Home Top News ଆଫଗାନିସ୍ତାନରେ ସ୍ଥିତି ବିଗିଡ଼ିଯିବାରୁ ଡ୍ରାଏ ଫ୍ରୁଟ୍ସ ଆମଦାନୀ ପ୍ରଭାବିତ : ମୂଲ୍ୟ ବୃଦ୍ଧି

ଆଫଗାନିସ୍ତାନରେ ସ୍ଥିତି ବିଗିଡ଼ିଯିବାରୁ ଡ୍ରାଏ ଫ୍ରୁଟ୍ସ ଆମଦାନୀ ପ୍ରଭାବିତ : ମୂଲ୍ୟ ବୃଦ୍ଧି

146

ନୂଆ ଦିଲ୍ଲୀ ୧୭ ଅଗଷ୍ଟ (ଓଡ଼ିଆ ପୁଅ) ଆଫଗାନିସ୍ତାନରେ ସ୍ଥିତି ବିଗିଡ଼ିଯିବାରୁ ଡ୍ରାଏ ଫ୍ରୁଟ୍ସ ଆମଦାନୀ ପ୍ରଭାବିତ ହୋଇଛି। ଏହା ଫଳରେ ଡ୍ରାଏ ଫ୍ରୁଟ୍ସର ମୂଲ୍ୟ ବୃଦ୍ଧି ହୋଇଥିବା ଜଣାପଡ଼ିଛି।

ଜାମ୍ମୁରେ ଜଣେ ବ୍ୟକ୍ତି କହିଛନ୍ତି, “କିଛି ଦିନ ପୂର୍ବରୁ ସେ ଡ୍ରାଏ ଫ୍ରୁଟ୍ସ କିଣିଥିଲେ, ଆଜି ସେଗୁଡ଼ିକର ଦୁଇଗୁଣ ମୂଲ୍ୟ ହୋଇଯାଇଛି। ବଜାରରେ ଏଭଳି ଅଭିବୃଦ୍ଧି ସାଧାରଣ ଗ୍ରାହକଙ୍କ ବଜେଟରୁ ବାହାରେ।”

ତାଲିବାନ କାବୁଲକୁ ଦଖଲ କରିବା ସହିତ ଏହି ଅନିଶ୍ଚିତ ସମୟ ମଧ୍ୟରେ ଆଫଗାନିସ୍ତାନ ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟରେ ଉପରେ ପ୍ରଭାବ ପଡ଼ିଛି। ସୋମବାର ଭାରତୀୟ ରପ୍ତାନିକାରୀମାନେ ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହା ବ୍ୟତୀତ ଆଫଗାନିସ୍ତାନରୁ ଡ୍ରାଏ ଫ୍ରୁଟ୍ସ ଏବଂ ତାଜା ଫଳର ଅଭାବ ଭାରତୀୟ ବଜାରରେ ଯେପରିକି, କିସମିସ୍, ବାଦାମର ମୂଲ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.