ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଆଇନଜୀବୀ ସଂଘର ଆଲୋଚନା

ନବରଙ୍ଗପୁର ୧୩-୯ (ଓଡ଼ିଆ ପୁଅ/କିଶୋର ପଟ୍ଟନାୟକ) ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଜିଲ୍ଳା ଆଇନଜିବୀ ସଂଘ ପକ୍ଷରୁ ସିଡିଏମଅଙ୍କ ସହ ଆଲୋଚନା କରାଯାଇଛିି। ସିଡିଏମଅ ସରୋଜ ବେହେରାଙ୍କ ସହ ସଂଘର ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ସଂଘ ପକ୍ଷରୁ ବିଭିନ୍ନ ସମସ୍ୟାକୁ ନେଇ ଉଥ୍ପାନ କରାଯିବାସହ ଏହାର ସମାଧାନ ପାଇଁ ବିଭିନ୍ନ ପରାମର୍ଶ ଦିଆଯାଇଥିଲା। ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ କରିବା, ବିନା ଅନୁମତିରେ ଦୀର୍ଘ ବର୍ଷ ଧରି କାର୍ଯ୍ୟକ୍ଷେତ୍ରରେ ଅନୁପସ୍ଥିତ ରହିଥିବା ଡାକ୍ତରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା, ସହରରେ ଜରୂରୀ କାଳୀନ ଚିକିତ୍ସା ପାଇଁ ଏକ ଦିବା ରାତ୍ରୀ ଡିସ୍ପନସେରୀ ଖୋଲିବା, ନୂତନ ଆମ୍ବୁଲେନ୍ସ ବ୍ୟବସ୍ଥା କରିବା…

"ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଆଇନଜୀବୀ ସଂଘର ଆଲୋଚନା"

ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ବିଜେପି ପକ୍ଷରୁ ଦାବିପତ୍ର

ନବରଙ୍ଗପୁର ୧୩-୬ (ଓଡ଼ିଆ ପୁଅ) ନବରଙ୍ଗପୁର ଜିଲ୍ଲା ବି ଜେ ପି ପକ୍ଷରୁ ମଙ୍ଗଳବାର ଦିନ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ୧୦ ଦଫା ଦାବି ପତ୍ର ସିଡିଏମଅଙ୍କୁ ପ୍ରଦାନ କରାଯାଇଛି। ଦଳର ଏକ ପ୍ରତିନିଧି ଦଳ ନବରଙ୍ଗପୁର ସିଡିଏମଅ ସରୋଜ କୁମାର ନାୟକଙ୍କୁ ଭେଟି ଏହି ଦାବି ପତ୍ର ପ୍ରଦାନ କରିଛନ୍ତି। ଏଥିରେ ମୁଖ୍ୟତଃ ସଦର ଚିକିତ୍ସାଳୟରେ ଡାକ୍ତର ପଦବୀ ପୂରଣ, ଡାକ୍ତରଖାନା ପରିସରରେ ସ୍ୱତନ୍ତ୍ର କେବିନ ବ୍ୟବସ୍ଥା କରିବା, ଶଯ୍ୟା ସଂଖ୍ୟା ବୃଦ୍ଧି, ସହର ମଧ୍ୟରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲିବା, ବିଭିନ୍ନ ଯନ୍ତ୍ର ଉପକରଣ ଗୁଡିକର ପରିଚାଳନା ପାଇଁ ଟେକନିସିଆନ ନିଯୁକ୍ତି କରିବା ଆଦି ଦାବି ରହିଛି। ଆସନ୍ତା ୨୦ ଦିନ…

"ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ବିଜେପି ପକ୍ଷରୁ ଦାବିପତ୍ର"

ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କ ସଡକ ଦୁର୍ଘଟଣା

ନବରଙ୍ଗପୁର ୧୧-୯ (ଓଡ଼ିଆ ପୁଅ/କିଶୋର ପଟ୍ଟନାୟକ) ନବରଙ୍ଗପୁରର ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କ ସଡକ ଦୁର୍ଘଟଣା ଘଟିଛି। ଶ୍ରୀ ମାଝୀ ମଇଦଲପୁର ନିକଟସ୍ଥ ମାଝିଗୁଡା ଗ୍ରାମରୁ ନବରଙ୍ଗପୁର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଆଜି ସକାଳେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିଜ ଗାଡିରେ ସେ ନବରଙ୍ଗପୁର ବାହାରିଥିଲେ। ରାସ୍ତାରେ ଝିଟିକିଗୁଡା ଗ୍ରାମ ନିକଟରେ ଏକ ଅଟୋକୁ ବଞ୍ଚେଇବାକୁ ଯାଇ ଗାଡିଟି ଓଲଟି ପଡିଥିଲା। ତେବେ ଶ୍ରୀ ମାଝୀ ଆହତ ହୋଇଥିବାବେଳ ତାଙ୍କ ଡ୍ରାଇଭରଙ୍କ ହାତରେ ଗୁରୁତର ଆଘାତ ଲାଗିଥିବା ଜଣା ପଡିଛି। ଆହତ ଅବସ୍ଥାରେ ଝିଟିକିଗୁଡା ଗ୍ରାମବାସୀ ଶ୍ରୀ ମାଝୀଙ୍କୁ ପ୍ରାଥମିକ ଚିକିତ୍ସା କରେଇ ମେଡିକାଲକୁ ପଠାଇବାପରେ ବର୍ତ୍ତମାନ…

"ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କ ସଡକ ଦୁର୍ଘଟଣା"

ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ବିଜେପି ପକ୍ଷରୁ ଦାବିପତ୍ର

ନବରଙ୍ଗପୁର ୧୧-୬ (ଓଡ଼ିଆ ପୁଅ/କିଶୋର ପଟ୍ଟନାୟକ): ନବରଙ୍ଗପୁର ଜିଲ୍ଲା ବି.ଜେ.ପି ପକ୍ଷରୁ ମଙ୍ଗଳବାର ଦିନ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ୧୦ ଦଫା ଦାବି ପତ୍ର ସିଡିଏମଓ ଙ୍କୁ ପ୍ରଦାନ କରାଯାଇଛି। ଦଳର ଏକ ପ୍ରତିନିଧି ଦଳ ନବରଙ୍ଗପୁର ସିଡିଏମଓ ସରୋଜ କୁମାର ନାୟକଙ୍କୁ ଭେଟି ଏହି ଦାବି ପତ୍ର ପ୍ରଦାନ କରିଛନ୍ତି। ଏଥିରେ ମୁଖ୍ୟତଃ ସଦର ଚିକିତ୍ସାଳୟରେ ଡାକ୍ତର ପଦବୀ ପୂରଣ, ଡାକ୍ତରଖାନା ପରିସରରେ ସ୍ୱତନ୍ତ୍ର କେବିନ ବ୍ୟବସ୍ଥା କରିବା, ଶଯ୍ୟା ସଂଖ୍ୟା ବୃଦ୍ଧି, ସହର ମଧ୍ୟରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲିବା, ବିଭିନ୍ନ ଯନ୍ତ୍ର ଉପକରଣ ଗୁଡିକର ପରିଚାଳନା ପାଇଁ ଟେକନିସିଆନ ନିଯୁକ୍ତି କରିବା ଆଦି ଦାବି ରହିଛି। ଆସନ୍ତା ୨୦ ଦିନ…

"ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ବିଜେପି ପକ୍ଷରୁ ଦାବିପତ୍ର"

ଭାରତ ବନ୍ଦ ପାଳନ ନବରଙ୍ଗପୁରରେ ସଂମ୍ପୂର୍ଣ୍ଣ ସଫଳ

ନବରଙ୍ଗପୁର ୧୦-୬ (ଓଡ଼ିଆ ପୁଅ/କିଶୋର ପଟ୍ଟନାୟକ) ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଦିଆଯାଇଥିବା ବନ୍ଦ ଡାକରା ନବରଙ୍ଗପୁର ଜିଲ୍ଲାରେ ସଂପୂର୍ଣ୍ଣ ସଫଳ ହୋଇଥିବା ଦେଖିବାକୁ ମିଳିଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବନ୍ଦ ପାଳନ କାର୍ଯ୍ୟକ୍ରମ ସକାଳ ୬ ଘଣ୍ଟାଠାରୁ ଆରମ୍ଭ ହୋଇଥିଲା। ସଦର ମହକୁମାରେ ଦୋକାନ ବଜାର ସମେତ ଗାଡି ମଟର ଚଳାଚଳ ବନ୍ଦ ରହିଛି। ସୋମବାର ଦିନ ସାପ୍ତାହୀକ ବଜାର ରହିଥିବାବେଳେ ବଜାର ମଧ୍ୟ ସଂମ୍ପୂର୍ଣ୍ଣ ବନ୍ଦ ରହିଛି। କଂଗ୍ରେସ କର୍ମୀମାନେ କଂଗ୍ରେସ ଅଫିସ ସମ୍ମୁଖରେ ୨୬ ନଂ ଜାତୀୟ ରାଜପଥରେ ବହୁ…

