Home Top News ଦେଶକୁ ମିଳିପାରେ ପ୍ରଥମ ମହିଳା ପ୍ରଧାନ ବିଚାରପତି – ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଁ କଲେଜିୟମ୍ ୯ଟି...

ଦେଶକୁ ମିଳିପାରେ ପ୍ରଥମ ମହିଳା ପ୍ରଧାନ ବିଚାରପତି – ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଁ କଲେଜିୟମ୍ ୯ଟି ନାମର ସୁପାରିଶ ପଠାଇଲେ

70

ନୂଆ ଦିଲ୍ଲୀ ୧୮ ଅଗଷ୍ଟ (ଓଡ଼ିଆ ପୁଅ) ଦେଶକୁ ମିଳିପାରେ ପ୍ରଥମ ମହିଳା ପ୍ରଧାନ ବିଚାରପତି। ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଁ କଲେଜିୟମ୍ ୯ଟି ନାମର ସୁପାରିଶ ପଠାଇଛନ୍ତି। କଲେଜିୟମର ବୈଠକ ପରେ ୯ ଜଣ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିଶ କେନ୍ଦ୍ରକୁ ପଠାଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ବିଚାରପତି ଅଛନ୍ତି। ଏଥିସହ ଜଣେ ବରିଷ୍ଠ ଓକିଲଙ୍କୁ ସିଧାସଳଖ ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି।
ସୁପ୍ରିମକୋର୍ଟରେ ୯ ଟି ଖାଲି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ପ୍ରଧାନ ବିଚାରପତି ଏନ.ଭି ରାମଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଲେଜିୟମର ବୈଠକ ପରେ ୯ ଜଣ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିଶ କେନ୍ଦ୍ରକୁ ପଠାଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ବିଚାରପତି ଅଛନ୍ତି। ଏଥିସହ ଜଣେ ବରିଷ୍ଠ ଓକିଲଙ୍କୁ ସୁପ୍ରିମକୋର୍ଟରେ ସିଧାସଳଖ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି।

ଯେଉଁମାନଙ୍କର ନାମ କେନ୍ଦ୍ରକୁ ପଠାଯାଇଛି ସେମାନେ: –

ତେଲେଙ୍ଗାନା ହାଇକୋର୍ଟର ପ୍ରଧାନ ବିଚାରପତି ହିମା କୋହଲି
କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ବି.ଭି ନାଗରାଥନା
ଗୁଜୁରାଟ ହାଇକୋର୍ଟର ଜଜ୍ ବେଲା ତ୍ରିବେଦୀ
ବରିଷ୍ଠ ଆଡଭୋକେଟ୍ ପିଏସ୍ ନରସିଂହଙ୍କୁ ସିଧାସଳଖ ସୁପ୍ରିମକୋର୍ଟର ବିଚାରପତି କରିବାକୁ ସୁପାରିଶ କରାଯାଇଛି।
କର୍ଣ୍ଣାଟକ ହାଇକୋର୍ଟର ପ୍ରଧାନ ବିଚାରପତି ଏସ୍ ଓକା
ଗୁଜୁରାଟ ହାଇକୋର୍ଟର ପ୍ରଧାନ ବିଚାରପତି ବିକ୍ରମ ନାଥ
ସିକ୍କିମ ହାଇକୋର୍ଟର ପ୍ରଧାନ ବିଚାରପତି ଜେ.କେ ମହେଶ୍ୱରୀ
ଜଷ୍ଟିସ ସିଟି ରବିନ୍ଦ୍ରକୁମାର, କେରଳ ହାଇକୋର୍ଟର ବିଚାରପତି
ମାଡ୍ରାସ ହାଇକୋର୍ଟର ବିଚାରପତି ଏମ.ଏମ ସୁନ୍ଦରେଶ

ଯଦି କେନ୍ଦ୍ର ଏହି ସମସ୍ତ ସୁପାରିଶକୁ ଗ୍ରହଣ କରେ, ତେବେ ଭବିଷ୍ୟତରେ ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ବି.ଭି ନାଗରାଥନା ଏବଂ ପିଏସ୍ ନରସିଂହ ଭାରତର ପ୍ରଧାନ ବିଚାରପତି ହୋଇପାରିବେ। ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ କୌଣସି ମହିଳା ପ୍ରଧାନ ବିଚାରପତି ନାହାଁନ୍ତି। ଭାରତ ଜଷ୍ଟିସ ନାଗରାଥନା ରୂପରେ ପ୍ରଥମ ମହିଳା ପ୍ରଧାନ ବିଚାରପତି ପାଇପାରନ୍ତି।

ବର୍ତ୍ତମାନ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି, ଜଷ୍ଟିସ୍ ନାଗରାଥନା ତିନିଜଣ ମହିଳା ବିଚାରପତିଙ୍କ ମଧ୍ୟରେ ଅଛନ୍ତି, ଯାହାର ନାମ ମଙ୍ଗଳବାର ସନ୍ଧ୍ୟାରେ ସୁପ୍ରିମକୋର୍ଟ କଲେଜିୟମ୍ ଦ୍ୱାରା ସୁପାରିଶ କରାଯାଇଛି।

ଏହି ସୁପାରିଶ୍ ଅନୁଯାୟୀ, ଜଷ୍ଟିସ୍ ବିଭି ନାଗରଥନା ୨୦୨୭ ମସିହାରେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି।

ଜଷ୍ଟିସ ନାଗରଥନା ବେଙ୍ଗାଲୁରୁରେ ଓକିଲ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଫେବୃଆରୀ ୨୦୦୮ ରେ କର୍ଣ୍ଣାଟକ ଏଚସିରେ ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ଦୁଇ ବର୍ଷ ପରେ ତାଙ୍କୁ ସ୍ଥାୟୀ ବିଚାରପତି କରାଯାଇଥିଲା।

ଜଷ୍ଟିସ୍ ନାଗରାଥନାଙ୍କ ପିତା ଇଏସ୍ ଭେଙ୍କଟାରାମିଆ ୧୯୮୯ ରେ ପ୍ରାୟ ଛଅ ମାସ ପାଇଁ CJI ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.