ସରକାରୀ ମଦ ଦୋକାନର ଗ୍ରାହକ ସଂଖ୍ୟାଧିକ ଯୁବକ ଓ ଛାତ୍ର : ମଦମୁକ୍ତି ଅଭିଯାନ ସର୍ଭେ

ଭୁବନେଶ୍ୱର, ୧୦ା୧(ଓଡ଼ିଆ ପୁଅ): ଓଡ଼ିଶାରେ ନିଶାଡ଼ିଙ୍କ ହାର ଜାତୀୟ ହାର ଠାରୁ ଅଧିକ ହୋଇଥିବା ବେଳେ ମଦ କିଣୁଥିବା ଲୋକଙ୍କ ଭିତରୁ ଅଧିକାଂଶ ଯୁବବର୍ଗର। ଏହାଠାରୁ ଆହୁରି ଉଦ୍‌ବେଗର କଥା ହେଉଛି ଯେତେସଂଖ୍ୟକ ଯୁବକ ମଦ କିଣୁଛନ୍ତି ସେମାନଙ୍କ ମଧ୍ୟରୁ ଅନ୍ୟୁନ ୬୨ ପ୍ରତିଶତ ଛାତ୍ର। ଓଡ଼ିଶା ମଦମୁକ୍ତି ଅଭିଯାନ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଏହି ଉଦ୍‌ବେଗଜନକ ତଥ୍ୟ ମିଳିଛି। ଗତ ଡିସେମ୍ବର ୨୪ ତାରିଖରୁ ଚଳିତ ଜାନୁଆରୀ ୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଥିବା ସରକାରୀ ବିଦେଶୀ ମଦ ଦୋକାନର ଗ୍ରାହକମାନଙ୍କ ଉପରେ ଏକ ସର୍ଭେ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ମଦ କିଣୁଥିବା ଲୋକଙ୍କ ଭିତରୁ ଦୁଇ ପ୍ରତିଶତ ହେଉଛନ୍ତି…

"ସରକାରୀ ମଦ ଦୋକାନର ଗ୍ରାହକ ସଂଖ୍ୟାଧିକ ଯୁବକ ଓ ଛାତ୍ର : ମଦମୁକ୍ତି ଅଭିଯାନ ସର୍ଭେ"

ଧାନ ସଂଗ୍ରହ ପ୍ରକ୍ରିୟାରେ ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସାମିଲ କର – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୦-୧ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ୨୦୧୨ ଖରିଫ ଧାନ ସଂଗ୍ରହର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ଧାନ ସଂଗ୍ରହ ପାଇଁ ଅଧିକରୁ ଅଧିକ ଚାଷୀମାନଙ୍କୁ ପଞ୍ଜିକୃତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବିଶେଷକରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପଞ୍ଜୀକରଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ସୂଚନାଯୋଗ୍ୟଯେ, ଖରିଫ ୨୦୧୬ରେ ଜାନୁଆରୀ ୯ ତାରିଖ ସୁଦ୍ଧା ୯.୭୬ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ, ଖରିଫ ୨୦୧୭ରେ ବର୍ତ୍ତମାନ ସୁଦ୍ଧା ୧୧.୦୫ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଆସନ୍ତା ବର୍ଷ ପଞ୍ଜୀକରଣ ସଂଖ୍ୟାରେ ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ…

"ଧାନ ସଂଗ୍ରହ ପ୍ରକ୍ରିୟାରେ ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସାମିଲ କର – ମୁଖ୍ୟମନ୍ତ୍ରୀ"

