ମୃତ ଶିକ୍ଷୟିତ୍ରୀଙ୍କୁ କ୍ଷତିପୁରଣ ଦେବାକୁ ଦାବି

ଭୁବନେଶ୍ୱର, ୫ା୧ (ଓଡ଼ିଆ ପୁଅ) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ହରିପୁର ଉଗ୍ରତାରା ନୋଡାଲ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଅଞ୍ଜଳୀ ଦେହୁରୀଙ୍କୁ ଗତକାଲି କିଛି ଦୁର୍ବୁତ ଅତ୍ୟନ୍ତ ନୃଶଂସ ଭାବରେ ହତ୍ୟାକରିଥିବା ଘଟଣାକୁ ନୂତନ ପେନ୍ସନ୍ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦୃଢ ନିନ୍ଦିକରାଯିବା ସହ ଦୋଷି ମାନଙ୍କୁ ୨୪ ଘଂଟା ମଧ୍ୟରେ ଗିରଫ କରିବା ଓ ମୃତ ଶିକ୍ଷୟିତ୍ରୀଙ୍କ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ସଂଘ ତରଫରୁ ଦାବି କରାଯାଇଛି। ସୂଚନା ଯୋଗ୍ୟ ଉକ୍ତ ଶିକ୍ଷୟିତ୍ରୀ ବିଦ୍ୟାଳୟରୁ ଘରକୁ ଫେରୁଥିବା ସମୟରେ ଘଟଣାର ଶିକାର ହୋଇଥିଲେ। ମୃତ ଶିକ୍ଷୟିତ୍ରୀଙ୍କ ରୋଜଗାର ଉପରେ ପରିବାର ନିର୍ଭର କରିଥିବାରୁ…

"ମୃତ ଶିକ୍ଷୟିତ୍ରୀଙ୍କୁ କ୍ଷତିପୁରଣ ଦେବାକୁ ଦାବି"

ଡାକ୍ତର ଖାନାରେ ଡାକ୍ତର ନ ଥିବାରୁ ସ୍ୱାସ୍ଥ୍ୟସେବା ବ୍ୟାହତ ସେବା ପାଇବାରୁ ବଂଚିତ ହେଲେ ଗୁରୁତର ହୋଇ ଆସିଥିବା ରୋଗୀ

ତୁରୁମୁଙ୍ଗା ୫-୧ (ଓଡ଼ିଆ ପୁଅ) ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ହେଉ ଅବା ସହର ଠାରୁ ଗାଁ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହିତ ସ୍ୱାସ୍ଥ୍ୟ ସେବା ପାଇଁ ବିଭିନ୍ନ ଯୋଜନାର ପ୍ରଣୟନର ଡିଣ୍ଡିମ ପିଟୁଛନ୍ତି ସରକାର। ହେଲେ ଆଦିବାସୀ ଅଧ୍ୟୁସିତ କେନ୍ଦୁଝର ଜିଲ୍ଲା ସରକାରୀ ସ୍ୱାସ୍ଥ୍ୟସେବା ଫେଲ ମାରିଛି।ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ରେ ଥିବା ରାଜନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ଆଜି ସ୍ୱାସ୍ଥ୍ୟ ସେବା ବ୍ୟାହତ ହୋଇ ଥିବା ଦିନ ସାରା ସାଧାରଣ ରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଥିଲା। ସମୟ ସକାଳ ପ୍ରାୟ ୯ ଟା ଠାରୁ…

"ଡାକ୍ତର ଖାନାରେ ଡାକ୍ତର ନ ଥିବାରୁ ସ୍ୱାସ୍ଥ୍ୟସେବା ବ୍ୟାହତ ସେବା ପାଇବାରୁ ବଂଚିତ ହେଲେ ଗୁରୁତର ହୋଇ ଆସିଥିବା ରୋଗୀ"

