ରାକେଶ ତିଆରି କଲେ ସୌରଚାଳିତ ସାଇକେଲ; ଘଣ୍ଟାକୁ ଗଡିବ ୩୦ କିମି

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଦୃଢ ଇଚ୍ଛାଶକ୍ତି ରାକେଶ ନାୟକଙ୍କୁ ଆଣିଦେଇଛି ଏକ ନୂତନ ନରିଚୟ। ନିଜର ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ରାକେଶ ତିଆରି କରିଛନ୍ତି ସୌରଚାଳିତ ସାଇକେଲ୍। ପରୀକ୍ଷାମୂଳକ ଭାବେ ଏହି ସାଇକେଲ୍ ଚଳାଇବା ପରେ ସେ ବେଶ୍ ଉତ୍ସାହିତ ହୋଇ ଉଠିଛନ୍ତି। ଏ କ୍ଷେତ୍ରରେ ରାକେଶଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଆସିଥିବା ସାନ ଭାଇ ଜ୍ୟୋତି ଏ ସଂପର୍କିତ ଭିଡିଓ ନିଜର ଫେସବୁକ୍ ଆକାଉଣ୍ଟରେ ସେୟାର କରିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଜିଲାର ଭଣ୍ଡାରିପୋଖରୀ ତେସିଙ୍ଗା ଗ୍ରାମର ଚାଷୀ ସୁବାଷ ଚନ୍ଦ୍ର ନାୟକଙ୍କ ପୁତ୍ର ରାକେଶ।…

"ରାକେଶ ତିଆରି କଲେ ସୌରଚାଳିତ ସାଇକେଲ; ଘଣ୍ଟାକୁ ଗଡିବ ୩୦ କିମି"

ବିଗୁଡୁଛି ଭଦ୍ରକ କଂଗ୍ରେସର ଘର ସଜଡା ଅଡୁଆରେ ସଭାପତି, କାର୍ଯ୍ୟକାରୀ ସଭାପତି ଚୟନ, ଖୁବଶୀଘ୍ର ଜୋନସ୍ତରୀୟ ସଭାପତି ଚୟନ

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ନୂଆ ପିସିସି ମୁଖିଆ ନିରଂଜନ ପଟ୍ଟନାୟକ କଂଗ୍ରେସର ଦାୟିତ୍ୱ ନେବା ପରେ ଘର ସଜଡା ଆରମ୍ଭ କରିଛନ୍ତି। ଏହି ଘର ସଜଡା ଭଦ୍ରକରେ ବି ହୋଇଥିଲା। ହେଲେ ଏବେ ଏହା ବିଗିଡିବା ଆରମ୍ଭ କରିଥିବା ଆଲୋଚନା ହେଉଛି। ଦଳର ଜିଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାମ ଘୋଷଣା ପରେ ଅନେକ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି। ଭଦ୍ରକ କଂଗ୍ରେସର ଦୁଇ ଟର୍ମ ହୋଇଗଲା ପ୍ରାକ୍ତନ ବିଧାୟକ ନରେନ୍ ପଲେଇ ଜିଲା ସଭାପତି ଥିଲେ। କିନ୍ତୁ ପିସିସି ମୁଖିଆ ନିରଂଜନ ହେବା ପରେ ଭଦ୍ରକର ପ୍ରାକ୍ତନ ସାଂସଦ ଅନନ୍ତ ସେଠୀଙ୍କ ଉପରେ ଭଦ୍ରକ…

"ବିଗୁଡୁଛି ଭଦ୍ରକ କଂଗ୍ରେସର ଘର ସଜଡା ଅଡୁଆରେ ସଭାପତି, କାର୍ଯ୍ୟକାରୀ ସଭାପତି ଚୟନ, ଖୁବଶୀଘ୍ର ଜୋନସ୍ତରୀୟ ସଭାପତି ଚୟନ"

ବର୍ଷେ ହେଲା ୨ ନାବାଳିକାଙ୍କୁ ବଳତ୍କାର ଅଭିଯୋଗ ପାଇଁ ‘ପରୀ’ ଦେଲା ସାହସ, ଜେଲ୍ ଗଲେ ୨ ଅଭିଯୁକ୍ତ