ଛାତ୍ରଙ୍କ କୃତୀତ୍ୱ : ମେକାନିକାଲ ଇଞ୍ଜିନିୟରିଂରେ ସ୍ୱର୍ଣ୍ଣପଦକ

ସମ୍ବଲପୁର, ୯/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ମେକାନିକାଲ ଇଞ୍ଜିନିୟରିଂ (ବି.ଟେକ୍) ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ମାନସ ରଞ୍ଜନ ଗଡ଼ନାୟକଙ୍କୁ ଓଡ଼ିଶାର ମହାମହିମ ରାଜ୍ୟପାଳ ଏସ.ସି.ଜମିର ସ୍ୱର୍ଣ୍ଣପଦକ ପ୍ରଦାନ କରି ସମ୍ମାନୀତ କରିଛନ୍ତି। ସେଞ୍ଚୁରିଆନ୍ ୟୁନିଭର୍ସିଟୀ ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ, ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ୫ମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାମହିମ ରାଜ୍ୟପାଳ ଏସ.ସି.ଜମିର କୃତୀ ବିବେଚିତ ଛାତ୍ର ମାନସ ରଞ୍ଜନ ଗଡ଼ନାୟକଙ୍କୁ ସ୍ୱର୍ଣ୍ଣପଦକ ଦେଇ ପୁରସ୍କୃତ କହିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର କୁଶଳୀ ଏବଂ ପ୍ରଶିକ୍ଷଣ ବିଭାଗ ମନ୍ତ୍ରୀ ଷ୍ଟିଭର୍ଣ୍ଣ ହରବର୍ଟ ଏବଂ ନିର୍ଦ୍ଦେଶକ ନଦର୍ଣ୍ଣ ଇନ୍ଷ୍ଟିଚ୍ୟୁଟ ଅଫ୍ ଚାଲର୍ସ ଦାରୱିନ୍…

"ଛାତ୍ରଙ୍କ କୃତୀତ୍ୱ : ମେକାନିକାଲ ଇଞ୍ଜିନିୟରିଂରେ ସ୍ୱର୍ଣ୍ଣପଦକ"

ଏଫଏକ୍ୟୁ ଆଳ ଦେଖାଇ ମଣ୍ଡିଗୁଡିକରେ ଧାନ ସଂଗ୍ରହରେ ବ୍ୟାପକ ଅନିୟମିତତା ପ୍ରସଂଗରେ ବିଜେପି କୃଷକମୋର୍ଚ୍ଚା ତରଫରୁ ରାଜ୍ୟବ୍ୟାପୀ “ମଣ୍ଡିଚାଲ ଅଭିଯାନ”

ଭୁବନେଶ୍ୱର, ତା ୧୦/୦୧ (ଓଡ଼ିଆ ପୁଅ) : ରାଜ୍ୟରେ ଧାନ କିଣା ବିକା ଚାଲିଛି କେବଳ କାଗଜ କଲମରେ। ଆଶ୍ଚର୍ଯ୍ୟର ବିଷୟ ହେଉଛି ରାଜ୍ୟରେ ମରୁଡି, ଚକଡା ପୋକ ଏବଂ ଅଦିନିଆ ବର୍ଷା ସତ୍ୱେ ମନ୍ତ୍ରୀଙ୍କ ଆସ୍ଫାଳନ କି ଉତ୍ପାଦନ ବଢିଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଶାସକ ବିଜେଡି କେବଳ ନିଜର ରାଜନୈତିକ ଫାଇଦା ଏବଂ ଦଲାଲମାନଙ୍କୁ ହାତ ବାରେସି ସାଜି କୃଷକମାନଙ୍କ ବିରୁଧରେ ଏକ ଷଡଯନ୍ତ୍ର ରଚନା କରିଛି। ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପାଇଁ ବିଭିନ୍ନ ଜିଲ୍ଲାରେ ଥିବା ମଣ୍ଡି ଗୁଡିକ ବିଳମ୍ବରେ ଖୋଲାଯାଇଛି। ଅମଳ ସମୟରେ ମଣ୍ଡି ନଥିବା ଯୋଗୁଁ ଧାନ ଚାଷୀମାନେ ବାଧ୍ୟ ହୋଇ ବେପାରୀକୁ କ୍ୟୁଇଂଟାଲ ପିଛା ୩୦୦ ରୁ…

"ଏଫଏକ୍ୟୁ ଆଳ ଦେଖାଇ ମଣ୍ଡିଗୁଡିକରେ ଧାନ ସଂଗ୍ରହରେ ବ୍ୟାପକ ଅନିୟମିତତା ପ୍ରସଂଗରେ ବିଜେପି କୃଷକମୋର୍ଚ୍ଚା ତରଫରୁ ରାଜ୍ୟବ୍ୟାପୀ “ମଣ୍ଡିଚାଲ ଅଭିଯାନ”"

