Home ଓଡ଼ିଶା ଅବିଭକ୍ତ କଟକ ଜିଲ୍ଲାର ଜନସାଧାରଣଙ୍କ ଦୀର୍ଘଦିନର ଚାହିଦା ପୁରାଣ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ଦାବି...

ଅବିଭକ୍ତ କଟକ ଜିଲ୍ଲାର ଜନସାଧାରଣଙ୍କ ଦୀର୍ଘଦିନର ଚାହିଦା ପୁରାଣ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲେ ଦିଲ୍ଲୀପ ମଲ୍ଲିକ

75

କଟକ/ସାଲେପୁର, ୧୮.୦୮ (ଓଡିଆ ପୁଅ/ଅଭୟ ଜେନା) : କଟକ ସହର ହଜାର ବର୍ଷରୁ ଅଧିକ ପୁରୁଣା ସହର ଅଟେ। ଯାହା ଆମ ପରମ୍ପରା ଓ ସଂସ୍କୃତିକୁ ପ୍ରତିଫଳିତ କରେ। ଏହା ଆମର ପୁରୁଣା ରାଜ୍ୟ ଓ ରାଜଧାନୀ ଏବଂ ଓଡିଶାରେ ସ୍ବାଧୀନତା ସଂଗ୍ରାମର କେନ୍ଦ୍ରସ୍ଥଳ ଥିଲା। ଅବିଭକ୍ତ କଟକ ଜିଲ୍ଲାର ଜନସାଧାରଣଙ୍କ ଦୀର୍ଘଦିନର ଚାହିଦାପୁରଣ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦିଲ୍ଲୀ କାର୍ଯ୍ୟାଳୟରେ ସାକ୍ଷାତ କରି ବିଜେପି ନେତା ତଥା ରେଲୱେ ବୋର୍ଡର ସର୍ବ ଭାରତୀୟ ରେଳ ଯାତ୍ରୀ ସୁବିଧା କମିଟି ସଦସ୍ୟ ଦିଲୀପ ମଲ୍ଲିକ ଦାବିଜଣାଇଛନ୍ତି।
ଭୁବନେଶ୍ୱର- ମୁମ୍ବାଇ କୋଣାର୍କ ଏକ୍ସପ୍ରେସ, ପୁରୀ-ସାଇନଗର ସିରିଡି ଏକ୍ସପ୍ରେସକୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଉ।
ବଲାଙ୍ଗୀର-ସମ୍ବଲପୁର, ରାଉରକେଲା ଏଣ୍ଟରସିଟି ମଧ୍ୟରୁ ଯେକୌଣସି ଗୋଟିଏ ଟ୍ରେନ କଟକ ଦେଇ ଯାତ୍ରାକରୁ।
କଟକ ଏବଂ ଜଗତସିଂହପୁର ଜିଲ୍ଲାର ଗ୍ରାମାଞ୍ଚଳ ର ଲୋକମାନଙ୍କର ସୁବିଧା ପାଇଁ କନ୍ଦରପୁରଠାରେ ଗୋଟିଏ ଟିକେଟ ବୁକିଙ୍ଗ କାଉଣ୍ଟର ଖୋଲାଯାଉ।
ନୂତନ ଜାତୀୟ ରାଜପଥର କଟକ-ନାଉଗାଁ ରାସ୍ତାରେ କନ୍ଦରପୁର ଲେବୁଲ କ୍ରଶିଙ୍ଗ ଠାରେ ଫ୍ଲାଏଓଭର ବ୍ରିଜ ନିର୍ମାଣ କରାଯାଉ।
ଅଭିଭକ୍ତ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଜିଲ୍ଲାବାସିନ୍ଦାଙ୍କ ପାଇଁ ହରିଦାସପୁର-ପାରାଦୀପ ରେଳପଥ ରେ ଯଥାଶୀଘ୍ର ଯାତ୍ରୀବାହୀ ରେଳଚଳାଚଳ କରାଯାଉ।
ରାଜ୍ୟର ପୁରାତନ କଟକ ରେଳଷ୍ଟେସନକୁ ଅତିହ ଷ୍ଟେସନ ରୂପେ ନବୀକରଣ କରାଯିବା ସହିତ ଏହା କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଟର୍ମିନସ ନାମରେ ନାମିତ କରିବାକୁ ଶ୍ରୀ ମାଲିକ କେନ୍ଦ୍ରମନ୍ତ୍ରୀ ଙ୍କ ନିକଟରେ ଦାବିକରିଛନ୍ତି।
ଉପରୋକ୍ତ ଦାବିଗୁଡିକ ର ସମାଧାନ ପାଇଁ ବିହିତ ପଦକ୍ଷପ ଗ୍ରଗଣ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରତିଶୃତି ଦେଇଥିବାର ଶ୍ରୀ ମଲିକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.