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଶିଶୁ ଯୌନ ନିର୍ଯ୍ୟାତନା ବିରୋଧରେ ଓଡ଼ିଶା ପୁଲିସ୍ ଦ୍ୱାରା ରାଜ୍ୟବ୍ୟାପୀ ସଚେତନତାମୂଳକ କାର୍ଯ୍ୟକ୍ରମ “ପରୀ ପାଇଁ କଥାଟିଏ’ ଗତ ୧୧ ତାରିଖ ଉଦ୍ୟାପିତ ହୋଇଛି। ଏହି କାର୍ଯ୍ୟକ୍ରମ ପାଇଁ ଭଦ୍ରକ ପୁଲିସ୍ ପ୍ରଶାସନ ପକ୍ଷରୁ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଜିଲାର ସମସ୍ତ ୭ଟି ବ୍ଲକ୍ରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ସହଭାଗିତାରେ ବ୍ୟାପକ ସଚେତନତା ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଏବେ ପୁଲିସ୍ର ଏହି କାର୍ଯ୍ୟକ୍ରମର ସୁଫଳ ମିଳିଛି। ଯାହାର ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ସହରରେ। ଭଦ୍ରକ ସହରର ୨ ଜଣ ନାବାଳିକା ସେମାନଙ୍କ ପ୍ରତି ହେଉଥିବା ଯୌନ…

"ବର୍ଷେ ହେଲା ୨ ନାବାଳିକାଙ୍କୁ ବଳତ୍କାର ଅଭିଯୋଗ ପାଇଁ ‘ପରୀ’ ଦେଲା ସାହସ, ଜେଲ୍ ଗଲେ ୨ ଅଭିଯୁକ୍ତ"

ସାଂସଦଙ୍କ ପଞ୍ଚାୟତ ଓ ମନ୍ତ୍ରୀଙ୍କ ଇଲାକାରେ ଇଏ କି ହାଲ! ରାସ୍ତାଟିଏ ପାଇଁ ଜିଲାପାଳଙ୍କୁ ଗୁହାରି କଲେ ଗୋହିରା ଗ୍ରାମବାସୀ

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଯେଉଁ ପଞ୍ଚାୟତରେ ସାଂସଦଙ୍କ ଘର, ଯେଉଁ ଅଞ୍ଚଳରୁ ମନ୍ତ୍ରୀ ପ୍ରତିନିଧିତ୍ୱ କରୁଛନ୍ତି ସେହି ଅଞ୍ଚଳର ଏକ ଗାଁକୁ ଭଲ ରାସ୍ତାଟିଏ ନାହିଁ। ବିଜେଡି ସରକାରର ୧୮ ବର୍ଷ ଭିତରେ ସଡକ, ବିଜୁଳି, ପାଣିକୁ ପ୍ରାଧାନ୍ୟ ଦିଆଯାଇଥିବା କଥା ଘୋଷଣା କରାଯାଇଥିଲେ ମଧ୍ୟ ସରକାରଙ୍କ କଥା ଓ କାମରେ ଫରକ ଆପେ ଆପେ ବୁଝାପଡୁଛି। ଅବହେଳାର ଶିକାର ହୋଇଥିବା ଗାଁଟି ହେଲା ଭଦ୍ରକ ଜିଲା ବନ୍ତ ବ୍ଲକ ଓଢଙ୍ଗ ପଞ୍ଚାୟତର ଗୋହିରା ଗାଁ। ସାଂସଦ ଅର୍ଜୁନ ସେଠୀଙ୍କ ନିଜ ପଞ୍ଚାୟତରେ ଉକ୍ତ ଗାଁର ଅବସ୍ଥିତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମଧ୍ୟ…

"ସାଂସଦଙ୍କ ପଞ୍ଚାୟତ ଓ ମନ୍ତ୍ରୀଙ୍କ ଇଲାକାରେ ଇଏ କି ହାଲ! ରାସ୍ତାଟିଏ ପାଇଁ ଜିଲାପାଳଙ୍କୁ ଗୁହାରି କଲେ ଗୋହିରା ଗ୍ରାମବାସୀ"

