Home Top News କେନ୍ଦ୍ରମନ୍ତ୍ରୀମାନଙ୍କ ଆକାଂକ୍ଷା ଜିଲ୍ଲା ଗସ୍ତ : ଆକାଂକ୍ଷା ଜିଲ୍ଲାଗୁଡିକରେ ଜନକଲ୍ୟାଣ ଯୋଜନା ଏବଂ କାର୍ଯ୍ୟକ୍ରମର ବାସ୍ତବ...

କେନ୍ଦ୍ରମନ୍ତ୍ରୀମାନଙ୍କ ଆକାଂକ୍ଷା ଜିଲ୍ଲା ଗସ୍ତ : ଆକାଂକ୍ଷା ଜିଲ୍ଲାଗୁଡିକରେ ଜନକଲ୍ୟାଣ ଯୋଜନା ଏବଂ କାର୍ଯ୍ୟକ୍ରମର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ

70

– ଓଡିଶାର ୧୦ଟି ଆକାଂକ୍ଷା ଜିଲ୍ଲା ଗସ୍ତ କରିବେ ୧୦ କେନ୍ଦ୍ରମନ୍ତ୍ରୀ

– କେନ୍ଦ୍ରୀୟ ଜନକଲ୍ୟାଣ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ; ବାସ୍ତବ ସ୍ଥିତି ନିରୀକ୍ଷଣ; ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ହିତାଧିକାରୀ, ସ୍ଥାନୀୟ ସାଂସଦ, ବିଧାୟକ, ଚେୟାରମ୍ୟାନ, ସରପଂଚ ଓ ଅନ୍ୟ ଜନପ୍ରତିନିଧି ଏବଂ ପାର୍ଟୀ କାର୍ଯ୍ୟକର୍ତାଙ୍କ ସହ ବିସ୍ତୃତ ଆଲୋଚନା କରିବେ

– କେନ୍ଦ୍ରମନ୍ତ୍ରୀ ଡ.ସଞ୍ଜୀବ କୁମାର ବାଲ୍ୟାନ ଆଜି କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି

– କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୩ ରୁ ୧୬ ପର୍ଯ୍ୟନ୍ତ ୪ ଦିନିଆ ଓଡିଶା ଗସ୍ତରେ ଆସି ଢେଙ୍କାନାଳ ଜିଲ୍ଲାରେ କେନ୍ଦ୍ରୀୟ ଜନକଲ୍ୟାଣ ଯୋଜନାର ସମୀକ୍ଷା କରିବେ

– ମାଲକାନଗିରି ଜିଲ୍ଲା ଗସ୍ତ କରି ସମୀକ୍ଷା କରିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର ୧୨/୦୩ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ଭାବେ ଉତରଦାୟୀତ୍ୱର ପରିଚୟ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସରକାରଙ୍କ ସମସ୍ତ ଜନକଲ୍ୟାଣ କାର୍ଯ୍ୟର ହିସାବ ସାଧାରଣ ଜନତାଙ୍କ ନିକଟରେ ଉପସ୍ଥାପିତ କରିବା ସହିତ ଏହି ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବାର ପ୍ରୟାସ ଜାରୀ ରଖିଛନ୍ତି। ଗତ ୭ ତାରିଖରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବିଜେପି କାର୍ଯ୍ୟକର୍ତାମାନେ ଦେଶବ୍ୟାପୀ ‘ସାମାଜିକ ନ୍ୟାୟିକ ପକ୍ଷ’ ପାଳନ ଅବସରରେ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ସାଧାରଣ ଜନତାଙ୍କୁ ଅବଗତ କରାଇବା ସହ ସଚେତନ ସୃଷ୍ଟି କରୁଛନ୍ତି। ଏହି ଅବସରରେ ଅନୁନ୍ନତ ଜିଲ୍ଲା ଭାବେ ଚିହ୍ନଟ ହୋଇଥିବା ଦେଶର ଆକାଂକ୍ଷା ଜିଲ୍ଲାଗୁଡିକରେ କେନ୍ଦ୍ରମନ୍ତ୍ରୀମାନେ ଗସ୍ତ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଏବଂ କାର୍ଯ୍ୟକ୍ରମର ବାସ୍ତବ ସ୍ଥିତି ଅନୁଧ୍ୟାନ କରୁଛନ୍ତି।

କେନ୍ଦ୍ରମନ୍ତ୍ରୀ ଡ.ସଞ୍ଜୀବ କୁମାର ବାଲ୍ୟାନ ଆଜି କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୩ ରୁ ୧୬ ପର୍ଯ୍ୟନ୍ତ ୪ ଦିନିଆ ଓଡିଶା ଗସ୍ତରେ ଆସି ଢେଙ୍କାନାଳ ଜିଲ୍ଲାରେ କେନ୍ଦ୍ରୀୟ ଜନକଲ୍ୟାଣ ଯୋଜନାର ସମୀକ୍ଷା କରିବେ। ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ – ମାଲକାନଗିରି; ଶ୍ରୀ ଅର୍ଜୁନ ମୁଣ୍ଡା – କଳାହାଣ୍ଡି; ଶ୍ରୀ ପ୍ରହ୍ଲାଦ ସିଂ ପଟେଲ – ଗଜପତି; ସାଧ୍ୱୀ ନିରଂଜନା ଜ୍ୟୋତି – ବଲାଙ୍ଗୀର; ପ୍ରଫେସର ଏସ.ବାଘେଲ – ନୂଆପଡା; ସୁଶ୍ରୀ ଶୋଭା କରନ୍ଦଲାଜେ – ନବରଙ୍ଗପୁର; ଶ୍ରୀ ସୋମ ପ୍ରକାଶ – ରାୟଗଡା ଏବଂ ଡ.ଶୁଭ ସରକାର – କନ୍ଧମାଳ ଜିଲ୍ଲା ଗସ୍ତ କରିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀମାନେ କେନ୍ଦ୍ରୀୟ ଜନକଲ୍ୟାଣ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ; ବାସ୍ତବ ସ୍ଥିତି ନିରୀକ୍ଷଣ; ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ହିତାଧିକାରୀ, ସ୍ଥାନୀୟ ସାଂସଦ, ବିଧାୟକ, ଚେୟାରମ୍ୟାନ, ସରପଂଚ ଓ ଅନ୍ୟ ଜନପ୍ରତିନିଧି ଏବଂ ପାର୍ଟୀ କାର୍ଯ୍ୟକର୍ତାଙ୍କ ସହ ବିସ୍ତୃତ ଆଲୋଚନା କରିବେ। ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀମାନେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗସ୍ତ ସଂପର୍କରେ ଅବଗତ କରାଇବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.