ଦୁଇ ଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ବିଜେପି ଲଢେଇ ଜାରି ରଖିବ : ଅରୁଣ ସିଂହ

ଭୁବନେଶ୍ୱର, ତା.୦୯/୦୧(ଓଡ଼ିଆ ପୁଅ): ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତାମାନେ ସାଧାରଣ ଲୋକଙ୍କ ପାଖରେ ପହଚିଂବେ। ଗାଁ ଗାଁ ରେ ପଦ୍ମ ଫୁଟିବ। ପାର୍ଟିର ବିଚାରଧାର ସହ କେନ୍ଦ୍ର ସରକାରଙ୍କ ବିକାଶ ବି ପ୍ରତ୍ୟେକ ସାଧାରଣ ଜନତାଙ୍କ ପାଖରେ ପହଚିଂବ। ପ୍ରଧାନମନ୍ତ୍ରୀଙ୍କ ଯୋଜନା ଯୋଗ୍ୟ ହିତାଧିକାରୀମାନଙ୍କୁୁ ପ୍ରଦାନ କରାଯିବ। ୧୮ ବର୍ଷ ବିଜେଡି ସରକାରର ସ୍ଥାଣୁତା, ଅପରାଗତା ଓ ଭ୍ରଷ୍ଟାଚାର ନୀତି ବିରୁଦ୍ଧରେ ବିଜେପି ପ୍ରତିବାଦ କରିବ। ଏଥି ସହ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ବିଜେପି ସାମ୍ନାକୁ ଆସିବ। ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଜ୍ୟ ବିଜେପି ପ୍ରଭାରି ଶ୍ରୀ ଅରୁଣ ସିଂହ ସୂଚନା ଦେଇ କହିଛନ୍ତି। ରାଜ୍ୟରେ ଶାସକ ବିଜେଡିର କୁଶାସନ, ଅରାଜକତା…

"ଦୁଇ ଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ବିଜେପି ଲଢେଇ ଜାରି ରଖିବ : ଅରୁଣ ସିଂହ"

ବିଜେପୁର ଗୁଳିକାଣ୍ଡ ପ୍ରତିବାଦରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟଠାରେ ପ୍ରତିବାଦ ସଭା: ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ସରକରୀ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ଭରସା ତୁଟି ଯାଇଛି : ବିଜେପି

ଭୁବନେଶ୍ୱର, ତା ୦୯/୦୧ (ଓଡ଼ିଆ ପୁଅ): ପୋଲିସକୁ ହାତବାରିସୀ କରି ଶାସକ ବିଜେଡି ରାଜ୍ୟରେ ଅରାଜକତା ସୃଷ୍ଟି କରିଚାଲିଛି। ଶାସକ ବିଜେଡିର ଗୁଣ୍ଡାଗର୍ଦ୍ଦିକୁ ପୋଲିସ ଏବଂ ପ୍ରଶାସନର ସଂରକ୍ଷଣ କାରଣରୁ ଏହି ଅରାଜକତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ନିଜ ଲୋକପ୍ରିୟତାର ହ୍ରାସ ଏବଂ ବିଜେପିର ବର୍ଦ୍ଧିତ ଲୋକପ୍ରିୟତାରେ ହିଂସାପରାୟଣ ହୋଇ ରକ୍ତମୁଖା ସାଜିଥିବା ଶାସକ ବିଜେଡି ହିଂସା ମାଧ୍ୟମରେ ଲୋକମତକୁ ଚାପି ଦେବାର ଅପପ୍ରୟାସ ଆରମ୍ଭ କରିଦେଇଛି। ଗତ ପଂଚାୟତ ନିର୍ବାଚନ ପରେ ରାଜନୀତି ହିଂସା ଓ ହତ୍ୟାକାଣ୍ଡକୁ ଶାସକ ବିଜେଡି ପ୍ରୋତ୍ସାହିତ କରୁଛି। ଏପରିକି ରାଜ୍ୟ ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର, ଜ୍ୟୋତି ନିରଂଜନା ଏବଂ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ…

