Home Top News ଭଦ୍ରକରେ ଶ୍ରୀରାମ ମହୋତ୍ସବ : ମୁଖ୍ୟ ରାସ୍ତାରେ ୬୧ ମେଢ଼, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ...

ଭଦ୍ରକରେ ଶ୍ରୀରାମ ମହୋତ୍ସବ : ମୁଖ୍ୟ ରାସ୍ତାରେ ୬୧ ମେଢ଼, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ସହର

89

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ) : ଭଦ୍ରକରେ ଶ୍ରୀରାମ ମହୋତ୍ସବ ପାଳନର ଅନ୍ତିମ ଚରଣରେ ନଗର ସଂକୀର୍ତ୍ତନ ଶୋଭାଯାତ୍ରା ଭାଇଚାରାର ସହର ଭଦ୍ରକରେ ସମାପନ ହୋଇଛି। ଏହି ନଗର ସଂକିର୍ତ୍ତନ ଶୋଭାଯାତ୍ରା ଥିଲା ଅଭୂତପୂର୍ବ। ପୂର୍ବରୁ ଏପରି ଶୋଭାଯାତ୍ରା ଦେଖିବାକୁ ମିଳିନଥିଲା। ସ୍ଥାନୀୟ ନେହେରୁ ଷ୍ଟାଡ଼ିୟମ ଠାରୁ ବାହାରିଥିବା ଶୋଭାଯାତ୍ରାରେ ୬୧ଟି ମେଢ଼ ଅଂଶ ଗ୍ରହଣ କରିଛନ୍ତି। ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି, ଆଜିର ଶୋଭାଯାତ୍ରାରେ ସହସ୍ରାଧିକ ମହିଳା ଓ ଯୁବତୀ ଯୋଗଦେଇଥିଲେ। ଜୟ ଶ୍ରୀରାମ, ବଜରଙ୍ଗବାଲୀକି ଜୟ ଧ୍ୱନୀରେ ଭଦ୍ରକ ସହର ପ୍ରକମ୍ପିତ ହୋଇଥିଲା।

ଅପରାହ୍ନ ୩ଟା ସମୟରେ ଶୋଭାଯାତ୍ରା ଆରମ୍ଭ ହୋଇଥିବାବେଳେ, ଗେଲପୁର, ସନ୍ଥିଆ, ବେନ୍ତାଳ. ରାନ୍ଦିଆ, ଏଲଖା, ଗେଲଟିଆ, ଗବସାହି, ଶଙ୍କରପୁର, ମଠସାହି, ବଙ୍କସାହି, ବାଉଦପୁର, ଗରଦପୁର, ଜଗନ୍ନାଥପୁର, ଜାନୁଗଞ୍ଜ, ମଠସାହି, କୁଆଁସ, ଅସ୍ଥଳ, ରାଜଘାଟ, ଅନ୍ନପାଳ, ବିଷ୍ଣୁପୁର, କୋରକୋରା, ବାଇପାସ, ଚରମ୍ପା ପ୍ରଭୃତି ବିଭିନ୍ନ ଅଞ୍ଚଳରୁ ଆସିଥିବା ୬୧ସୁସଜ୍ଜିତ ମେଢ଼ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। କେଉଁଝର ଓ ଯାଜପୁରର ମାଦଳ ବାଜା, କୁଆଖିଆର ସିଂହ ବାଜା, ଇସ୍କନ ସଂକିର୍ତ୍ତନ ମଣ୍ଡଳୀ, ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଘଣ୍ଟୁଆଳ, ସଂକୀର୍ତ୍ତନମଣ୍ଡଳୀ, ନିଜକୁ ଗୈରିକ ବେଶରେ ସଜାଇଥିବା ଯୁବକମାନଙ୍କ ଶୃଙ୍ଖଳିତ ଶୋଭାଯାତ୍ରା ଭଦ୍ରକ ସହରକୁ ଉତ୍ସବମୁଖର କରି ଗଢ଼ି ତୋଳିଥିଲା। ଏହି ଶୋଭାଯାତ୍ରା ବନ୍ତ ଛକ, କଚେରୀବଜାର, ଟାଉନହଲ ଛକ, ନୂଆବଜାର, ରାଜଘାଟ ଛକ, କଦମବେଢ଼ା, ଚନ୍ଦନବଜାର, ପୁରୁଣାବଜାର, ଲାହାପଟି, ଶଙ୍କରପୁର, ମହିଳା କଲେଜ ବାଟ ଦେଇ ଯଜ୍ଞସ୍ଥଳ ଗାନ୍ଧିପଡ଼ିଆ ଠାରେ ରାତି ୧୨.୩୦୍ୱରେ ପହଞ୍ଚି ଥିଲା।

