Home ଅନୁଗୁଳ ଏନ୍‌.ଟି.ପି.ସି ତାଳଚେର ଥର୍ମାଲ ତାଲାବନ୍ଦ ଆଦେଶକୁ ଓଡ଼ିଶା ହାଇକୋର୍ଟ ସ୍ଥଗିତ କଲେ

ଏନ୍‌.ଟି.ପି.ସି ତାଳଚେର ଥର୍ମାଲ ତାଲାବନ୍ଦ ଆଦେଶକୁ ଓଡ଼ିଶା ହାଇକୋର୍ଟ ସ୍ଥଗିତ କଲେ

32

ଭୁବନେଶ୍ୱର ୧୭-୮ (ଓଡ଼ିଆ ପୁଅ) ଜାତୀୟ ଥର୍ମାଲ ଉର୍ଜା ନିଗମ ଏନ୍‌.ଟି.ପି.ସି. ତରଫରୁ ଏକତରଫା ଭାବେ ତାଲାବନ୍ଦ ତଥା କେନ୍ଦ୍ର ଶ୍ରମ ବିଭାଗ ଏହାକୁ ଏକତରଫା ଭାବେ ଅନୁମୋଦନ ବିରୁଦ୍ଧରେ ଏନ୍‌.ଟି.ପି.ସି. ମେନ୍‌ସ୍ କଂଗ୍ରେସର ସଭାପତି, ରାଷ୍ଟ୍ରୀୟ ମଜଦୁର କଂଗେସର ଜାତୀୟ ଉପସଭାପତି ତଥା ରାଜ୍ୟ ଶାଖା ସଭାପତି ତଥା ପ୍ରାକ୍ତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆ ଓ ଏନ୍‌.ଟି.ପି.ସି. ୱାର୍କରସ୍ ୟୁନିଅନର ସଭାପତି ତଥା ୟୁଥ ଆଇ.ଏନ୍‌.ଟି.ୟୁ.ସିର କାର୍ଯ୍ୟକାରୀ ସଭାପତି ଶ୍ରୀ ବିଷ୍ଣୁମୋହନ ରଥଙ୍କ ଓଡ଼ିଶା ହାଇକୋଟରେ ଆବେଦନକୁ ଭିତିକରି ମାନ୍ୟବର ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ଡକ୍ଟର ଏସ୍‌. ମୁରଲୀଧର ଏବଂ ବିଚାରପତି ବି.ପି. ରାଉତରାଏ ଗତ ତା. ୧୨.୦୮.୨୦୨୧ ରିଖ ୦୧ ନଭେମ୍ବର ମାସ ପର୍ଯ୍ୟନ୍ତ ମଧ୍ୟବର୍ତିକାଳୀନ ସ୍ଥଗିତ ଆଦେଶ ଦେଇଛନ୍ତି ଏବଂ ଏନ୍‌.ଟି.ପି.ସି. କର୍ତୁପକ୍ଷ, କେନ୍ଦ୍ର ସରକାର ଓ ଶ୍ରମ ବିଭାଗ, ଓଡ଼ିଶା ରାଜ୍ୟ ସରକାରଙ୍କୁ କୈଫତ ତେଲବ କରିଛନ୍ତି।

