Home ଓଡ଼ିଶା ଏସ୍‌.ୟୁ.ସି.ଆଇ. ରାଜ୍ୟ ନେତା ଉଦ୍ଧବ ଜେନାଙ୍କ ବିୟୋଗରେ ‘ଫରୱାର୍ଡ଼ ବ୍ଲକ୍‌’ ର ଶୋକ

ଏସ୍‌.ୟୁ.ସି.ଆଇ. ରାଜ୍ୟ ନେତା ଉଦ୍ଧବ ଜେନାଙ୍କ ବିୟୋଗରେ ‘ଫରୱାର୍ଡ଼ ବ୍ଲକ୍‌’ ର ଶୋକ

22

ଭୁବନେଶ୍ୱର, ୧୬.୦୮ ) : ଏସ୍‌.ୟୁ.ସି.ଆଇ.(କମ୍ୟୁନିଷ୍ଟ) ପାର୍ଟିର ଓଡ଼ିଶା ରାଜ୍ୟ ସଂପାଦକ ମଣ୍ଡଳି ସଭ୍ୟ ତଥା ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ୟୁନିୟନର ରାଜ୍ୟ ସଭାପତି କମ୍ରେଡ଼ ଉଦ୍ଧବ ଜେନା ଗତ କିଛିିଦିନ ଧରି କୋଭିଡ଼୍‌ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଗତକାଲି ରାତ୍ରୀରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ନିଧନ ହୋଇଯାଇଛି। କମ୍ରେଡ଼ ଉଦ୍ଧବ ଜେନାଙ୍କ ଅକାଳ ବିୟୋଗରେ “ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌”, ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। କମ୍ରେଡ଼ ଉଦ୍ଧବ ଜେନା ଛାତ୍ର ଜୀବନରୁ ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ହୋଇ ମୃତ୍ୟୁ ପର୍ଯ୍ୟନ୍ତ ଏସ୍‌.ୟୁ.ସି.ଆଇ ର ଜଣେ ଶୃଙ୍ଖଳିତ ସେନାପତି ଭାବରେ ସାଲିଶ୍ ବିହୀନ ସଂଗ୍ରାମକୁ ନେତୃତ୍ୱ ଦେଇଆସୁଥିଲେ। ବିଶେଷ କରି କୃଷକ ଓ କୃଷି ଶ୍ରମିକମାନଙ୍କୁ ସଂଗଠିତ କରିବାରେ ତାଙ୍କର କାର୍ଯ୍ୟଧାରା ପାଇଁ ସେ ଚୀରସ୍ମରଣୀୟ ହୋଇ ରହିବେ। ମିଳିତ ବାମପନ୍ଥୀ ଆନ୍ଦୋଳନ ହେଉ ଅବା କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନ, ସମସ୍ତ ଆନ୍ଦୋଳନରେ ସେ ଥିଲେ ଜଣେ ଅଗ୍ରଗଣ୍ୟ ଯୋଦ୍ଧା। ତାଙ୍କ ଭଳି ବାମ ଆନ୍ଦୋଳନର ଜଣେ ସୁଦକ୍ଷ ସେନାପତିଙ୍କ ଅକାଳ ବିୟୋଗ ନିଶ୍ଛିତ ଭାବରେ ରାଜ୍ୟର ବାମପନ୍ଥୀ ତଥା ପ୍ରଗତିଶୀଳ ଆନ୍ଦେଳନ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଏକ ଶୋକ ବାର୍ତ୍ତାରେ ଫରୱାର୍ଡ଼ ବ୍ଲକ୍‌ର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.