Home ଓଡ଼ିଶା ଓଡିଶାରେ ନାରୀ ଶକ୍ତିଙ୍କୁ ସମ୍ମାନ ନାହିଁ : ସ୍ମୃତି ପଟ୍ଟନାୟକ

ଓଡିଶାରେ ନାରୀ ଶକ୍ତିଙ୍କୁ ସମ୍ମାନ ନାହିଁ : ସ୍ମୃତି ପଟ୍ଟନାୟକ

74

ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅନ୍ତର୍ଗତ ମିର୍ଜାପୁର ସ୍ଥିତ ନାଥସାହିର ଯୁବତୀ ତୃଷ୍ଣା ନାଥର ମୃତ୍ୟୁ ପ୍ରସଙ୍ଗରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀଙ୍କ ଘଟଣାସ୍ଥଳ ପରିଦର୍ଶନ

ଜିଲ୍ଲା ଏସପିଙ୍କୁ ସାକ୍ଷାତ କରି ଦୋଷୀଙ୍କୁ ଶୀଘ୍ର ଗିରଫ କରିବାକୁ ଦାବିପତ୍ର ପ୍ରଦାନ କରିବା ସହ ଆଗାମୀ ୪୮ ଘଂଟା ଭିତରେ ପୋଲିସ ସମସ୍ତ ଦୋଷୀଙ୍କୁ ଗିରଫ କରି ଉପଯୁକ୍ତ ଦଣ୍ଡ ପ୍ରଦାନ କରାନଗଲେ ମହିଳା ମୋର୍ଚ୍ଚା ତରଫରୁ ବ୍ୟାପକ ଆନ୍ଦୋଳନ

କରାଯିବଭୁବନେଶ୍ୱର, ୧୬/୦୮ (ଓଡ଼ିଆ ପୁଅ): ଆଜି ଓଡିଶାର ମାଁ ଓ ଭଉଣୀମାନେ ଅସୁରକ୍ଷିତ ହୋଇପଡିଛନ୍ତି। ଦିନକୁ ଦିନ ନାରୀ ନିର୍ଯ୍ୟାତନା, ଅତ୍ୟାଚାର, ଅସଦ୍ ବ୍ୟବହାର ପ୍ରଦର୍ଶନ, ନାବାଳିକା ଅତ୍ୟାଚାର ଭଳି ଘଟାଣାମାନ ବୃଦ୍ଧି ପାଇଚାଲିଛି। ଅଧିକାଂଶ କ୍ଷେତ୍ରରେ ଶାସକ ବିଜେଡିର ପ୍ରତ୍ୟକ୍ଷ ପ୍ରୋତ୍ସାହନ ହିଁ ମୂଳ କାରଣ। ଅପାରାଧୀମାନେ ଭୟମୁକ୍ତ ହୋଇ ଅମାନବୀୟ ଘଟଣାମାନ ଭିଆଇ ଚାଲୁଥିବାବେଳେ ପୋଲିସ୍ ଓ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛନ୍ତି। ଓଡିଶାରେ ନାରୀଶକ୍ତିଙ୍କୁ ସମ୍ମାନ ମିଳୁନାହିଁ। ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀ ସ୍ମୃତି ପଟ୍ଟନାୟକ କ୍ଷୋଭ ପ୍ରକାଶ କରି କହିଛନ୍ତି।

ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅନ୍ତର୍ଗତ ମିର୍ଜାପୁର ସ୍ଥିତ ନାଥସାହିର ଯୁବତୀ ତୃଷ୍ଣା ନାଥ ଦୋକାନକୁ ଚକଲେଟ କିଣିବାକୁ ଯାଇଥିବା ବେଳେ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତି ସେକ୍ ମୁସକିମ ତାଙ୍କୁ ଦୋକାନ ଭିତରକୁ ଟାଣି ନେଇ ଅସଦାଚରଣ କରିଥିଲା। ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ପୁରୁଣା ବଜାର ଥାନାରେ ଲିଖିତ ଏତଲା ଦେବା ପରେ ସେକ୍ ମୁସକିମଙ୍କୁ ଗିରଫ କରାଯାଇଥିଲା। ତେବେ, ପୁଲିସର କୋହଳ ମନୋଭାବ ଯୋଗୁଁ ଅଭିଯୁକ୍ତ ଜେଲ୍ ଯାଇ ବେଲରେ ଆସିବା ପରେ ବାପ ପୁଅ ମିଶି କେସ୍ ଉଠାଇବା ନେଇ ଯୁବତୀଙ୍କୁ ଧମକ ଚମକ ଦେଲେ। ସ୍ଥାନୀୟ ଥାନାଧିକାରୀ ଉକ୍ତ ଝିଅକୁ ଡାକି ପ୍ରଲୋଭନ ଦେଇ କେସକୁ ସମାଧାନ କରିବାକୁ ବାଧ୍ୟ କରିଥିଲେ। ଝିଅଟି ଥାନାଧିକାରୀଙ୍କ ସର୍ତରେ ସମ୍ମତି ନଜଣାଇବା ସହ ଏହାକୁ ବିରୋଧ କରିଥିଲେ। ଶେଷରେ ଝିଅଟି ଅପବାଦ ସହି ନପାରି ଆତ୍ମହତ୍ୟା ଭଳି କଠୋର ନିଷ୍ପତି ଗ୍ରହଣ କରିଥିଲା। ଝିଅର ଆତ୍ମହତ୍ୟା ପରେ ଝିଅର ବାପାଙ୍କ ଏତଲା ଆଧାରରେ ପୋଲିସ ଅଭିଯୁକ୍ତ ଶେଖ୍ ମିସକିମଙ୍କୁ ଗିରଫ କରିଥିଲା। ଧମକ ଦେଉଥିବା ତାଙ୍କ ତିନି ପୁଅ ବର୍ତମାନ ନିରୁଦ୍ଧିଷ୍ଟ ଅଛନ୍ତି। ତୃଷ୍ଣାଙ୍କୁ ନ୍ୟାୟ ଦାବିରେ ତଥା ମୃତ୍ୟୁର କାରଣ ସାଜିଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଏଭଳି ସ୍ପର୍ଶକତାପୂର୍ଣ୍ଣ ଘଟଣାର ବାସ୍ତବ ସ୍ଥିତି ଓ ସତ୍ୟାସତ୍ୟ ସଂପର୍କରେ ଜାଣିବା ପାଇଁ ବିଜେପି ରାଜ୍ୟ ସଭାନେତ୍ରୀ ଶ୍ରୀମତି ସ୍ମୃତି ପଟ୍ଟନାୟକ ଏବଂ ଉପ-ସଭାନେତ୍ରୀ ଶ୍ରୀମତି କସ୍ତୁରୀ ମିଶ୍ର ଗତ ୧୪ ତାରିଖ ଦିନ ଭଦ୍ରକ ଜିଲ୍ଲା ଗସ୍ତରେ ଯାଇଥିଲେ। ତୃଷ୍ଣାଙ୍କ ପରିବାର ସହିତ ଭେଟି ତାଙ୍କୁ ନ୍ୟାୟ ପାଇଁ ଲଢିବାର ଆଶ୍ୱାସନା ଦେଲେ। ଭଦ୍ରକ ଜିଲ୍ଲା ସଭାନେତ୍ରୀ ଶ୍ରୀମତି ହରପ୍ରିୟା ସାହୁ ଏବଂ ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ଶ୍ରୀମତି ଇତିଶ୍ରୀ ଜେନାଙ୍କ ସହିତ ଏସପିଙ୍କୁ ସାକ୍ଷାତ କରି ଦୋଷୀଙ୍କୁ ଶୀଘ୍ର ଗିରଫ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି। ଆଗାମୀ ୪୮ ଘଂଟା ଭିତରେ ପୋଲିସ ସମସ୍ତ ଦୋଷୀଙ୍କୁ ଗିରଫ କରି ଉପଯୁକ୍ତ ଦଣ୍ଡ ପ୍ରଦାନ କରାନଗଲେ ମହିଳା ମୋର୍ଚ୍ଚା ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀମତୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.