ତାଳଚେର ଥର୍ମାଲ କାରଖାନା ପୁରୁଣା ହୋଇଯାଇଥିବା ଦର୍ଶାଇ ଏହି କାରଖାନାକୁ ବନ୍ଦ କରିବା ପାଇଁ ୨୦୨୧ ଅପ୍ରେଲ ୧ ତାରିଖକୁ ତାଲାବନ୍ଦ କରିବା ପାଇଁ ଏନ୍‌.ଟି.ପି.ସି. ନିଷ୍ପତି ନେଇଥିଲେ। ମାତ୍ର ଶିଳ୍ପ ବିବାଦ ଆଇନର ଧାରା ୨୫ ‘ଠ’ ଏବଂ ‘ଘ’ ରେ ଥିବା ବ୍ୟବସ୍ଥାକୁ ଅଣଦେଖା କରାଯାଇଥିବାରୁ କେନ୍ଦ୍ର ଶ୍ରମ ବିଭାଗ ଏହାକୁ ଆଗ୍ରାହ୍ୟ କରି ପୁନଃର୍ବାର ଆବେଦନ କରିବା ପାଇଁ ଏନ୍‌.ଟି.ପି.ସି. କର୍ତ୍ୟୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏନ୍‌.ଟି.ପି.ସି କର୍ତ୍ୟୁପକ୍ଷ ପୁନଃର୍ବାର ମେ ୧୯ ତାରିଖରେ କେନ୍ଦ୍ର ଶ୍ରମ ବିଭାଗକୁ ପ୍ଲାଂଟ ବନ୍ଦ କରିବା ପାଇଁ ଆବେଦନ କରିଥିଲେ। ମାତ୍ର ସଂପୂର୍ଣ୍ଣପକ୍ଷେ ଶ୍ରମିକ ସଂଘ ଓ ସ୍ଥାନୀୟ ଲୋକମାନଙ୍କୁ ଶୁଣାଣି ପାଇଁ ସୁଯୋଗ ନଦେଇ ଶ୍ରମ ବିଭାଗ ଏନ୍‌.ଟି.ପି.ସି. କର୍ତୁପକ୍ଷଙ୍କୁ ଆବେଦନକୁ ଏକତରଫା ଭାବେ ଅନୁମୋଦନ କରି ଆଗାମୀ ଅଗଷ୍ଟ ୨୦ ତାରିଖକୁ ତାଲାବନ୍ଦ ଘୋଷଣା କରିଥିଲେ। ଏହାକୁ ଏନ୍‌.ଟି.ପି.ସି ମେନସ୍ କଂଗ୍ରେସ ୟୁନିଅନ ଏବଂ ଏନ୍‌.ଟି.ପି.ସି. ୱାର୍କସ୍ ୟୁନିଅନ ତରଫରୁ ଶ୍ରମ ବିଭାଗର ଆଦେଶ ବିରୋଧ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସୁନାମଧନ୍ୟ ବରିଷ୍ଠ ଓକିଲ ଶ୍ରୀଜଗନ୍ନାଥ ପଟ୍ଟନାୟକ ଓ ଓକିଲ ତରନ ପଟ୍ଟନାୟକ ଏହି କେସ୍‌କୁ ୟୁନିଅନ ତରଫରୁ ଲଢ଼ୁଥିଲେ।

ଏନ୍‌.ଟି.ପି.ସି.ର ତାଲାବନ୍ଦକୁ ସ୍ଥାନୀୟଲୋକ, ୟୁନିଅନ, ବିଧାୟକ, ସାଂସଦ, ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିବା ପରେ ଏନ୍‌.ଟି.ପି.ସି. ଚେୟାରମ୍ୟାନ ଓଡ଼ିଶା ରାଜ୍ୟ ମୁଖ୍ୟ ସଚୀବ ଶ୍ରୀ ସୁରେଶ ମହାପାତ୍ରଙ୍କ ସହ ଆଲୋଚନା କରି ନୂତନ ୧୩୨୦ ମେଗାୱାଟ କାରଖାନା ନିର୍ମାଣ କରିବା ଓ ସେଫ୍‌ଟି ଅଡ଼ିଟ୍ କଲା ପରେ ପୁରୁଣା କାରଖାନାକୁ ଚାଲୁକରିବା ପାଇଁ ପ୍ରତିଶ୍ରୁତ ଦେଇଥିଲେ। ଓଡ଼ିଶା ରାଜ୍ୟ ସରକାର ଥର୍ମାଲ ପାୱାର ଷ୍ଟେସନ ପାଇଁ ଅନୁମତି ନେଇଛନ୍ତି ମାତ୍ର କେନ୍ଦ୍ର ସରକାର ଅଥବା ଏନ୍‌.ଟି.ପି.ସି. ତରଫରୁ ଏପର୍ଯ୍ୟନ୍ତ କିଛି ବିଧିବଦ୍ଧ ଘୋଷଣା କରାଯାଇନାହିଁ। ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସଭାପତି ଡକ୍ଟର ରାମଚନ୍ଦ୍ର ଖୁଂଟିଆ, ସାଧାରଣ ସଂପାଦକ-କିଶୋର ଜେନା, ଉପସଭାପତି-ମଦନ ମୋହନ ଧଳ, ପ୍ରଶାନ୍ତ ମହାପାତ୍ର, ଅକ୍ଷୟ କୁମାର ତ୍ରିପାଠୀ ଏ ବାବଦରେ ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଶକ୍ତିମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.