Home ଅନୁଗୁଳ ମା’ ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ୪ ଲକ୍ଷ ୮୮ ହଜାର ଟଙ୍କା

ମା’ ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ୪ ଲକ୍ଷ ୮୮ ହଜାର ଟଙ୍କା

28

ତାଳଚେର, ୧୧/୪ (ଓଡ଼ିଆ ପୁଅ) : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଗୋପାଳ ପ୍ରସାଦ ସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡିଗୁଡିକୁ ଖୋଲା ଯାଇ ଦାନ ଅର୍ଥ ସଂଗ୍ରହ କରାଯାଇଛି। ଟ୍ରଷ୍ଟବୋର୍ଡ ସଦସ୍ୟ ରାଜେନ୍ଦ୍ର କୁମାର ସିଂହ, ସନ୍ତୋଷ କୁମାର ପ୍ରଧାନ, ଗଗନ ବିହାରୀ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲା ଯାଇ ମୋଟ ଚାରି ଲକ୍ଷ ଅଠାଅଶି ହଜାର ଚାରି ଶହ ପଚାଶ ଟଙ୍କା (୪, ୮୮, ୪୫୦ଟଙ୍କା ମାତ୍ର) ସଂଗୃହୀତ ହୋଇଥିଲା। ଏଥିରେ ଧୂଳେଶ୍ୱର ବେହେରା, ପଂଚାନନ ବେହେରା, ବିନୟ କୁମାର ମହାନ୍ତି, ସିପୁନ ବାରିହା, ଜୟନ୍ତ ଦେହୁରୀ, ମଳୟ ମହାନ୍ତି, ବିଷ୍ଣୁସେନ ପତିଆର, ଜିନେଶ ସାମଲ, ସର୍ବେଶ୍ୱର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.