ପୋଲାଭରମ ନଦୀବନ୍ଧ ପ୍ରକଳ୍ପ ପ୍ରସଙ୍ଗରେ ବିଜେଡି ଦୋମୁହାଁ ନୀତି ଅବଲମ୍ବନ କରୁଛି: ବିଜେପି

– ଓଡିଶାର କୌଣସି କ୍ଷତି ହେବ ନାହିଁ – ଗୋଟିଏ ବି ଆଦିବାସୀ ପରିବାର ବାସଚ୍ୟୁତ ହେବେ ନାହିଁ – ଗତକାଲି ସଂସଦରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ବକ୍ତବ୍ୟର ସଠିକ ତର୍ଜମା କରୁ ବିଜେଡି – ସୁରକ୍ଷିତ ନଦୀବନ୍ଧ ନିର୍ମାଣ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରନ୍ତୁ ରାଜ୍ୟ ସରକାର ଭୁବନେଶ୍ୱର, ତା.୦୫/୦୧ (ଓଡ଼ିଆ ପୁଅ) : ପୋଲାଭରମ ନଦୀବନ୍ଧ ପ୍ରକଳ୍ପ ଦ୍ୱାରା ଓଡିଶାର କୌଣସି କ୍ଷତି ହେବ ନାହିଁ। ଏପରିକି ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ଗୋଟିଏ ବି ଆଦିବାସୀ ପରିବାର ପ୍ରଭାବିତ ହେବେ ନାହିଁ ବୋଲି କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଗତ କାଲି ସଂସଦରେ ନିର୍ଭର ଓ ଦୃଢ…

"ପୋଲାଭରମ ନଦୀବନ୍ଧ ପ୍ରକଳ୍ପ ପ୍ରସଙ୍ଗରେ ବିଜେଡି ଦୋମୁହାଁ ନୀତି ଅବଲମ୍ବନ କରୁଛି: ବିଜେପି"

ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ଉଦାସୀନତା ପ୍ରଦର୍ଶନ କରିବା ସହ ଅଣଦେଖା କରୁଛନ୍ତି : ବିଜେପି

– ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତିଙ୍କ ଓଡିଶା ଆଗମନ ଓ ପଛୁଆ ବର୍ଗଙ୍କ ବହୁବିଧ ସମସ୍ୟା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ଭୁବନେଶ୍ୱର, ତା.୦୫/୦୧ (ଓଡ଼ିଆ ପୁଅ): ରାଜ୍ୟର ପଛୁଆ ବର୍ଗଙ୍କ ବହୁବିଧ ଅସୁବିଧାକୁ ରାଜ୍ୟ ସରକାର ଜାଣି ଶୁଣି ଅଣଦେଖା କରୁଛନ୍ତି। ରାଜ୍ୟରେ ଓବିସି କମିଶନରଙ୍କ ନିଯୁକ୍ତି, ପଛୁଆବର୍ଗଙ୍କ ପାଇଁ ଶିକ୍ଷା ପ୍ରଦାନ, ବୃତି ଗତ ସ୍ତରରେ ସହାୟତା ପ୍ରଦାନ, କୃଷି କ୍ଷେତ୍ରରେ କରାଯାଉଥିବା ସରକାରୀ ଅବହେଳା ପ୍ରସଙ୍ଗରେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ତରଫରୁ ବାରମ୍ବାର ଦାବି କରାଯିବା ସତ୍ୱେ ରାଜ୍ୟ ସରକାର ଏ ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ଧ୍ୟାନ ଦେଉନାହାନ୍ତି। ରାଜ୍ୟ ସରକାରଙ୍କ ପଛୁଆ ବର୍ଗଙ୍କ ପ୍ରତି ଉଦାସୀନତାକୁ ରାଜ୍ୟ ବିଜେପି…

"ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ଉଦାସୀନତା ପ୍ରଦର୍ଶନ କରିବା ସହ ଅଣଦେଖା କରୁଛନ୍ତି : ବିଜେପି"

ମହାନଦୀ ଜଳ ବିବାଦକୁ ନେଇ ଆପୋଷ ବୁଝାମଣା ପ୍ରସଂଗ: ମହାନଦୀର କ୍ଷତି ପାଇଁ ସଂପୂର୍ଣ୍ଣ ରୂପେ ରାଜ୍ୟ ସରକାର ହିଁ ଦାୟୀ : ବିଜେପି

