Home ଜିଲ୍ଲା ପରିକ୍ରମା ସାଲେପୁରରେ ୭୫ତମ ସ୍ବାଧୀନତା ଦିବସ ପାଳିତ

ସାଲେପୁରରେ ୭୫ତମ ସ୍ବାଧୀନତା ଦିବସ ପାଳିତ

93

ସାଲେପୁର : ୧୬/୮ (ଓଡ଼ିଆ ପୁଅ/ ଅଭୟ ଜେନା )ସାଲେପୁର ରେ ସଦର ମହକୁମା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ବିଭିନ୍ନ ବିକାଶ ମୂଳକକାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦେଇ ଥିଲେ।ସାଲେପୁର ରେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ରସର୍ବାଙ୍ଗୀନ ଉନ୍ନତି ପାଇଁ ସଂକଳ୍ପ ବଦ୍ଧ ବୋଲି ପ୍ରକାଶ କରିଥିଲେ।ଏହି ଉତ୍ସବରେ ସାଲେପୁର ତହସିଲଦାର, ବିଡ଼ିଓ, ସାଲେପୁର ଏସଡ଼ିପିଓ, ଓ ଆଇଆଇସିପ୍ରମୁଖ ଅଧିକାରୀ ଯୋଗଦେଇଥିବା ବେଳେ ଚନ୍ଦ୍ରାଦେଇ ପୁର ଗ୍ରାମପଞ୍ଚାୟତ ପକ୍ଷରୁ ଇକୋ କଲଚରାଲ ସେଣ୍ଟର ଓ ଶୌଚାଳୟ କୁ ବିଧାୟକ ଶ୍ରୀ ବେହେରା ଉଦଘାଟନ କରିଥିଲେ. ସାଲେପୁର ସାମ୍ବାଦିକ ସଙ୍ଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଅଭୟ ଜେନା ଜାତୀୟ ପତାକାଉତ୍ତୋଳନ କରିଥିଲେ. ଆୟୋଜିତ ସ୍ବାଧୀନତା ଦିବସ ଉତ୍ସଵ ରେସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଓ ଆତ୍ମା ର ସଭାପତି ଦିଲ୍ଲୀପ ଦାଶ ଯୋଗ ଦେଇସ୍ୱାଧୀନତା ଦିବସ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି ଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମ ରେ ସଂଘ ର ସମସ୍ତ ସଦସ୍ୟ ଯୋଗଦେଇ ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରି ଥିଲେ. ସାଲେପୁର ସାମ୍ବାଦିକ ସଙ୍ଘ ପକ୍ଷରୁ ମାଛୁଆତି ଠାରେ ଥିବା ଜରାନିବାସ ରେ ବିସ୍କୁଟ ଓ ମିଷ୍ଟାନ ବଣ୍ଟନକରାଯାଇଥିଲା ଓ ବୋଇଲ ସ୍ୱପ୍ନେସ୍ୱର ବାଳାଶ୍ରମ ରେ ସଙ୍ଘପକ୍ଷରୁ ପାଲାମାନଙ୍କୁ ବିସ୍କୁଟ ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.