"ବିଜେପୁର ଗୁଳିକାଣ୍ଡ ପ୍ରତିବାଦରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟଠାରେ ପ୍ରତିବାଦ ସଭା: ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ସରକରୀ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ଭରସା ତୁଟି ଯାଇଛି : ବିଜେପି"

ଆର୍ଥିକ ନୀତି ଓ ଭବିଷ୍ୟତ କାର୍ଯ୍ୟ ପନ୍ଥା ସଂପର୍କରେ ଅଗ୍ରଣୀ ଅର୍ଥନୀତିଜ୍ଞ ଏବଂ କ୍ଷେତ୍ରୀୟ ବିଶେଷଜ୍ଞଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଅଗ୍ରଣୀ ଅର୍ଥନୀତିଜ୍ଞ ଏବଂ ବିଭିନ୍ନ ପ୍ରସଙ୍ଗ ବିଶେଷଜ୍ଞମାନଙ୍କ ସହ ଆସନ୍ତା କାଲି ଆଲୋଚନା କରିବେ। ନୀତି ଆୟୋଗଙ୍କ ପକ୍ଷରୁ ଏହି ବିଚାର-ଆଲୋଚନା ତଥା ମାନସ ମନ୍ଥନ ଆୟୋଜନ କରାଯାଇଛି। ‘ଆର୍ଥିକ ନୀତି ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା’ ଶୀର୍ଷକ ଏହି ଆଲୋଚନାକୁ ବଛା ବଛା ବିଶେଷଜ୍ଞ ଗୋଷ୍ଠୀ ଓ ଅର୍ଥଶାସ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଆସନ୍ତା କାଲିର ମାନସ ମନ୍ଥନରେ ୬ଟି ବିଶେଷ ପ୍ରସଙ୍ଗ ଉପରେ ଆଲୋକପାତ କରାଯିବ। ସେଗୁଡିକ ହେଲା ବୃହତ୍ ଆର୍ଥିକ ଭାରସାମ୍ୟ, କୃଷି ଓ ଗ୍ରାମ୍ୟ ବିକାଶ, ସହରାଂଚଳ ଉନ୍ନୟନ, ଭିତିଭୂମି ଓ ସଂଯୋଗୀକରଣ, କର୍ମନିଯୁକ୍ତି, ବିନିର୍ମାଣ ଓ ରତ୍ପାନୀ କ୍ଷେତ୍ର…

"ଆର୍ଥିକ ନୀତି ଓ ଭବିଷ୍ୟତ କାର୍ଯ୍ୟ ପନ୍ଥା ସଂପର୍କରେ ଅଗ୍ରଣୀ ଅର୍ଥନୀତିଜ୍ଞ ଏବଂ କ୍ଷେତ୍ରୀୟ ବିଶେଷଜ୍ଞଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ"

ପ୍ରବାସୀ ସାଂସଦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

– ଭାରତୀୟଙ୍କ ଆଶା ଓ ଆକାଂକ୍ଷା ଏବେ ସର୍ବୋଚ୍ଚ ସ୍ତରରେ – ପିଆଇଓମାନେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ – ବିକାଶ ଲକ୍ଷ୍ୟ ହାସଲ ଦିଗରେ ପ୍ରବାସୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ନୂଆଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ପ୍ରବାସୀ ସାଂସଦ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଉଦବୋଧନ ଦେଇଛନ୍ତି। ସମ୍ମିଳନୀରେ ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଧିକାଂଶ ଲୋକ ଶହ ଶହ ବର୍ଷ ଧରି ଭାରତ ଛାଡ଼ିସାରିଛନ୍ତି, ତଥାପି ସେମାନେ ନିଜ ମନ ଏବଂ ହୃଦୟରେ ଭାରତକୁ ସ୍ଥାନ ଦେଇଛନ୍ତି। ସେ କହିଥିଲେ, ଏଥିରେ ଆଦୌ ଆଶ୍ଚର୍ଯ୍ୟର ହେବାର ନାହିଁ ଯେ ଭାରତୀୟ ବଂଶୋଦ୍ଭବ ଲୋକମାନେ ସେମାନେ…