– ୧୦ ବର୍ଷ ପୂର୍ବରୁ ଛତିଶଗଡ ଡ୍ୟାମ ନିର୍ମାଣ କରିବା ସମୟରେ ମୁଖ୍ୟମନ୍ତ୍ରୀ ଚୁପ ବସିଥିଲେ କାହିଁକି ? – ରାଜ୍ୟ ସରକାର ମହାନଦୀ ଜଳ ବିବାଦ ପ୍ରସଂଗରେ କେନ୍ଦ୍ରକୁ ଦାୟୀ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ – ବିଧାନସଭା ଗୃହରେ ଗୋଟିଏ କଥା ଏବଂ ସଂସଦରେ ଅନ୍ୟ ଏକ କଥା କହି ଶାସକ ବିଜେଡି ଦୋ ମୁହାଁ ନୀତି ଅବଲମ୍ବନ କରୁଛି ଭୁବନେଶ୍ୱର, ତା.୦୫/୦୧ (ଓଡ଼ିଆ ପୁଅ): ଆଜି ବି ମହାନଦୀରେ ଯାହା କ୍ଷତି ହୋଇଛି ସେଥିପାଇଁ ସଂପୂର୍ଣ୍ଣ ରୂପେ ରାଜ୍ୟ ସରକାର ହିଁ ଦାୟୀ। ଦୀର୍ଘ ୧୦ ବର୍ଷ ପୂର୍ବରୁ ଛତିଶଗଡ ଡ୍ୟାମ ନିର୍ମାଣ କରିବା ସମୟରେ ରାଜ୍ୟ ସରକାର କାହିଁକି ଚୁପ ବସିଥିଲେ…

"ମହାନଦୀ ଜଳ ବିବାଦକୁ ନେଇ ଆପୋଷ ବୁଝାମଣା ପ୍ରସଂଗ: ମହାନଦୀର କ୍ଷତି ପାଇଁ ସଂପୂର୍ଣ୍ଣ ରୂପେ ରାଜ୍ୟ ସରକାର ହିଁ ଦାୟୀ : ବିଜେପି"

ସିସୋର ଚିଟ୍ଫଣ୍ଡର ମୁଖ୍ୟ ପ୍ରଶାନ୍ତ ଦାସ ଜାମିନରେ ଜେଲରୁ ବାହାରିବା ପ୍ରସଙ୍ଗରେ: କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଉଚିତ୍ ନ୍ୟାୟ ମିଳୁ : ବିଜେପି

– ସିସୋର ଚିଟ୍ଫଣ୍ଡ ଲିଙ୍କରେ ଶାସକ ବିଜେଡିର ବହୁ ଛାମୁଆ ନେତା ଓ ବିଧାୟକମାଙ୍କର ସଂପୃକ୍ତି ରହିଛି – ପ୍ରଶାନ୍ତ ଦାସ ଏବେ ଜାମିନରେ ମୁକୁଳିଥିଲେ ମଧ୍ୟ ସେ ଦୋଷମୁକ୍ତ ନୁହଁନ୍ତି ଭୁବନେଶ୍ୱର,  ତା ୦୫/୦୧ (ଓଡ଼ିଆ ପୁଅ): ସାଧାରଣ ଜମାକାରୀ ଏପର୍ଯ୍ୟନ୍ତ ତାଙ୍କ ଜମା ଟଙ୍କା ନପାଇ ନ୍ୟାୟିକ ପ୍ରକ୍ରିୟା ଉପରେ ଭରଷା ରଖିଛନ୍ତି। ରାଜ୍ୟ ବିଜେପି ମଧ୍ୟ ଭାରତୀୟ ଆଇନ ବ୍ୟବସ୍ଥା ଉପରେ ସଂପୂର୍ଣ୍ଣଭାବେ ବିଶ୍ୱାସ ରଖିଛି। କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଉଚିତ୍ ନ୍ୟାୟ ଏବଂ ଖୁବ୍ ଶୀଘ୍ର ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ମାତ୍ର ରାଜ୍ୟ ସରକାର ନ୍ୟାୟାଳୟରେ ସଠିକ ତଥ୍ୟ ପ୍ରଦାନ ନକରିବା କାରଣରୁ ଜଣଙ୍କ ପରେ ଜଣେ ଚିଟ୍ଫଣ୍ଡ…

"ସିସୋର ଚିଟ୍ଫଣ୍ଡର ମୁଖ୍ୟ ପ୍ରଶାନ୍ତ ଦାସ ଜାମିନରେ ଜେଲରୁ ବାହାରିବା ପ୍ରସଙ୍ଗରେ: କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଉଚିତ୍ ନ୍ୟାୟ ମିଳୁ : ବିଜେପି"

