Home ଜିଲ୍ଲା ପରିକ୍ରମା କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ପାଇଁ ଅନ୍‌ଲାଇନ୍ ପଞ୍ଜିକରଣ

କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ପାଇଁ ଅନ୍‌ଲାଇନ୍ ପଞ୍ଜିକରଣ

53

ନୟାଗଡ଼, ୮ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଓଡ଼ିଶା ସରକାର କ୍ରୀଡ଼ା ଓ ଯୁବକଲ୍ୟାଣ ବିଭାଗ ଦ୍ୱାରା ୮ରୁ ୧୮ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକ୍‌କାୟୀତ କ୍ରୀଡ଼ା ପ୍ରତିଭାର ଅନ୍ୱେଷଣ ଏବଂ ସେମାନଙ୍କୁ ପ୍ରୋତ୍ସାହିତ କରୁଥିବା କ୍ରୀଡା଼ ଶିକ୍ଷକମାନଙ୍କର ଆସନ୍ତା ୧୫ ତାରିଖ ସୁଦ୍ଧା ଅନ୍‌ଲାଇନ୍ ମାଧ୍ୟମରେ ନାମ ପଞ୍ଜିକରଣ କରିବା ପାଇଁ କୁହାଯାଇଛି। ପଂଜିକୃତ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସମୟରେ କ୍ରୀଡ଼ା ପରୀକ୍ଷା କରାଯାଇ ସେମାନଙ୍କ ଭିତରୁ କ୍ରୀଡ଼ା ପ୍ରତିଭା ଚୟନ କରାଯିବ। ସେମାନଙ୍କୁ ଛାତ୍ରାବାସରେ ରହିବାର ସୁବିଧା ଦିଆଯିବା ସହିତ କ୍ରୀଡ଼ା ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ଶୃଙ୍ଖଳାଗତ ପ୍ରଶିକ୍ଷଣ ଲାଭ କରିପାରିବେ। ଛାତ୍ରଛାତ୍ରୀମାନେ ନିଜର ଦକ୍ଷତା ପ୍ରତିପାଦନ କଲାପରେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ପାଇପାରିବେ। ସବିଶେଷ ବିବରଣୀ ପାଇଁ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ସହିତ ଯୋଗାଯୋଗ କରିବା ପାଇଁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.