"ପ୍ରବାସୀ ସାଂସଦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ"

କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଭାରତର ହଜ୍ କୋଟା ବୃଦ୍ଧି ଚଳିତବର୍ଷ ଯିବେ ରେକର୍ଡ ସଂଖ୍ୟକ ହଜ୍-ଯାତ୍ରୀ

– ବିନା ମେହରମ୍ ରେ ମହିଳାମାନେ ଯାଇପାରିବେ ହଜ୍ ନୂଆଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଭାରତ ହଜ୍ କୋଟା ବୃଦ୍ଧି କରିଛନ୍ତି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଚଳିତବର୍ଷ ରେକର୍ଡ ସଂଖ୍ୟକ ଅର୍ଥାତ୍ ୧ ଲକ୍ଷ ୭୫ ହଜାର ୨୫ ଜଣ ହଜ୍ ଯାତ୍ରାରେ ଯିବେ। ନିକଟରେ ଭାରତ ଓ ସାଉଦି ଆରବ ମଧ୍ୟରେ ଦ୍ୱିପାକ୍ଷିକ ବାର୍ଷିକ ହଜ୍-୨୦୧୮ ଚୁକ୍ତି ସ୍ୱାକ୍ଷର ହେବା ପରେ ଭାରତର ହଜ୍ କୋଟା ବୃଦ୍ଧି ହୋଇଛି। ସାଉଦି ଆରବର ହଜ୍ ଏବଂ ଉମରାହ ମନ୍ତ୍ରୀ ଓ ଶ୍ରୀ ନକ୍ଭୀ ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ। କେନ୍ଦ୍ର ସଂଖ୍ୟାଲଘୁ…

"କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଭାରତର ହଜ୍ କୋଟା ବୃଦ୍ଧି ଚଳିତବର୍ଷ ଯିବେ ରେକର୍ଡ ସଂଖ୍ୟକ ହଜ୍-ଯାତ୍ରୀ"

ଡିସେମ୍ବର ସୁଦ୍ଧା ପ୍ରତ୍ୟକ୍ଷ ଟିକସ ଆଦାୟରେ ୧୮.୨% ବୃଦ୍ଧି

– ୨୦୧୭-୧୮ ଆର୍ଥିକ ବର୍ଷର ଡିସେମ୍ବର ସୁଦ୍ଧା ପ୍ରତ୍ୟକ୍ଷ ଟିକସ ଆଦାୟରେ ୧୮.୨% ବୃଦ୍ଧି – ପ୍ରତ୍ୟକ୍ଷ ଟିକସ ଆଦାୟ ଆକଳନର ଏହା ୬୭% – ଅଗ୍ରୀମ ଟିକସ ଆଦାୟରେ ୧୨.୭% ବୃଦ୍ଧି ନୂଆଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୧୭-୧୮ ଆର୍ଥିକ ବର୍ଷର ଡିସେମ୍ବର, ୨୦୧୭ ସୁଦ୍ଧା ପ୍ରତ୍ୟକ୍ଷ ଟିକସ ଆଦାୟ ପରିମାଣ ୬.୫୬ ଲକ୍ଷ କୋଟି ଟଙ୍କାରେ ପହଁଚିଛି। ଏହା ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ ଆଦାୟ ହୋଇଥିବା ପ୍ରତ୍ୟକ୍ଷ ଟିକସ ତୁଳନାରେ ୧୮.୨% ଅଧିକ। ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ପରିମାଣ ୨୦୧୭-୧୮ ଆର୍ଥିକ ବର୍ଷର ବଜେଟରେ କରାଯାଇଥିବା ପ୍ରତ୍ୟକ୍ଷ ଟିକସ ଆଦାୟ ଆକଳନ(୯.୮ ଲକ୍ଷ କୋଟି…

"ଡିସେମ୍ବର ସୁଦ୍ଧା ପ୍ରତ୍ୟକ୍ଷ ଟିକସ ଆଦାୟରେ ୧୮.୨% ବୃଦ୍ଧି"