Home ଅପରାଧ ଇଟାମାଟି ୬ ବସ୍ତା ଗଞ୍ଜେଇ ସହ ୨ କାର ଜବତ, ୫ ଗିରଫ

ଇଟାମାଟି ୬ ବସ୍ତା ଗଞ୍ଜେଇ ସହ ୨ କାର ଜବତ, ୫ ଗିରଫ

105

ନୟାଗଡ଼, ୪ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଇଟାମାଟି ଥାନା ପୋଲିସ ୨ଟିି କାର୍‌ରୁ ୬ବସ୍ତା ଗଞ୍ଜେଇ ସହ ୨ଟି କାର୍ ଜବତ କରିଥିବାବେଳେ ୫ଜଣ ଗଞେଇ ବେପାରୀଙ୍କୁ ଗିରଫ କରିଛି। ଗଞ୍ଜେଇ ବେପାରୀମାନେ ହେଲେ କନ୍ଧମାଳ ଜିଲ୍ଲାର। କନ୍ଧମାଳରୁ ଭୁବନେଶ୍ୱରକୁ କାର୍‌ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ଇଟାମାଟି ଥାନା ପୋଲିସ କøଣସି ସୂତ୍ରରୁ ଖବର ପାଇ ସେମାନଙ୍କ ଅନୁସନ୍ଧାନ ଚଳାଇ ସେମାନଙ୍କୁ ଧରିଥିଲା। ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏକ ସୁଇପ୍ଟି କାର( ଓଡି୧୫ଏ୭୦୭୦ ) ଓ ଆଉ ଗୋଟିଏ ହେଉଛି ଟୋଏଟା କାର୍‌(ଓଡି ୦୨ବିଭି ୨୧୬୬)। ଏହି ଦୁଇଟି କାର୍‌ରୁ ୬ଟି ବସ୍ତାରେ ୫୮.୬୦୦ କେଜି ଗଞ୍ଜେଇ ଚାଲାଣ ହେଉଥିଲା। ପୋଲିସ ୨/୨୦୨୨ କେଶ୍ ରୁୁଜୁ କରିଥିଲାବେଳେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନଥାନା ଅନ୍ତର୍ଗତ ଭବଘଂଟ ଗ୍ରାମର ହରିଲାଲ୍ ସାହାଣୀ(୨୧), ରୁଗୁଡ଼ିସାହିର ରବିଶଙ୍କର ସାହାଣୀ(୨୩), ଭବଘଟ ଗ୍ରାମର ଶ୍ୟାମ ସୁ୍‌ନ୍ଦର ସାହଣୀ(୨୬), ଖଜୁରୀପଡ଼ା ଥାନା ଅନ୍ତର୍ଗତ ଡାଳପଡ଼ା ଗ୍ରାମର ରାଜୀବ ଜାନୀ(୩୩) ଓ କଳସଖୁମ୍ପା ଗ୍ରାମର ଶ୍ରୀକଷ୍ଣ ଜାନୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.