Home ଜିଲ୍ଲା ପରିକ୍ରମା ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ବନ୍ଧୁ ମିଳନ, ଡାକବଙ୍ଗଳାର ପୁନରୁଦ୍ଧାର ପାଇଁ ଦାବି

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ବନ୍ଧୁ ମିଳନ, ଡାକବଙ୍ଗଳାର ପୁନରୁଦ୍ଧାର ପାଇଁ ଦାବି

69

ନୟାଗଡ଼, ୨୯ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ପାଣିପୋଇଲା ଡାକ ବଙ୍ଗଲା ଠାରେ ୨୦୨୨ ନୂତନବର୍ଷ ଉପଲକ୍ଷେ ଜିଲ୍ଲା ସାମ୍ବାଦିକ ସଂଘର ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଦର ମହକୁମାରେ କାର୍ଯ୍ୟରତ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ପ୍ରିଂଟ୍ ମିଡିଆ ଓ ଟିଭି ମିଡିଆର ସାମ୍ବାଦିକମାନେ ଯୋଗଦେଇଥିଲାବେଳେ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ତେବେ ୧୯୭୧ରେ ଜନନାୟକ୍ ବିଜୁ ପଟ୍ଟନାୟକ ଏହାର ପ୍ରାକୃତିକ ପରିବେଶରେ ଭରପୁର ସୌନ୍ଦର୍ଯ୍ୟତାକୁ ନେଇ ଏଠାରେ ଏକ ଡାକବଙ୍ଗଳା କରିବାର ଆଗ୍ରହ ପ୍ରକାଶ କରିବା ସହ ଏହାର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ ଓ ପରବର୍ତ୍ତୀ ସମୟରେ ଏଠାରେ ଜନମନ ହରଣ କଲାଭଳି ବିଭିନ୍ନ ଶୋଭାରାଜିରେ ଭରପୁର ଡାକବଙ୍ଗଳା ନିର୍ମାଣ ହୋଇଥିଲା। ଜିଲ୍ଳାର ଯେତେ ଡାକବଙ୍ଗଳା ଥିଲେବି ଏହି ଡାକବଙ୍ଗଳା ଅନନ୍ୟ ଥିବା ଯୋଗୁଁ ଏଠାରେ ମନ୍ତ୍ରୀ, ଯନ୍ତ୍ରୀ ଠାରୁ ଆରମ୍ଭ କରି ବହୁ ମାନ୍ୟଗଣ୍ୟ ବ୍ୟକ୍ତିି ଏଠାରେ ସମୟ କଟାଇବା ସହ ରାତ୍ରୀ ରହଣି କରିବାକୁ ଭଲ ପାଇଥାନ୍ତି। ଏପରିକି ବଣଭୋଜି ସହ ପ୍ରକୃତି ବିହାର କରିବାକୁ ଏହାକୁ ଉତ୍କୃଷ୍ଟ ସ୍ଥାନ ବୋଲି ବିବେଚନା କରି ଜିଲ୍ଳାର କୋଣ ଅନୁକୋଣରୁ ବିଭିନ୍ନ ବ୍ୟକ୍ତି ବୁଲି ଆସି ଏଠାରେ ରହନ୍ତି। ହେଲେ ଦିନକୁ ଦିନ ଏହି ଡାକବଙ୍ଗଳା ଉନ୍ନତରୁ ଉନ୍ନତତର ହେବା ବଦଳରେ ଏହା ଏବେ ଲଙ୍ଗଳା ଅବସ୍ଥାରେ ପଡ଼ି ରହିଛି। ନା ଡାକବଙ୍ଗଳାର ସେ ପୂର୍ବର ଶୋଭାରାଜି ଅଛି ନା ଡାକବଙ୍ଗଳାରେ ମୁଣ୍ଡ ଗୁଞ୍ଜିବାକୁ ଗୃହ ପରିବେଶ ଅଛି। ଡାକ ବଙ୍ଗଳା ଏବେ ମାଟିରେ ମିଶିଗଲା ଭଳି ଅବସ୍ଥା ସୃଷ୍ଟି ରହିଛି। ପାଖରେ ଥିବା କୂଅ ଭିତରେ ଗଛ ଲତା ଉଠି ଅପନ୍ତରା ହୋଇଥିଲାବେଳେ ନଳକୂପରୁ ବ୍ୟବହାର ଅନୁପଯୋଗୀ ଜଳ ବାହାରୁ ଥିବାରୁ ତାହା ପାନୀୟ ପାଇଁ ବ୍ୟବହାର ହୋଇପାରୁନାହିଁ। କେବଳ ଡାକବଙ୍ଗଳାର ପାଖରେ ଥିବା ବିରାଟ ଡ୍ୟାମ୍ ପରିଦର୍ଶନ କରି ଫେରୁଥିବାବେଳେ ଶହ ଶହ ସଂଖ୍ୟାରେ ବଣଭୋଜି ପାଇଁ ଏଠାକୁ ଆସୁଥିୁବା ଭ୍ରମଣକାରୀମାନେ ଏପରି ପ୍ରାକୃତିକ ପରିବେଶରେ ଥିବା ଡାକବଙ୍ଗଳାର ଶ୍ରୀହୀନ ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଡାକବଙ୍ଗଳାର ପୁନରୁଦ୍ଧାର ପାଇଁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.