ଆର୍.ବି.ଆଇ. ଜାରି କରିବ ନୂଆ ଦଶ ଟଙ୍କିଆ ନୋଟ୍: କୋଣାର୍କ ସୂର୍ଯ୍ୟ ମନ୍ଦିର ଦେଖିବାକୁ ମିଳିବ

ନୂଆଦିଲ୍ଲୀ ୫-୧ (ଓଡ଼ିଆ ପୁଅ) ଖୁବ୍ ଶୀଘ୍ର ଆସୁଛି ନୂଆ ଦଶଟଙ୍କିଆ ନୋଟ। ଆର୍.ବି.ଆଇ. ଜାରି କଲା ଏହାର ସ୍ପେସିମେନ୍। ଓଡ଼ିଆଙ୍କ ପାଇଁ ଏହି ହେଉଛି ବହୁତ ଖୁସି ଖବର। ଏହି ଦଶ ଟଙ୍କିଆର ପଛପଟେ କୋଣାର୍କ ସୂର୍ଯ୍ୟ ମନ୍ଦିର ଦେଖିବାକୁ ମିଳିବ। ଆର୍.ବି.ଆଇ. ତରଫରୁ ସୂଟନା ଦିଆଯାଇଛିଯେ, ପୂର୍ବରୁ ଜାରି କରାଯାଇଥିବା ପୁରୁଣା ନୋଟ୍ ର ମଧ୍ୟ ଲିଗାଲ୍ ଟେଣ୍ଡର ଅପରିବର୍ତ୍ତିତ ରହିବ।

"ଆର୍.ବି.ଆଇ. ଜାରି କରିବ ନୂଆ ଦଶ ଟଙ୍କିଆ ନୋଟ୍: କୋଣାର୍କ ସୂର୍ଯ୍ୟ ମନ୍ଦିର ଦେଖିବାକୁ ମିଳିବ"

ଲାଲୁଙ୍କ ସହ ୫ ଅଭିଯୁକ୍ତଙ୍କ ଗୋଖାଦ୍ୟ ଦୁର୍ନୀତିର ଶୁଣାଣି ଶେଷ: ଆସନ୍ତା କାଲି ୨ଟାରେ ଭିଡ଼ିଓ କନ୍ଫେରେସିଂ ମାଧ୍ୟମରେ ଦଣ୍ଡ ଶୁଣାଣି

ରାଞ୍ଚି ୫-୧ (ଓଡ଼ିଆ ପୁଅ) ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଲାଲୁ ପ୍ରସାଦ ଯାଦବଙ୍କ ସହିତ ୫ଜଣ ଅଭିଯୁକ୍ତଙ୍କର ବିଭିନ୍ନ ବିନ୍ଦୁ ଉପରେ ସିବିଆଇର ବିଶେଷ କୋର୍ଟରେ ଶୁଣାଣି ଶେଷ ହୋଇଛି। ଆସନ୍ତା କାଲି ଅପରାହ୍ନ ୨ଟା ସମୟରେ ଭିଡ଼ିଓ କନ୍ଫେରେସିଂ ମାଧ୍ୟମରେ ଦଣ୍ଡ ଶୁଣାଣି ହେବ ବୋଲି ଲାଲୁଙ୍କ ଓକିଲ ଚିତ୍ତରଂଜନ ସିହ୍ନା ଗଣମାଧ୍ୟମକୁ କହିଛନ୍ତି। ସୂଚନାଯୋଗ୍ୟଯେ, ଗୋଖାଦ୍ୟ ଦୁର୍ନୀତିରେ ଲାଲୁ ପ୍ରସାଦ ଯାଦବଙ୍କ ସହିତ ୧୬ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦେବଘର କୋଷାଗାରରୁ ଅବୈଧ ଉଠାଣ ସମ୍ବନ୍ଧିତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦଙ୍କ ସହିତ ଅନ୍ୟ ଅଭିଯୁକ୍ତମାନଙ୍କୁ ୨୩ ଡିସେମ୍ୱର, ୨୦୧୭ରେ ଦୋଷୀ…

"ଲାଲୁଙ୍କ ସହ ୫ ଅଭିଯୁକ୍ତଙ୍କ ଗୋଖାଦ୍ୟ ଦୁର୍ନୀତିର ଶୁଣାଣି ଶେଷ: ଆସନ୍ତା କାଲି ୨ଟାରେ ଭିଡ଼ିଓ କନ୍ଫେରେସିଂ ମାଧ୍ୟମରେ ଦଣ୍ଡ ଶୁଣାଣି"

