Home Top News ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

64

ପୁରୀ ୧୧-୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ମୁଖ୍ୟମନ୍ତ୍ରୀ ନବୀନ ଆଜି ପୁରୀ ଗସ୍ତରେ ଆସି ନବ ନିର୍ମିତ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜକୁ ଉଦଘାଟନ କରିଛନ୍ତି। ଅପରାହ୍ନ ୫ ଟାରେ ମୁଖ୍ୟମନ୍ତ୍ରୀ ପୁରୀ ସଦର ବ୍ଳକ ବାଳିଗୁଆଳି ସ୍ଥିତ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ ପହଂଚି ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ସମସ୍ତ ବିଧାୟକ, ଏମପି ଯୋଗ ଦେଇଥିଲେ। ସେହିପରି ଭିଡିଓ କନ୍ଫରେନସରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସର ଛାତ୍ରଛାତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ କଥାବାର୍ତ୍ତା ହୋଇ ତାଙ୍କର ଅନୁଭୁତି ଶୁଣିଥିଲେ। ଡକ୍ଟର ହେବା ପରେ ଲୋକଙ୍କ ସେବାରେ ଲାଗିବାକୁ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେହିପରି ଓଡିଶା ସରକାରଙ୍କ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସରକାରୀ ମେଡ଼ିକାଲ କଲେଜ ୧୫ ପ୍ରତିଶତ ସଂରକ୍ଷଣ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.