ତେବେ ଶୋଭାଯାତ୍ରା କାଳରେ ବିଭିନ୍ନ ଛକ ସ୍ଥାନମାନଙ୍କରେ ବହୁ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରାକାରୀଙ୍କୁ ସ୍ୱାଗତ କରାଯିବା ସହ ଥଣ୍ଡା ପାନୀୟରେ ଆପ୍ୟାୟିତ କରାଯାଇଥିଲା। କେତେକ ସ୍ଥାନରେ ଖିଚୁଡ଼ି ଭୋଗ, ଗ୍ଲୁକୋଜ ପାଣି, ଥଣ୍ଡା ପାନୀୟ ମଧ୍ୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିଲା। ଥାନା ଛକ ନିକଟରେ ଭଦ୍ରକ ବିଧାୟକ ସଂଜିବ ମଲ୍ଲିକ, ରାଜ୍ୟ ବିଜେଡି ସଂପାଦକ ଲୁଲୁ ସାମଲ, ଜିଲ୍ଲା ପରିଷଦ ସଭ୍ୟ ମଳୟ ଜେନା, ପ୍ରବୀର ଜେନା, ଦିଲ୍ଲୀପ ନାୟକ, ସାହିଦ ଖାନ ଶୋଭାଯାତ୍ରକାରୀଙ୍କୁ ସ୍ୱାଗତ କରିଥିଲେ। ୧୪ମହଲା ଜମାତ୍ର ସଭାପତି ହାଜି ମହମ୍ମଦ ଅବଦୁଲ ବାରୀଙ୍କ ନେତୃତ୍ୱରେ ବହୁ ସଂଖ୍ୟାଲଘୁ ଯୁବକ ଏହି ସଂକୀର୍ତ୍ତନ ଦଳଙ୍କୁ କଚେରୀବଜାର ଠାରେ ସ୍ୱାଗତ ଜଣାଇଥିଲେ। ସେହିପରି ଟାଉନ ହଲ ଛକରେ ନୂତନ ଭାବେ ନିର୍ବାଚତ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ ନଗର ସଂକିର୍ତ୍ତନ ଶୋଭାଯାତ୍ରାକାରୀଙ୍କୁ ସ୍ୱାଗତ କରିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଭାଇଚାରାର ସହର ଭଦ୍ରକରେ ରାମନବମୀ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରୁଥିବାବେଳେ ନଗର ସଂକୀର୍ତ୍ତନରେ ମଧ୍ୟ ଅଭୂତପୂର୍ବ ନିଦର୍ଶନ ଦେଖିବାକୁ ମିଳିଛି। ଶୋଭାଯାତ୍ରା କାଳରେ ରାସ୍ତାର ଦୁଇ ପାଶ୍ୱର୍ରେ ଲକ୍ଷାଧିକ ପୁରୁଷ ମହିଳା ଉପସ୍ଥିତ ରହି ଶଂଖ, ହୁଳହୁଳି ମାଧ୍ୟମରେ ସଂକୀର୍ତ୍ତନମଣ୍ଡଳୀଙ୍କୁ ସ୍ୱାଗତ କରିଥିଲେ। ଶ୍ରୀରାମ ମହୋତ୍ସବ ସମିତିର ବରିଷ୍ଠ ଉପଦେଷ୍ଟା ମନମୋହନ ସାମଲ, ବିଷ୍ଣୁ ସେଠୀ, କମିଟିର ସଭାପତି ରାୟ ରାମାନନ୍ଦ ମହାପାତ୍ର, ସମ୍ପାଦକ ମାନସ ମହାନ୍ତି, ବଦ୍ରିନାରାୟଣ ଧଳ, ଡ଼. ପ୍ରଦୀପ ନାୟକ, ଜିଲ୍ଲା ବିଜେପି ସଭାନେତ୍ରୀ ହରପ୍ରିୟା ସାହୁ, ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢ଼ୀ, ପ୍ରାକ୍ତନ ଜିଲ୍ଲା ସଭାପତି ଅକ୍ଷୟ ସାହୁ, କଂଗ୍ରେସ ସଭାପତି ସୁବ୍ରତ ଦାସ, ନଳିନୀ ମହାନ୍ତି, ଶରତ ପଢ଼ିଆରୀ, ଜଗନ୍ନାଥ ଦାସ, ଇଂ. ହୃଶିକେଶ ଗୋସ୍ୱାମୀ, ସ୍ୱାଧିନସୁନ୍ଦର ଦାସ, ମନସ୍ମିତା ଖୁଣ୍ଟିଆ, ସୁମିତ୍ରା ପାଣୀ, ଅମ୍ବିକା ଦାସଙ୍କ ସମେତ ବହୁ ଶ୍ରଦ୍ଧାଳୁ ଉକ୍ତ ଶୋଭାଯାତ୍ରା ପରିାଳନାରେ ସହଯୋଗ କରିôଲେ।

