Home କଟକ ସିଦ୍ଧେସ୍ୱର ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ

ସିଦ୍ଧେସ୍ୱର ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ

109

ସାଲେପୁର, ୧୬/୦୮ (ଓଡିଆ ପୁଅ /ଅଭୟ ଜେନା) ସାଲେପୁର ବ୍ଲକ ଉଦୟ ପୁର ତୋଟାପଡା ଠାରେ ଥିବା ସୁରେନ୍ଦ୍ର ନାଥ ବିଦ୍ୟାପୀଠ ପରିସରରେ ସିଦ୍ଧେସ୍ୱର ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସ୍ୱାଧୀନତା ଦିବସ ଅବସରରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପରିସରରେ ବିଭିନ୍ନ କିସମର ଫଳ ଓ ଔଷଧୀୟ ଚାରା ଅନୁଷ୍ଠାନର କର୍ମକର୍ତ୍ତା ମାନେ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୌରବ କୁମାର ସାମଲ, ସୁରଥ କୁମାର ରାଉତ, ବିକାଶ ରଞ୍ଜନ ବରାଳ, ହରିହର ସ୍ୱାଇଁ, କାର୍ତିକ ଚନ୍ଦ୍ର ସାହୁ, ଚନ୍ଦନ ଦାସ, ପ୍ରତିଶୃତି ବରାଳ, ରବୀନ୍ଦ୍ର ଦାସ, ସୂର୍ଯ୍ୟକାନ୍ତ ଦାସ, ଚନ୍ଦନ ଚୌଧୁରୀ, ପ୍ରଦୀପ ଦାସ, ସୌରଭ ଦାସ, ରଂଜିତ ସାହୁ, ସନାତନ ସେଠି, ରବୀନ୍ଦ୍ର ଦାସ ଓ ସୁବ୍ରତ ମାଦେଳି ପ୍ରମୁଖ ବୃକ୍ଷ ରୋପଣ ରେ ସହାୟତା କରିଥିଲେ. ସ୍କୁଲ ର ପ୍ରଧାନ ଶିକ୍ଷକ ଅଶୋକ କୁମାର ସ୍ୱାଇଁ, ପ୍ରଦିତ କୁମାର ସାହୁ, ଅଜୟ କୁମାର ବେହେରା, ଲକ୍ଷ୍ମୀ ପ୍ରିୟା ସ୍ୱାଇଁ, ସସ୍ମିତା ପରିଡା, ଝୁନୁ ଲତା ଖଟୁଆ, ସୁରଥ ପରିଡା, ବିଲିପ୍ତା ସେଠି, ମାନସୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.