Home ଜିଲ୍ଲା ପରିକ୍ରମା ଅନ୍‌ଲାଇନ ପରୀକ୍ଷା ଦେବା ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଅନ୍‌ଲାଇନ ପରୀକ୍ଷା ଦେବା ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

35

ନୟାଗଡ଼, ୬ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନ୍‌ଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଛନ୍ତି। ଗୁରୁବାର ପୂର୍ବାହ୍ନରେ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର ଫାଟକକୁ ବନ୍ଦ କରିବା ସହିତ ଏକତ୍ରୀତ ହୋଇ ଅନ୍‌ଲାଇନ ପରୀକ୍ଷା ପାଇଁ ହୋହଲ୍ଳା କରିଥିଲେ। ମହାମାରାୀ କରୋନା ପୁଣି ଥରେ ଉଭା ହୋଇ ଦିନକୁ ଦିନ ତା’ର କାୟା ବିସ୍ତାର କରୁଥିବାରୁ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ଯାହାକି କରୋନା କଟକଣା ଆରମ୍ଭ ହୋଇଯାଇଛି। ଗତଥର ଯେପରି ମହାମାରୀରେ ବହୁ ଧନ ଜୀବନ ଚାଲିଯାଇଥିଲା ଏବେ ପୁଣି ମହାମାରୀ କରୋନା ଠାରୁ ଭୟଙ୍କର ଓମିକ୍ରନ ବ୍ୟପୁଥିବା ଆତଙ୍କରେ ସାଧାରଣରେ ଅଧିକ ଆତଙ୍କ ଖେଳେଇ ଦେଇଛି। ଏସବୁ ବିଚାରକୁ ଗୁରୁତ୍ୱ ଦେଇ ତଥା ଛାତ୍ରଛାତ୍ରୀମାନଙ୍କ ବୃହତ୍ତର ସ୍ୱାର୍ଥ ବିଚାର କରି ଅଫ୍‌ଲାଇନ୍ ବଦଳରେ ଅନ୍‌ଲାଇନ୍‌ରେ ପରୀକ୍ଷା ହେଉ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ଛାତ୍ରଛାତ୍ରୀମାନେ ଏ ସମ୍ବଳିତ ଦାବିପତ୍ର ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.