Home Top News JNUରେ ପୁଣି ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ – ୧୫ ଛାତ୍ର ଆହତ

JNUରେ ପୁଣି ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ – ୧୫ ଛାତ୍ର ଆହତ

38

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ହୋମ ଏବଂ ନନଭେଜ ଖାଦ୍ୟକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବାରୁ ଅତି କମରେ ୧୫ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ବାମ ଛାତ୍ର ସଂଗଠନ ଆଜି ଅପରାହ୍ନ ୨ ଟାରେ ଦିଲ୍ଲୀ ପୋଲିସ ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କବେ ବୋଲି ଜଣାପଡ଼ିଛି।

ତେବେ ଖବର ଅନୁୟାୟୀ, ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ର ଛାତ୍ରମାନେ ବାମପନ୍ଥୀ ଛାତ୍ରଛାତ୍ରୀଙ୍କୁ ହୋମରେ ବାଧା ଦେଉଥିବା ଏଭିଯୋଗ କରିଥିବା ବେଳେ ବାମ ଛାତ୍ର ସଂଗଠନଙ୍କର ଅଭିଯୋଗଯେ, ଏବିଭିପି ଛାତ୍ରଛାତ୍ରୀମାନେ ହଷ୍ଟେଲରେ ନନ-ଭେଜ୍ ଖାଦ୍ୟ ବନ୍ଦ କରିଛନ୍ତି। ଏହି ପ୍ରସଂଗକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା ଏବଂ ଏହି ଝଗଡ଼ାରେ ଅତିକମରେ ୧୫ ଜଣ ଛାତ୍ର ଆହତ ହୋଇଥିବା ସୂଚନା ମିଳିଥିବା ବେଳେ ପୋଲିସ ତରଫରୁ ୬ ଜଣ ଛାତ୍ର ଆହତ ହୋଇଥିବା ସୂଚନା ଦିଆଯାଇଛି।

ଜବାହରଲାଲ ନେହେରୁ ୟୁନିଭରସିଟି ଷ୍ଟୁଡେଣ୍ଟସ ୟୁନିଅନ (ଜେଏନଏସୟୁ) ଅଭିଯୋଗ କରିଛି ଯେ ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସଦସ୍ୟମାନେ ହଷ୍ଟେଲରେ ନନଭେଜ ଖାଦ୍ୟ ଖାଇବାକୁ ବାରଣ କରିଥିଲେ ଏବଂ ହିଂସା ପରିବେଶ ସୃଷ୍ଟି କରିଥିଲେ। ଏବିଭିପି ଏହି ଅଭିଯୋଗକୁ ଅସ୍ୱୀକାର କରିଛି ଏବଂ କହିଛିଯେ, ‘ବାମପନ୍ଥୀମାନେ’ ରାମନବମୀରେ ହଷ୍ଟେଲରେ ଆୟୋଜିତ ପୂଜା କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିଥିଲେ। ଉଭୟ ପକ୍ଷ ପରସ୍ପରକୁ ପଥର ଫିଙ୍ଗିବା ସହ ସମ୍ପୃକ୍ତ ସଦସ୍ୟଙ୍କୁ ଆଘାତ ଦେଇଥିବା ଅଭିଯୋଗ କରିଛନ୍ତି।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଏବିଭିପି ରବିବାର ଦିନ କାଭେରୀ ହଷ୍ଟେଲରେ ଏକ ହୋମର ଆୟୋଜନ କରିଥିଲା। ଅନ୍ୟପକ୍ଷରେ, ବାମ ଛାତ୍ର ସଂଗଠନ ଅଭିଯୋଗ କରିଥିଲା ଯେ ହଷ୍ଟେଲରେ ନନ-ଭେଜ୍ ଖାଦ୍ୟ ରାନ୍ଧିବାକୁ ABVP ଅନୁମତି ଦେଉନାହିଁ। ଯେହେତୁ ମେନୁ ଅନୁଯାୟୀ ରବିବାର ଦିନ ନନ-ଭେଜ୍ ହେବାର ଦିନ।

ଖବର ଅନୁଯାୟୀ, ନନ ଭେଜ୍ ଖାଦ୍ୟ ପ୍ରସଙ୍ଗ ଶନିବାର ଠାରୁ ଗରମ ହେବାକୁ ଆରମ୍ଭ କଲା। ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ଅନୁଯାୟୀ ଯୋଗାଣକାରୀ ରବିବାର ଦିନ ହଷ୍ଟେଲକୁ ଆସିଥିଲେ ମଧ୍ୟ ଏବିଭିପି କର୍ମଚାରୀମାନେ ତାଙ୍କୁ ଫେରାଇ ଦେଇଥିବାର ଅଭିଯୋଗ ହୋଇଛି। ଏହା ପରେ ବାମପନ୍ଥୀ ଛାତ୍ରମାନେ ଏକ ମିଟିଂ ଡାକିବା ସହ ଏହାକୁ ‘ଖାଦ୍ୟ ଅଧିକାର’ ଉଲ୍ଲଂଘନ ବୋଲି କହିଥିଲେ।

ଅପରପକ୍ଷରେ ଏବିଭିପିର ଛାତ୍ରମାନେ ହୋମ ସମାପ୍ତ କରିଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ଛାତ୍ରମାନଙ୍କ ମଧ୍ୟରେ ବିବାଦ ଏକ ସଂଘର୍ଷରେ ପରିଣତ ହୋଇଥିଲା। ଏହି ଆକ୍ରମଣରେ ଉଭୟ ପାର୍ଶ୍ୱରୁ ୬ ଜଣ ଆହତ ହୋଇଥିବା ପୋଲିସ କହିଛି। ତେବେ ଅତିକମରେ ୧୫ ଜଣ ଆହତ ହୋଇ ଡାକ୍ତରଖାନା ଯାଇଥିବା ଛାତ୍ରମାନେ ଦାବି କରିଛନ୍ତି।

ଦିଲ୍ଲୀ ପୋଲିସ ଆଜି ସକାଳେ ABVP ର ଅଜ୍ଞାତ ଛାତ୍ରଙ୍କ ବିରୋଧରେ JNUSU, SFI, DSF ଏବଂ AISA ରୁ ଏକ ଅଭିଯୋଗ ଗ୍ରହଣ କରିଥିଲା ଯାହା ପରେ ଆମେ IPC ର ଧାରା ୩୨୩/୩୪୧/୫୦୯/୫୦୬/୩୪ ଅନୁଯାୟୀ ଏକ FIR ପଞ୍ଜୀକୃତ କରାଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.