Home ଜିଲ୍ଲା ପରିକ୍ରମା ମା’ମାନଙ୍କ ଶକ୍ତି ହେବ ମିଶନ ଶକ୍ତି:ଅରୁଣ ସାହୁ

ମା’ମାନଙ୍କ ଶକ୍ତି ହେବ ମିଶନ ଶକ୍ତି:ଅରୁଣ ସାହୁ

59

ନୟାଗଡ଼, ୬ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ମା’ନାଆଁରେ ଥାଏ ଭକ୍ତି ଓ ଶକ୍ତି ତାଙ୍କର ଉନ୍ନତି ବୋଲି କହିବା ସହିତ ମା’ମାନଙ୍କ ଶକ୍ତି ହେବ ମିଶନ ଶକ୍ତି ବୋଲି ୫୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ମିଶନ ଶକ୍ତି ଗୃହର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ତଥା ନୟାଗଡ଼ର ବିଧାୟକ ଡ.ଅରୁଣ କୁମାର ସାହୁ ନିଜର ସ୍ୱଭାବ ସୁଲଭ ଢଙ୍ଗରେ ବକ୍ତବ୍ୟ ରଖିଛନ୍ତି। ତ୍ରିନାଥ ଛକଠାରେ ଗୁରୁବାର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଡ. ସାହୁ କହିଲେଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ମହିଳାମାନଙ୍କ ଉନ୍ନତି ପାଇଁ ଚିନ୍ତା କରିବା ସହ ସେମାନେ କିପରି ଆତ୍ମ ନିର୍ଭରଶୀଳ ହୋଇପାରିବେ ସେଥିପ୍ରତି ଯତ୍ନବାନ ହୋଇ ସବୁ ପ୍ରକାର ଉଦ୍ୟମ କରିଆସିଛନ୍ତି। ମା’ମାନେ ସଶକ୍ତ ହେଲେ ଗ୍ରମାଚଂଳରୁ ସହାରାଚଂଳ ପର୍ଯ୍ୟନ୍ତ ସବୁଠି ବିକାଶ ହିଁ ବିକାଶ ଥିବ। ଏହି ମିଶନ ଶକ୍ତି ଗୃହ ପରି ପୌରପରିଷଦର ୧୬ଟି ଯାକ ୱାର୍ଡ଼ରେ ମିଶନ ଶକ୍ତି ଗୃହ ନିର୍ମାଣ ହେବ ବୋଲି ମନ୍ତ୍ରୀ କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଧାୟକ ତଥା ଜିଲ୍ଳା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ବ୍ଳକ ଭାଇସ୍ ଚେୟାରମ୍ୟାନ ସୁବାସ ଚନ୍ଦ୍ର କଅଁର, ବିଡିଓ ଭିକାରି ସାହୁ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.