Home ଜିଲ୍ଲା ପରିକ୍ରମା ନୟାଗଡ଼ : ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ୩୦୯୯ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ନୟାଗଡ଼ : ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ୩୦୯୯ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

29

ନୟାଗଡ଼, ୨୧ା୧(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ବିଭିନ୍ନ ପଦ ପଦବୀରେ ୩,୦୯୯ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଶେଷ ଦିନରେ ବିଭିନ୍ନ ଦଳର ପ୍ରାର୍ଥୀମାନଙ୍କ ନାମ ଦଳମୁଖ୍ୟମାନେ ଘୋଷଣା କରିବା ସହିତ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ଆଶାୟୀ ପ୍ରାର୍ଥୀମାନେ ତାଲିକାରୁ ବାଦ୍ ପଡ଼ିଥିବା ଯୋଗୁଁ ନିରାଶ ହୋଇଥିବା ଦେଖାଦେଇଛି। ଦଳପତିଙ୍କ ଟିକେଟ ପାଇବାକୁ ବହୁ ଆଶାୟୀ ପ୍ରାର୍ଥୀ ଅେପେକ୍ଷା କରିଥିବାରୁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରିବାକୁ ପଂଚାୟତ.ପଂଚାୟତ ସମିତି ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗହଳି ଚହଳି ପରିଲକ୍ଷିତ ହୋଇଥିଲା। ଆଜି ଜିଲ୍ଳାରେ ୨୧୮୮ଜଣ ୱାର୍ଡ଼ସଭ୍ୟ, ୪୪୭ ସରପଂଚ, ୩୯୧ ସମିତିସଭ୍ୟ, ୭୩ ଜିଲ୍ଳା ପରିଷଦ ସଭ୍ୟ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ନୟାଗଡ଼୍ ବ୍ଳକରେ ୪୮୦ ୱାର୍ଡ଼ସଭ୍ୟ, ୮୩ ସରପଂଚ, ୭୬ ସମିତିସଭ୍ୟ ପ୍ରାର୍ଥୀପତ୍ର ଦାଖଲ କରିଥିଲାବେଳେ ନୂଅଗାଁ ବ୍ଳକରେ ୧୮୮ ୱାର୍ଡ଼ସଭ୍ୟ, ୩୫ ସରପଂଚ, ୫୧ ସମିତିସଭ୍ୟ, ଦଶପଲ୍ଲା ବ୍ଳକରେ ୧୯୧ ୱାର୍ଡ଼ସଭ୍ୟ, ୩୯ ସରପଂଚ, ୩୬ ସମିତିସଭ୍ୟ, ଗଣିଆ ବ୍ଳକରେ ୮୪ ୱାର୍ଡ଼ସଭ୍ୟ, ୨୯ ସରପଂଚ, ୨୫ ଜିଲ୍ଲାପରିଷଦ ସଭ୍ୟ, ଖଣ୍ଡପଡ଼ା ବ୍ଳକରେ ୨୫୩ ୱାର୍ଡ଼ସଭ୍ୟ, ୪୯ ସରପଂଚ, ୪୭ ସମିତିସଭ୍ୟ, ଭାପୁର ବ୍ଳକରେ ୧୮୩ ୱାର୍ଡ଼ସଭ୍ୟ, ୪୩ ସରପଂଚ, ୪୨ ସମିତିସଭ୍ୟ, ରଣପୁର ବ୍ଳକରେ ୪୩୦ ୱାର୍ଡ଼ସଭ୍ୟ, ୮୪ ସରପଂଚ, ୬୭ ସମିତିସଭ୍ୟ ଏବଂ ଓଡ଼ଗାଁ ବ୍ଳକରେ ୩୬୯ ୱାର୍ଡ଼ସଭ୍ୟ, ୮୪ ସରପଂଚ, ୪୬ ସମିତିସଭ୍ୟ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଜିଲ୍ଳାରୁ ଜିଲ୍ଳାପରିଷଦ ସଭ୍ୟ ଉପଜିଲ୍ଲ। ପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଭରତ ଚନ୍ଦ୍ର ବେହେରା ନୟାଗଡ଼ ଗସ୍ତରେ ଆସି ନିର୍ବାଚନ ସମ୍ବଦ୍ଧୀୟ ସମୀକ୍ଷା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.