Home ଓଡ଼ିଶା ବାଣ୍ଠପୁର ପଂଚାୟତର ସମସ୍ତ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦୀ : କ୍ରିଦାଶପୁର ପଂଚାୟତର ବିଜେପି ନେତା ଯୁଗଳ ମୁଦୁଲି...

ବାଣ୍ଠପୁର ପଂଚାୟତର ସମସ୍ତ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦୀ : କ୍ରିଦାଶପୁର ପଂଚାୟତର ବିଜେପି ନେତା ଯୁଗଳ ମୁଦୁଲି ଓ ସୁଶାନ୍ତ ଆଚାର୍ଯ୍ୟ ବିଜେପି ଛାଡ଼ି ବିଜେଡିରେ

84

ନୟାଗଡ଼, ୨୫ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରତ୍ୟାହାର ଦିବସରେ ନୟାଗଡ଼ ବ୍ଳକର ବିଭିନ୍ନ ପଂଚାୟତର ୪୨ ସରପଂଚ, ୨୨ ସମିତିସଭ୍ୟ ଓ ୧୦୪ ଜଣ ୱାର୍ଡ଼ସଭ୍ୟ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ଓଡ଼ଗାଁ ବ୍ଳକ ବାଣ୍ଠପୁର ପଂଚାୟତର ସରପଂଚ, ସମିତିସଭ୍ୟ ଓ ସମସ୍ତ ୱାଡ଼ସଭ୍ୟମାନେ ଅପ୍ରତିଦ୍ୱନ୍ଦୀ ହୋଇଛନ୍ତି। ଏହି ପଂଚାୟତରେ କେବଳ ଜିଲ୍ଳା ପରିଷଦ ସଭ୍ୟ ପାଇଁ ନିର୍ବାଚନ ହେବ। ନୟାଗଡ଼୍ ବ୍ଳକ କ୍ରିଦାଶପୁର ପଂଚାୟତର ସରପଂଚ ପ୍ରାର୍ଥୀନୀ ସଞ୍ଜୁବାଳା ବିଶ୍ୱାଳ ଓ ସମିତିସଭ୍ୟ ପ୍ରାର୍ଥୀନୀ ବାସନ୍ତୀ ଦେବୀ ଅପ୍ରତିଦ୍ୱନ୍ଦୀ ଭାବେ ବିବେଚିତ ହୋଇଛନ୍ତି। କ୍ରିଦାଶପୁର ପଂଚାୟତର ସରପଂଚ ପ୍ରାର୍ଥୀ ଭାବେ ୬ ଜଣ ପ୍ରାର୍ଥୀ ଓ ସମିତି ସଭ୍ୟ ପ୍ରାର୍ଥୀ ଭାବେ ୨ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ସରପଂଚ ପ୍ରାର୍ଥୀନୀ ସଞ୍ଜୁବାଳା ଓ ସମିତିସଭ୍ୟ ବାସନ୍ତୀଙ୍କୁ ଛାଡ଼ି ଆଉସବୁ ସରପଂଚ ଓ ସମିତିସଭ୍ୟ ପ୍ରାର୍ଥୀମାନେ ସେମାନଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ। ଅନ୍ୟପକ୍ଷରେ କ୍ରିଦାଶପୁର ପଂଚାୟତର ବିଜେପି ସଭାପତି ଯୁଗଳ କିଶୋର ମୁଦୁଲି ସରପଂଚ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲାପରେ ବିଜେପି ନେତା ସୁଶାନ୍ତ କୁମାର ଆଚାର୍ଯ୍ୟଙ୍କ ସହିତ ନୟାଗଡ଼ ବିଜେଡି କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ନେତୃ୍‌ତ୍ୱକୁ ଗ୍ରହଣ କରି ବିଜେଡିରେ ଯୋଗଦାନ କରିଛନ୍ତି। ସେହିପରି ନୟାଗଡ଼ ବ୍ଳକ ନଡ଼ିଆଳୀ ପଂଚାୟତର ସରପଂଚ ପ୍ରାର୍ଥୀନୀ ପୂଜାଶ୍ରୀ ମଧ୍ୟ ଅପ୍ରତିଦ୍ୱନ୍ଦୀ ହୋଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.