Home ଜିଲ୍ଲା ପରିକ୍ରମା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ବାତିଲ୍ ଦାବିରେ ବିକ୍ଷୋଭ

ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ବାତିଲ୍ ଦାବିରେ ବିକ୍ଷୋଭ

101

ନୟାଗଡ଼, ୨୭ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲ୍ଲାର ବିଭିନ୍ନ ଯୁକ୍ତ ଦୁଇ କଲେଜର ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ବାତିଲ ଦାବିରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଛାତ୍ରମାନେ ନୟାଗଡ଼ ମୁଖ୍ୟଛକ ପାଶ୍ୱର୍ରୁ ଏକ ଶୋଭାଯାତ୍ରାରେ ୍‌ବାହାରି କରୋନା କାଳରେ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ବାତିଲ କରାଯିବା ସମ୍ପର୍କରେ ସ୍ଲୋଗାନ ଦେଇଥିଲେ। କରୋନାର ଭୟାବହତା ସମୟରେ ସମ୍ପ୍ରତି ବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ରହିଥିବାବେଳେ ସରକାର ସ୍ୱାଭାବିକ ଭାବେ ଯୁକ୍ତ ଦୁଇ ପରୀକ୍ଷା କରିବା ଘୋଷଣା କରିଥିବାରୁ ଏହାକୁ ଛାତ୍ରଛାତ୍ରୀମାନେ ଘୋର ବିରୋଧ କରିଥିଲେ। ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟିହେବା ଆଶଙ୍କାରେ ପୋଲିସ ଘଟଣାସ୍ଥଳରେ ପହଂଚି ଛାତ୍ରମାନଙ୍କୁ ଘଉଡ଼ାଇ ଦେଇଥିଲେ। ଯାହାକି ଛାତ୍ରଛାତ୍ରୀମାନେ ଆଉ ଅଧିକ ବିକ୍ଷୋପ ପ୍ରଦର୍ଶନ କରିନପାରି ଜିଲ୍ଳାପାଳଙ୍କ ନିକଟକୁ ଦାବିପତ୍ର ଦେବାକୁ ଯାଇଥିଲେ। ଯୁକ୍ତଦୁଇ ବାର୍ଷିକ ପରୀକ୍ଷା ବାତିଲ କରି ସେମାନେ ଦେଇଥିବା ତିନୋଟି ଟର୍‌ମିନାଲ ପରୀକ୍ଷାର ଫଳ ଅନୁସାରେ ମାନ ନିର୍ଦ୍ଧାରଣ କରାଯାଉ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.