ସଂସଦରେ ଦୁଇଟି ପର୍ଯ୍ୟାୟରେ ବଜେଟ ଅଧିବେଶନ: ୧ ଫେବୃଆରୀରେ ସାଧାରଣ ବଜେଟ

ନୂଆଦିଲ୍ଲୀ ୫-୧ (ଓଡ଼ିଆ ପୁଅ) ସଂସଦରେ ଦୁଇଟି ପର୍ଯ୍ୟାୟରେ ବଜେଟ ଅଧିବେଶନ ହେବ। ୧ ଫେବୃଆରୀରେ ସାଧାରଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ପ୍ରଥମ ପର୍ଯ୍ୟାୟ ୨୯ ଜାନୁଆରୀରୁ ୯ ଫେବୃଆରୀ। ଦ୍ୱିତୀୟ ପର୍ଯ୍ୟାୟ ୫ ମାର୍ଚ୍ଚ ରୁ ୬ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ ବୋଲି ସମସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ପ୍ରକାଶ କରିଛନ୍ତି। ଆସନ୍ତା ବର୍ଷ ହୋଉଛି ସାଧାରଣ ନିର୍ବାଚନ। ନିର୍ବାଚନକୁ ଆଖି ଆଗରେ ରଖି ନରେନ୍ଦ୍ରମୋଦୀଙ୍କ ସରକାରଙ୍କ ପାଇଁ ଏହି ବଜେଟ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ। ବିମୁଦ୍ରାୟନ ଏବଂ ଜିଏସଟି ପରେ ଏହି ବଜେଟରେ ବ୍ୟବସାୟୀ ବର୍ଗଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିପାରନ୍ତି ସରକାର। ଏହା ବ୍ୟତୀତ ସାଧାରଣ ଲୋକଙ୍କ ହୀତକୁ…

"ସଂସଦରେ ଦୁଇଟି ପର୍ଯ୍ୟାୟରେ ବଜେଟ ଅଧିବେଶନ: ୧ ଫେବୃଆରୀରେ ସାଧାରଣ ବଜେଟ"

ଗୃହରକ୍ଷୀଙ୍କ କ୍ଷେତ୍ରରେ ସର୍ବନିମ୍ନ ଦେୟ ପାଇଁ ସରକାରଙ୍କ ଅବମାନନା

ଭୁବନେଶ୍ୱର ତା୦୪.୦୧.୨୦୧୮ରିଖ ରାଜ୍ୟସରକାର ଗତ ୧ତାରିଖ ଦିନ ଗୃହରକ୍ଷୀମାନଙ୍କର ଭତାକୁ ୬୦ ଟଙ୍କାକୁ ବୃଦ୍ଧି କରି ସମୁଦାୟ ଦୈନିକ ୩୦୦ଟଙ୍କା ପାଇବେ ବୋଲି ଘୋଷଣା କରିଛନ୍ତି। ଏହି ଘୋଷଣାକୁ ନେଇ ଗୃହରକ୍ଷୀମାନଙ୍କ ମଧ୍ୟରେ ତିବ୍ର ଅସୋନ୍ତଷ ପ୍ରକାଶ ପାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଗତ ତା୧୧.୦୭.୨୦୧୬ରିଖ ଦିନ ରାଜ୍ୟ ସରକାର ମାନ୍ୟବର ସୁପ୍ରମ କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ଗୃହରକ୍ଷୀମାନଙ୍କର କାର୍ଯ୍ୟକୁ କନେଷ୍ଟବଳଙ୍କ ସହ ସମାନ ବୋଲି ଘୋଷଣା କରି କନେଷ୍ଟବଳଙ୍କର ସର୍ବନିମ୍ନ ବେତନ ହାର ଅନୁଯାୟୀ ହିସାବ କରି ଭୁଲ କ୍ରମେ ମହଙ୍ଗା ଭତାକୁ ନମିଶାଇ ମାତ୍ର ୨୦ଟଙ୍କା ବୃଦ୍ଧି କରି ଦୈନିକ ୨୨୦ଟଙ୍କା ବଦଳରେ ୨୪୦ଟଙ୍କା ଦେବାକୁ ଘୋଷଣା କରିଥିଲେ। ଏହି…

"ଗୃହରକ୍ଷୀଙ୍କ କ୍ଷେତ୍ରରେ ସର୍ବନିମ୍ନ ଦେୟ ପାଇଁ ସରକାରଙ୍କ ଅବମାନନା"