ଏହି ନଗର ସଂକୀର୍ତ୍ତନ ଶୋଭାଯାତ୍ରା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସମଗ୍ର ସହରକୁ ପୁଲିସ ଛାଉଣୀରେ ପରିଣତ କରାଯାଇଥିଲା। ପ୍ରତ୍ୟେକ ମେଢ଼କୁ ଜଣେ ଜଷର ପୁଲିସ ଅଧିକାରୀଙ୍କ ନେତୃତ୍ୱରେ କଡ଼ା ସୁରକ୍ଷା ମଧ୍ୟରେ ନିଆଯାଇଥିଲା। ୩ ପ୍ଲାଟୁନ ରାପିଡ ଆକ୍ସନ ଫୋର୍ସଙ୍କ ସମେତ ମୋଟ ୪୩ ପ୍ଲାଟୁନ ପୁଲିସ ଫୋର୍ସ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଥିଲେ। ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଷ୍ଟ୍ରାଇକିଂ ଫୋର୍ସଙ୍କୁ ନିୟୋଜିତ କରାଯାଇଥିଲା। ସମ୍ବେନଶୀଳ ଅଞ୍ଚଳରେ ଛାତ ଉପରେ ରହି ବାଇନୋକୁଲାର ସାହାଯ୍ୟରେ ପରିସ୍ଥିତି ଉପରେ ପୁଲିସ ସତର୍କ ନଜର ରଖିଥିଲା। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ୭ଜଣ ମାଜିଷ୍ଟ୍ରେଟଙ୍କ ନେତୃତ୍ୱରେ ୩ଜଣ ଅତିରିକ୍ତ ଏସପି, ୧୦ଜଣ ଡ଼ିଏସପି, ୧୯ଜଣ ଇନ୍ସପେକ୍ଟରଙ୍କ ସମେତ ବହୁ ପଦସ୍ଥ ପୁଲିସ ଅଧିକାରୀ ଶୋଭାଯାତ୍ରାର ସୁରକ୍ଷା ବ୍ୟବସ୍ଥାକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.