ଭଦ୍ରକ : ବାସୁଦେବପୁର ଡାକ୍ତରଖାନାରୁ ମୁହଁ ଫେରାଉଛନ୍ତି ରୋଗୀ! ୫ ଡାକ୍ତର ପଦ ଖାଲି, ରୋଗୀଙ୍କୁ ମିଳୁନି ସେବା

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ସାମ୍ପ୍ରତିକ ସ୍ଥିତିରେ ଲୋକଙ୍କ ମୌଳିକ ଆବଶ୍ୟକତା ଭିତରୁ ସ୍ୱାସ୍ଥ୍ୟସେବାକୁ ସରକାର ଅଧିକ ଗୁରୁତ୍ୱ ଦେଇଆସୁଛନ୍ତି। ହାତ ପାଆନ୍ତାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବା କହୁଛନ୍ତି। ହେଲେ ସରକାରଙ୍କ ଏହି ଦୃଢୋକ୍ତି ସତ୍ତ୍ୱେ ଏହି ଜିଲାର ବାସୁଦେବପୁର ଡାକ୍ତରଖାନାରେ ବର୍ଷ ବର୍ଷ ଧରି ୫ଟି ବିଭାଗର ଡାକ୍ତର ପଦବି ଖାଲି ପଡିଛି। ଫଳରେ ଚିକିତ୍ସା ସେବା ନପାଇ ଡାକ୍ତରଖାନା ଉପରୁ ବହୁ ରୋଗୀ ମୁହଁ ଫେରାଉଥିବା ଅଭିଯୋଗ ହେଉଛି। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ବି ବିଭଗୀୟ ଉଚ୍ଚ ଅଧିକାରୀଙ୍କ ନଜର ନପଡିବା ଅଞ୍ଚଳବାସୀଙ୍କ କ୍ଷୋଭର କାରଣ ସାଜିଛି। ବାସୁଦେବପୁର ବ୍ଲକରେ ଥିବା…

"ଭଦ୍ରକ : ବାସୁଦେବପୁର ଡାକ୍ତରଖାନାରୁ ମୁହଁ ଫେରାଉଛନ୍ତି ରୋଗୀ! ୫ ଡାକ୍ତର ପଦ ଖାଲି, ରୋଗୀଙ୍କୁ ମିଳୁନି ସେବା"

ଭଦ୍ରକରେ ହଜ୍ ଓ ଉମରା ଶିବିର

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଭଦ୍ରକ ହଜ୍ କମିଟି ଆନୁକୁଲ୍ୟରେ ହଜ୍ ଓ ଉମରାକୁ ଯାଉଥିବା ତୀର୍ଥ ଯାତ୍ରୀଙ୍କ ପାଇଁ ମଦିନା ମଇଦାନ ଠାରେ ଦୁଇଦିନ ଧରି ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ରାଜ୍ୟରେ ବିଭିନ୍ନ ଜିଲ୍ଲାରୁ ଦୁଇଶହରୁ ଉର୍ଦ୍ଧ ହଜ୍ ଯାତ୍ରୀ ଏହି ଶିବିରରେ ଯୋଗଦେଇଥିଲେ। ହଜ୍ ଓ ଉମରା ସମୟରେ ହାଜି ମାନଙ୍କୁ ବିଭିନ୍ନ ନୀତି ନିୟମ ପାଳନ କରିବାର ପ୍ରଣାଳୀ ବିଦେଶରେ ଖାଇବା ଓ ସ୍ୱାସ୍ଥ୍ୟ ସମ୍ପର୍କୀତ ଜାବତୀୟ ସୂଚନା, ବିଭିନ୍ନ ପରିସ୍ଥିତିରେ ନିଜକୁ ସୁରକ୍ଷିତ ରଖିପାରିବେ ତାହାର ସୂଚନା ଇତ୍ୟାଦି ପ୍ରଦାନ କରାଯାଇଥିଲା। ବିଶିଷ୍ଟ ଧାର୍ମୀକ…

