Home Top News ସିଧାସଳଖ କଣ୍ଟାବାଞ୍ଜିରୁ ହାୱଡ଼ାକୁ ଗଡ଼ିଲା ଏକ୍ସପ୍ରେସ ଟ୍ରେନ

ସିଧାସଳଖ କଣ୍ଟାବାଞ୍ଜିରୁ ହାୱଡ଼ାକୁ ଗଡ଼ିଲା ଏକ୍ସପ୍ରେସ ଟ୍ରେନ

37

ବଲାଙ୍ଗୀର/କଣ୍ଟାବାଞ୍ଜି, ୧୨-୦୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସିଧାସଳଖ ହାୱଡ଼ାକୁ ଗଡ଼ିଲା ଏକ୍ସପ୍ରେସ ଟ୍ରେନ। ଆଜି କଣ୍ଟାବାଞ୍ଜି ସହରବାସୀଙ୍କ ଦୀର୍ଘ ବର୍ଷର ଦାବି ପୂରଣ ହୋଇଛି। ଏନେଇ ସ୍ଥାନୀୟ ରେଳ ଷ୍ଟେସନରେ ପୂର୍ବତନ ରେଳପଥ ସମ୍ବଲପୁର ଡିଭିଜନ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରି ସିଂଦେଓ, ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ପୂର୍ବତଟ ରେଳପଥ ସମ୍ବଲପୁର ଡିଭିଜନ ପ୍ରବନ୍ଧକ ପ୍ରଦୀପ କୁମାର ଉପସ୍ଥିତ ଥିଲେ। ସାଂସଦ ଓ ବିଧାୟକ ସବୁଜ ପତକା ଦେଖାଇବା ପରେ ବିଧିବଦ୍ଧ ଭାବେ ଇସ୍ପାତ ଏକ୍ସପ୍ରେସ କଣ୍ଟାବାଞ୍ଜିରୁ ଗଡ଼ିବା ଆରମ୍ଭ କରିଥିଲା। ଇସ୍ପାତ ଏକ୍ସପ୍ରେସ ସପ୍ତାହକୁ ୪ଦିନ ଅର୍ଥାତ ସୋମବାର, ବୁଧବାର, ଶୁକ୍ରବାର ଓ ଶନିବାର ଚାଲିବ। କୋଚ୍ ଇଣ୍ଡିକେଟର, ଫୁଟ ଓଭର ବ୍ରିଜର ମଧ୍ୟ ଆଜି ସାଂସଦ ଏବଂ ବିଧାୟକ ଉଦଘାଟନ କରିଥିଲେ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ରେଳମନ୍ତ୍ରୀ ଅଶି୍ୱନୀ ବୈଷ୍ଣବ କଣ୍ଟାବାଞ୍ଜି ଆସିଥିଲେ। ସେହି ସମୟରେ କଣ୍ଟାବାଞ୍ଜିର ଜନସାଧାରଣଙ୍କ ସହ ବିଭିନ୍ନ ସଂଗଠନର ସଦସ୍ୟମାନେ ମନ୍ତ୍ରୀଙ୍କୁ ସାକ୍ଷାତ କରି ଟିଟିଲାଗଡ଼ରୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ହାୱଡା ଇସ୍ପାତ ଏକ୍ସପ୍ରେସ ଟ୍ରେନ ସମ୍ପ୍ରସାରଣ କରିବାକୁ ଦାବି କରିଥିଲେ। ମନ୍ତ୍ରୀ କଣ୍ଟାବାଞ୍ଜିବାସୀଙ୍କ ଦାବିକୁ ଆଜି ପୂରଣ କରିଥିବା ସାଂସଦ କହିଥିଲେ। ଦୀର୍ଘ ବର୍ଷ ହେବ ସହରର ବିଭିନ୍ନ ସଂଗଠନ, ରେଳ ଉପଭୋକ୍ତା କମିଟି, ରାଇଟ ଟୁ ଫାଇଟ, ୟୁଥ ପାୱାର ଭଳି ଅନେକ ସଂଗଠନ ଏହି ଦାବି ନେଇ ରେଳରୋକ ଆନ୍ଦୋଳନ କରିବା ସହ ଅନେକ ସମୟରେ ଦାବିପତ୍ର ମାଧ୍ୟମରେ ରେଳ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ତେବେ ଏହା ଜନସାଧାରଣଙ୍କ ବିଜୟ। ମୁଁ ଭୁବନେଶ୍ୱର ଯାଉଥିବା ସମୟରେ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ଇସ୍ପାତ ଏକ୍ସପ୍ରେସ କେମିତି କଣ୍ଟାବାଞ୍ଜିରୁ ଚାଲିବ ସେ ନେଇ ଦାବି କରିଥିଲି ଏବଂ ଆଜି ଏହି ଦାବି ପୂରଣ ହୋଇଥିବାରୁ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି ବିଧାୟକ

ଶ୍ରୀ ସାଲୁଜା କହିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ସାଲୁଜା କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଥିବା ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପ୍ରଂଶସା କରିଥିଲେ। କଣ୍ଟାବାଞ୍ଜିରେ ରେଳ ବିଭାଗର ଉନ୍ନତିମୂଳକ କାମ ଯଦି ହେଇଛି ତେବେ ତାହା ପୂର୍ବତନ ବିଧାୟକଙ୍କ ଅବଦାନ। ସେ ସବୁ ସମୟରେ କଣ୍ଟାବାଞ୍ଜି ରେଳ ଷ୍ଟେସନର ବିକାଶ କେମିତି ହେବ ସେନେଇ କାମ କରିଛନ୍ତି ବୋଲି ନିଜ ବ୍ୟକ୍ତବରେ ସାଲୁଜା କହିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ଏନଏସି ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା, ବିଜେପି ଜିଲ୍ଲା ସଭାପତି ଶିବାଜି ମହାନ୍ତି, ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ, କଣ୍ଟାବାଞ୍ଜି ପ୍ରେସ କ୍ଲବ, ରାଇଟ ଟୁ ଫାଇଟ ସହ ବିଭିନ୍ନ ସଂଗଠନ, ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟା ଓ ରେଲୱେର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ଟାଉନ ପୁଲିସ ଆରପିଏଫ ଓ ଜିଆରପି ପୁଲିସ ମୁତୟନ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.