ଓ ସମିତିସଭ୍ୟ ଅଂସରକ୍ଷିତ, ଚମ୍ପତିପୁର ସରପଂଚ ଓ ସମିତିସଭ୍ୟ ଅସଂରକ୍ଷିତ, ଜେମାଦେଇପୁରପାଟଣା ସରପଂଚ ଓ ସମିତିସଭ୍ୟ ଅସଂରକ୍ଷିତ, ନଡ଼ିଆଳି ସରପଂଚ ଓ ସମିତିସଭ୍ୟ ମହିଳା, ନବଘନପୁର ସରପଂଚ ଓ ସମିତିସଭ୍ୟ ଅସଂରକ୍ଷିତ, ନାଟୁଗାଁ ସରପଂଚ ଓ ସମିତି ମହିଳା, ନୋତର ସରପଂଚ ଓ ସମିତି ଅଂସରକ୍ଷିତ, ବଡ଼ପଣ୍ଡୁୂସର ସରପଂଚ ଓ ସମିତିସଭ୍ୟ ମହିଳା, ବାଉଁଶିଆପଡ଼ା ସରପଂଚ ଓ ସମିତି ମହିଳା, ବାଲୁଗାଁ ସରପଂଚ ଅଂସରକ୍ଷିତ ଓ ସମିତିସଭ୍ୟ ମହିଳା, ବିରୁଡ଼ା ସରପଂଚ ଓ ସମିତିସଭ୍ୟ ଅସଂରକ୍ଷିତ, ଭାଟସାହି ସରପଂଚ ମହିଳା ଓ ସମିତିସଭ୍ୟ ଅନୁସୂଚୀତ ଜନଜାତି ମହିଳା, ମାଛିପଡ଼ା ସରପଂଚ ଓ ସମିତିସଭ୍ୟ ମହିଳା, ମୁଥାଗାଡ଼ିଆ ସରପଂଚ ଓ ସମିତିସଭ୍ୟ ଅଂସରକ୍ଷିତ, ଶରଣକୁଳ (ଜହ୍ନିପଦା) ସରପଂଚ ଓ ସମିତିସଭ୍ୟ ଅସଂରକ୍ଷିତ, ଶରଧାପୁର ସରପଂଚ ମହିଳା ଓ ସମିତିସଭ୍ୟ ଅଂସରକ୍ଷିତ, ସିନ୍ଦୁରିଆ ସରପଂଚ ଅନୁସୂଚୀତ ଜାତି ଓ ସମିତିସଭ୍ୟ ମହିଳା, ଲକ୍ଷ୍ମୀପ୍ରସାଦ ସରପଂଚ ଓ ସମିତିସଭ୍ୟ ଅଂସରକ୍ଷିତ, ଲାଠିପଡ଼ା ସରପଂଚ ଓ ସମିତିସଭ୍ୟ ଅନୁସୂଚୀତ ମହିଳା ଓ ଲେଙ୍କୁଡ଼ିପଡ଼ା ପଂଚାୟତ ସରପଂଚ ଓ ସମିତିସଭ୍ୟ ଅନୁସୂଚୀତ ଜାତି ଭାବେ ସ୍ଥାନ ପାଇଥିବା ଜଣାପଡ଼ିଛି। ସେହିପରି ଭାବେ ଆଉ ୭ଟି ବ୍ଳକର ସରପଂଚ, ସମିତିସଭ୍ୟମାନଙ୍କର ସଂରକ୍ଷଣ ତାଲିକା ପ୍ରକାଶ ପାଇଥିବାବେଳେ ପଂଚାୟତ ଅଧ୍ୟକ୍ଷ ପଦବୀ ପାଇଁ ତାଲିକା ମଧ୍ୟ ପ୍ରକାଶ ପାଇଛି। ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ପଦବୀ ଅଂସରକ୍ଷିତ ଥିଲାବେଳେ ଖଣ୍ଡପଡ଼ା ଅନୁସୂଚୀତ ଜାତି ମହିଳା, ଗଣିଆ ମହିଳା, ଦଶପଲ୍ଲା ମହିଳା, ନୟାଗଡ଼ ଅଂସରକ୍ଷିତ, ନୂଆଗାଁ ମହିଳା, ଭାପୁର ଅସଂରକ୍ଷିତ ଓ ରଣପୁର ବ୍ଳକ ଅଧ୍ୟକ୍ଷ ପଦବୀ ଅସଂରକ୍ଷିତ ଥିବା ସରକାରୀ ଭାବେ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.