Home ଜିଲ୍ଲା ପରିକ୍ରମା ସଖି ୱାନ ଷ୍ଟପ ସେଣ୍ଟର ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସଖି ୱାନ ଷ୍ଟପ ସେଣ୍ଟର ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

20

ପୁରୀ ୧୨.୦୪ (ଓଡ଼ିଆ ପୁଅ) ସଖି ୱାନ ଷ୍ଟପ ସେଣ୍ଟର ( SHAKHI One Stop Centre ) ପୁରୀ ଦ୍ୱାରା ପ୍ରାୟୋଜିତ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିଷେଧ ସଚେତନତା କାର୍ଯକ୍ରମ କଣାସ ସ୍ଥିତ ଦୟା ବିହାର ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଦୟା ବିହାର ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ବିଶ୍ୱାଳ ଅଧକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବରେ ଶିଶୁସୁରକ୍ଷା ଅଧିକାରୀ ଶ୍ରୀ ଶୁଭନାରାୟଣ ଶତପଥି ଓ ସମ୍ମାନିତ ଅତିଥି ଭାବରେ ଆକ୍ସନ ଏଡ଼ର ଜ଼ିଲ୍ଲା ବାଲ୍ୟ ବିବାହ ସଂଯୋଜିକା ସୁମିତା ରାଣୀ ଘୋଷ, ପ୍ରଧ୍ୟାପିକା ଲଷ୍ମୀପ୍ରିୟା ନାୟକ ଯୋଗ ଦେଇ ଶିଶୁ ସୁରକ୍ଷା ଅନ୍ତର୍ଗତ ଯୋଜନା ସମୂହ ଓ ବାଲ୍ୟ ବିବାହ ଆଇନ ଉପର ଆଲୋଚନା କରିଥିଲେ। ବାଲ୍ୟ ବିବାହ ରୋକିବା ଓ ଶିଶୁ ସୁରକ୍ଷାରେ ଛାତ୍ର ଛାତ୍ରୀଙ୍କର ଭୂମିକା ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ। ସଖି ୱାନ STOP ସେଣ୍ଟର ପୁରୀର ପ୍ରଶାସିକା ଶ୍ରୀମତୀ ବିଜୟଲକ୍ଷ୍ମୀ ବଡ଼ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦେବସ୍ମିତା ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ଶିଶୁ ସୁରକ୍ଷାରେ ବ୍ରତୀ ରହି ନିଜ ଅଂଚଳରେ ଶିଶୁ ମାନଙ୍କର ସୁରକ୍ଷା ଓ ସର୍ବୋତ୍ତମ ସ୍ୱାର୍ଥ ପୂରଣ ଦିଗରେ ଯଥା ସାଧ୍ୟ ପ୍ରୟାଶ କରିବା ସହ ସେମାନଙ୍କ ଅଂଚଳରେ ଶିଶୁ ମାନଙ୍କର ଅଧିକାରର ସୁରକ୍ଷା, ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ଅତ୍ୟାଚାର ରୋକିବା ନିମନ୍ତେ ସହଯୋଗ କରିବା ପାଇଁ ଶପଥ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.