Home Top News ବିଜେଡ଼ି କାଉନସିଲରଙ୍କୁ କଳାହାଣ୍ଡି ସାଂସଦଙ୍କ ମୁଣ୍ଡକାଟ ଧମକ ଅଭିଯୋଗ

ବିଜେଡ଼ି କାଉନସିଲରଙ୍କୁ କଳାହାଣ୍ଡି ସାଂସଦଙ୍କ ମୁଣ୍ଡକାଟ ଧମକ ଅଭିଯୋଗ

45

କଳାହାଣ୍ଡି ୧୨.୦୪ (ଓଡ଼ିଆ ପୁଅ) ଜୁନାଗଡ ଏନଏସି ର ପ୍ରଥମ ବୌଠକରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ କଳାହାଣ୍ଡି ସାଂସଦ ଯିଏ ତାଙ୍କର ଗୋଡ କାଟିବାର ପ୍ରୟାସ କରିବ ତାକୁ ମୁଣ୍ଡା କାଟିଦେବାକୁ ପଛାଇବି ନାହିଁ ବୋଲି କଡା ସ୍‌ବରରେ ଧମକାଇଥିବା ଚର୍ଚ୍ଚା ହେଉଛି। ଏସଂପର୍କୀତ ଭିଡ଼ିଓ ଭାଇରାଲ ହେବାପରେ ଜୁନାଗଡ଼ ରାଜନୀତି ସରଗରମ ହୋଇପଡିଛି। ଜଣେ ନିର୍ବାଚିତ ସାଂସଦ ଅନ୍ୟ ଦଳର ନିର୍ବାଚିତ କାଉନସିଲର ମାନଙ୍କୁ ଏଭଳି ଭାବେ ଖୋଲାଖୋଲି ଧମକାଇବା ଘଟଣାକୁ ନେଇ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଗତ ୨୦୧୭ ଗ୍ରାମପଂଚାୟତ ନିର୍ବାଚନ ପରେ ପରେ ତତ୍କାଳୀନ ବିଜେପି ରାଜ୍ୟ ସଭାପତି ତଥା ନୂଆପଡା ବିଧାୟକ ଅପ୍ରତ୍ୟାଶିତ ଭାବେ କଳାହାଣ୍ଡିର କେତେକ ଜାଗାକୁ ଗୋପନୀୟ ଗସ୍ତ କରି ନିଜ କ୍ଷମତା ପ୍ରୟୋଗ କରି ୨୦୧୯ ନିର୍ବାଚନରେ ନିଜ ରାଜନୈତିକ କେରିଅର ବଂଚାଇବା ଉଦ୍ଦେଶ୍ୟରେ ସାଂସଦ ଭାବେ ଲଢିଥିଲେ। ପ୍ରବଳ ମୋଦୀ ହାୱା ସତ୍ୱେ ବିଧାୟକ ମାନଙ୍କୁ ଜିତାଇ ନପାରି କେବଳ ସାଂସଦ ଜଣେ ହିଁ ଜିତିଛନ୍ତି। ବର୍ତ୍ତମାନ ବିଜେପି କର୍ମୀ ଠାରୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ସାଂସଦଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ନିଜ ଗ୍ରାମ ନୂଅପଡାରେ ନିଜପୁଅକୁ ଏନଏସି ନିର୍ବାଚନରେ ଜିତାଇପାରିନଥିବା ଏହି ସାଂସଦ ଜୁନାଗଡ ଏନଏସି ରେ ନିଜ ଲୋକପ୍ରୀୟତାରେ ଜିତିଥିବା ଅଧ୍ୟକ୍ଷଙ୍କ ଜିତାପଟ ନିଜ ସପକ୍ଷକୁ ନେବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି। କାଉନସିଲ ବୈଠକରେ ବିଜେଡି କାଉନସିଲରମାନେ ସାଂସଦ ବସନ୍ତ ପଣ୍ଡାଙ୍କୁ ଜୁନାଗଡର କଣ ବିକାଶ କରିଛନ୍ତି, ରେଳ ଲାଇନ ସଂଯୋଗ ଇତ୍ୟାଦି ସଂପର୍କରେ ପ୍ରଶ୍ନ ପଚାରିବାରେ କ୍ରୋଧାନ୍ୱିତ ହୋଇ କାଉନସିଲର ମାନଙ୍କୁ ସିଧାସଳଖ ଭାବେ ଧମକ ପୂର୍ଣ୍ଣ ସ୍ୱରରେ କହିଥିଲେ, – ମୁଁ ନିଜ ଗୋଡରେ ଛିଡା ହୋଇଛି, ମୋର ଗୋଡକ ଯିଏ କାଟିବାକୁ ଚେଷ୍ଟା କରିବ ମୁଁ ତାର ମୁଣ୍ଡ କାଟିବାକୁ ମଧ୍ୟ ପଛଘୁଂଚା ଦେବି ନାହିଁ। ଦେଶର ପ୍ରଧାନମନ୍ତ୍ରୀ ନିଜକୁ ଦେଶର ପ୍ରଧାନ ସେବକ ବୋଲି ପରିଚୟ ଦେଉଥିବା ସହିତ ବିଜେପିର ନେତାମାନଙ୍କୁ ସାଧାରଣ ଲୋକଙ୍କ ସେବା କରିବାକୁ ଆହ୍ୱାନ ଦେଉଥିବା ବେଳେ ନିଜ ଗୋଡରେ ଠିଆହୋଇଥିବା କଳାହାଣ୍ଡି ସାଂସଦଙ୍କୁ ପ୍ରଶ୍ନ କଲେ ମୁଣ୍ଡକାଟ ଧମକ ଦେବା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ନିଜ ରାଜନୈତିକ ସ୍ଥିତି ସୁରକ୍ଷା କରୁଥିବା ରାଜନେତା କ୍ରମଶଃ ଜନସାଧାରଣରେ ଅଗ୍ରାହ୍ୟ ହେଉଥିବା ବେଳେ ଅନ୍ୟ ପ୍ରତିନିଧି ମାନଙ୍କୁ ଏଭଳି ଧମକ ଧମକ ଏବେ ରାଡନୈତିକ ନେତାମାନଙ୍କର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.