"ଭଦ୍ରକରେ ହଜ୍ ଓ ଉମରା ଶିବିର"

ଟାଉନ କଂଗ୍ରେସର ସାଂଗଠନିକ ବୈଠକ

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଜି ବାଇପାସ ସ୍ଥିତ ଏକ ହୋଟେଲରେ ଭଦ୍ରକ ଟାଉନ କଂଗ୍ରେସର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ନିବ ନିଯୁକ୍ତ ଜିଲ୍ଳା ସଭାପତି ଅଶୋକ କୁମାର ଦାସ ଓ କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତି ଯୋଗ ଦେଇ ଜିଲ୍ଳାରେ କଂଗ୍ରେସର ସାଂଗଠନିକ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ନଗର କଂଗ୍ରେସ ସଭାପତି ଅବଦୁଲ ମାକିତ ଖାଁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଦେଶ କଂଗ୍ରେସର ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ନିଯୁକ୍ତ ହେବା ପରେ ଓଡିଶାବାସୀଙ୍କର କଂଗ୍ରେସ ପ୍ରତି ଉତ୍ସାହ ବହୁମାତ୍ରାରେ ବୃଦ୍ଧି ପାଇଛି। ତୃଣମୂଳ ସ୍ତରରୁ ସମସ୍ତେ ସଂଗଠିତ ହୋଇ…

"ଟାଉନ କଂଗ୍ରେସର ସାଂଗଠନିକ ବୈଠକ"

ଭଦ୍ରକ : ବାରିକପୁର ଓ ଛତାବର ଆପ୍ରୋଚ ରାସ୍ତା ବିପର୍ଯ୍ୟସ୍ତ

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ୧୬ ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଗୁରୁତ୍ୱପୂଣ୍ଣ ର୍ ବାରିକପୁର ଓ ଛତାବର ଆପ୍ରୋଚ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି। ବାରିକପୁରରୁ ବନ୍ତକୁ ସଂଯୋଗ କରୁଥିବା ହାଇୱେ ରାସ୍ତା ବାରିକପୁର ଅଣ୍ଡରପାସ ରାସ୍ତା ସହ ସଂଯୁକ୍ତ ହୋଇଛି। ଏହି ରାସ୍ତା ପାଶ୍ୱର୍ରେ କଲେଜ, ସ୍କୁଲ, ବ୍ୟାଙ୍କ, ପଞ୍ଚାୟତ ଓ ସମବାୟ ସମିତି କାର୍ଯ୍ୟାଳୟ ସମେତ ବଜାର ଅବସ୍ଥିତ। ମାତ୍ର ରାଜପଥ ସଂଲଗ୍ନ ଅଣ୍ଡରପାସ ରାସ୍ତା ନିକଟରେ ବଡବଡ ଗାଢ ରାସ୍ତା ଉପରେ ସୃଷ୍ଟି ହୋଇ ରାସ୍ତାକୁ ବିପର୍ଯ୍ୟସ୍ତ କରି ପକାଇଥିବା ବେଳେ ରାଜପଥ କିମ୍ବା ପୂର୍ତ୍ତ ବିଭାଗ ଏହାର…

"ଭଦ୍ରକ : ବାରିକପୁର ଓ ଛତାବର ଆପ୍ରୋଚ ରାସ୍ତା ବିପର୍ଯ୍ୟସ୍ତ"

ଦୁର୍ନୀତି ସହିବାରେ ସରକାରୀ କଳର ଅସୀମ ଧୈର୍ଯ୍ୟ! ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସୁପାରିସ ଲାଗି ବିତିଗଲା ୧୩ ବର୍ଷ

