Home ଜିଲ୍ଲା ପରିକ୍ରମା ୧୨ତମ ଜାତୀୟ ଭୋଟର ଦିବସ ପାଳିତ, ସ୍ୱଚ୍ଛ ଭୋଟର ତାଲିକାରେ ନୟାଗଡ଼ ପ୍ରଥମ

୧୨ତମ ଜାତୀୟ ଭୋଟର ଦିବସ ପାଳିତ, ସ୍ୱଚ୍ଛ ଭୋଟର ତାଲିକାରେ ନୟାଗଡ଼ ପ୍ରଥମ

32

ନୟାଗଡ଼, ୨୫ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ୧୨ତମ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କିପରି ନିରପେକ୍ଷ, ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣଭାବେ ମତଦାନ କରାଯାଇପାରିବ ସେଥିପ୍ରତି ଗୁରୁତ୍ୱାରୋପ କରାଯାଇଥିଲା। ଏହି ପରିପ୍ରେକ୍ଷିରେ ନିର୍ବାଚନକୁ ଗଣତାନ୍ତ୍ରୀକ ପରପମ୍ପରାକୁ ବଜାୟ ରଖିବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ। ରାଜ୍ୟ ନିର୍ବାଚନ ଅଧିକାରୀ ସୁଶିଲ୍ କୁମାର ଲୋହାନୀ ରାଜ୍ୟସ୍ତରୀୟ ଜାତୀୟ ମତଦାତା ଦିବସ ଅବସରରେ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତି ପାଇଁ ନୟାଗଡ଼ ଜିଲ୍ଲାକୁ ଶ୍ରେଷ୍ଠ ଓ ପ୍ରଥମ ଜିଲ୍ଲାଭାବେ ବିବେଚନା କରି ଜିଲ୍ଲାପାଳଙ୍କୁ ମାନପତ୍ର ଦେଇ ସମ୍ମର୍ଦ୍ଧିତ କରିଥିଲେ। ନୂଆ ଭୋଟର ତାଲିକାରେ ରଣପୁର ନିର୍ବାଚନ ମଣ୍ଡଳୀର ୧୨୧୮ଜଣ ମତଦାତା ଯୋଡ଼ି ହୋଇଥିବାବେଳେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ୧୩୮୩, ଦଶପଲ୍ଳା ନିର୍ବାଚନ ମଣ୍ଡଳୀର୧୩୦୦ ଓ ନୟାଗଡ଼ ନିର୍ବାଚନ ମଣ୍ଡଳୀର ୧୧୩୯ ଜଣ ନୂଆ ଯୋଡ଼ି ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ରଣପୁର ନିର୍ବାଚନ ମଣ୍ଡଳୀରୁ ୨୧୮୯, ଦଶପଲ୍ଳାରୁ ୧୨୦୬, ନୟାଗଡ଼ରୁ ୪୪୧୭ ଓ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରୁ ୧୫୪୯ ଜଣ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଜଣାପଡ଼ିଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପିଡି ଡିଆରଡିଏ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜୀତ ରାଉତ, ଅତିରିକ୍ତ ଉପଜିଲ୍ଲାପାଳ ଅବନୀ କୁମାର ସାହୁଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଓ ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.