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଗାଁର କଂକ୍ରିଟ ରାସ୍ତା ନିର୍ମାଣରେ ଦୁର୍ନୀତି ହୋଇଥିଲା। ଗ୍ରାମବାସୀ ଅଭିଯୋଗ କଲେ। ଏହି ଅଭିଯୋଗ ପରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେବାକୁ ଲାଗିଗଲା ୧୩ ବର୍ଷ। ଇଏ ହେଉଛି ଆମ ସରକାରୀ ସ୍ତରରେ ଦୁର୍ନୀତି ନିବାରଣ ଅଭିଯାନ। ସରକାର ସ୍ୱଚ୍ଛତାକୁ ନେଇ ଡିଣ୍ଡିମ ପିଟୁଥିବା ବେଳେ ଦୁର୍ନୀତିକୁ ସହିବାର ଯଥେଷ୍ଟ ଧୈର୍ଯ୍ୟ ଯେ ଆମ ପ୍ରଶାସନ ପାଖରେ ଅଛି ଏହା ଭଦ୍ରକ ଜିଲାର ଏକ ଉଦାହରଣରୁ ସ୍ପଷ୍ଟ ହୋଇଛି। ୨୦୦୪-୫ ଆର୍ଥିକ ବର୍ଷରେ ଚାନ୍ଦବାଲି ବ୍ଲକର ଉପାନ୍ତ ଅଞ୍ଚଳ କୁହାଯାଉଥିବା ବାଂଶଡା ପଞ୍ଚାୟତର ଛେଡାକରୁ ଧାନଖଣିଆ ଯାଏ କଂକ୍ରିଟ ରାସ୍ତା ନିର୍ମାଣ ଲାଗି ୨…

"ଦୁର୍ନୀତି ସହିବାରେ ସରକାରୀ କଳର ଅସୀମ ଧୈର୍ଯ୍ୟ! ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସୁପାରିସ ଲାଗି ବିତିଗଲା ୧୩ ବର୍ଷ"

ବନ ବିଭାଗ ଆଖି ଆଗରେ ଚାଲିଛି ବେଆଇନ୍ କରତ କଳ ବିଭାଗୀୟ ଅଧିକାରୀମାନଙ୍କ ନୀରବତା କାହା ସ୍ୱାର୍ଥରେ!

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ମାନ୍ୟବର ସୁପ୍ରିମ୍କୋର୍ଟଙ୍କ କଡା ନିର୍ଦ୍ଦେଶ ରହିଛି, ପରିବେଶ ସୁରକ୍ଷା ଦୃଷ୍ଟିରୁ ଚାଲିପାରିବନି ବେଆଇନ୍ କରତ କଳ। ହେଲେ ଏହି ଆଇନ୍କୁ ବେଖାତିର କରି ଭଦ୍ରକ ଜିଲାରେ ଦିନରାତି ଚାଲିଛି ଏହି ବ୍ୟବସାୟ। ମାତ୍ର ବନ ବିଭାଗ କହୁଛି ଆମ ପାଖରେ ଖବର ନାହିଁ। ଏହି ଜିଲାରେ କେବଳ ଭଦ୍ରକ ସହର କିମ୍ବା ଗ୍ରାମାଞ୍ଚଳ ନୁହେଁ ଚାନ୍ଦବାଲି, ବାସୁଦେବପୁର, ଧାମନଗର ଭଳି ବିଭିନ୍ନ ଅଂଚଳମାନଙ୍କରେ ବନପ୍ରାଣୀ ବିଭାଗର କେତେକ ଅସାଧୁ ଅଧିକାରୀ ଓ କାଠ ମାଫିଆଙ୍କ ମଧୁଚନ୍ଦି୍ରକାରେ ଏହି ବ୍ୟବସାୟ ବେଶ୍ ସୁରୁଖୁରୁରେ ଚାଲିଛି। ଯେଉଁଠି ଦେଖିବ ଗଦା ହୋଇଛି କୁଢ କୁଢ କାଠଗଣ୍ଡି। ଆଉ…

"ବନ ବିଭାଗ ଆଖି ଆଗରେ ଚାଲିଛି ବେଆଇନ୍ କରତ କଳ ବିଭାଗୀୟ ଅଧିକାରୀମାନଙ୍କ ନୀରବତା କାହା ସ୍ୱାର୍ଥରେ!"