"ଭାରତ ବନ୍ଦ ପାଳନ ନବରଙ୍ଗପୁରରେ ସଂମ୍ପୂର୍ଣ୍ଣ ସଫଳ"

ଆର୍ନ୍ତଜାତୀୟ ମାନବାଧିକାର ସମିତି ପକ୍ଷରୁ ସଚେତନତା

ନବରଙ୍ଗପୁର ୧୧-୬ (ଓଡ଼ିଆ ପୁଅ/କିଶୋର ପଟ୍ଟନାୟକ) ନବରଙ୍ଗପୁର ଆର୍ନ୍ତଜାତୀୟ ମାନବାଧିକାର ସମିତି ଶାଖା ପକ୍ଷରୁ ମାନବାଧିକାର ସଂମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ନବରଙ୍ଗପୁର ଜିଲ୍ଲା ଦୌରା ଜର୍ଜ ରାଜେନ୍ଦ୍ର ପ୍ରସାଦ ପାଣିଗ୍ରହୀ ଯୋଗ ଦେଇଥିଲେ। ଓକିଲ ସଂଘ ସଭାପତି ନରସିଂହ ତ୍ରୀପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ରେଜିଷ୍ଟ୍ରାର ମନୋରଞ୍ଜନ ଦାଶ, ସମିତିର ରାଜ୍ୟ ସଭାପତି ସସ୍ମୀତା ଦାଶ, ଲାଇନ୍ସ କ୍ଲବ ସଭାପତି ତଥା ବିଶିଷ୍ଟ ସମାଜ ସେବୀ ଜଗନ୍ନାଥ ମହାପାତ୍ର, ବାର ସଂପାଦକ ରାମ ପ୍ରସାଦ ପାତ୍ର ଓ ସମିତିର ସ୍ଥାନୀୟ ଶାଖା ସଭାପତି ମଧୁସୂଦନ ସାହୁ ମଞ୍ଚାସୀନ ହୋଇଥିଲେ। ମୁଖ୍ୟ…

"ଆର୍ନ୍ତଜାତୀୟ ମାନବାଧିକାର ସମିତି ପକ୍ଷରୁ ସଚେତନତା"

ମହିଳା ଚାଷୀ ଆତ୍ମହତ୍ୟା ଅଭିଯୋଗ ଘଟଣା: କ୍ଷତି ପୂରଣ ଦେବାକୁ ବିଜେପିର ଦାବି

ନବରଙ୍ଗପୁର ୧୧-୬ (ଓଡ଼ିଆ ପୁଅ/କିଶୋର ପଟ୍ଟନାୟକ) ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଆଉଁଳିଗୁମାରେ ମହିଳା ଚାଷୀ ଆତ୍ମହତ୍ୟା ଅଭିଯୋଗ ଘଟଣାରେ ବିଜେପି ମୁହଁ ଖୋଲିଛି। ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ଏ ସଂକ୍ରାନ୍ତରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବି.ଜେ.ପି ଜିଲ୍ଲା ସଭାପତି ଗୋବିନ୍ଦ ଜୈନ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଯୁବ ମୋର୍ଚ୍ଚା ସଭାପତି କାହ୍ନୁ ଦାଶ ଯୋଗଦେଇ ଆମ୍ôହତ୍ୟା କରିଥ୍ôବା ମହିଳା ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଶୁକ୍ରବାର ଦିନ ଆଉଁଳିଗୁମାର ମାଧବ ମୁଦୁଲିଙ୍କ ସ୍ତ୍ରୀ ପଦ୍ନା ମୁଦୁଲି(୪୨) ବିଷଖାଇବାରେ ପ୍ରଥମେ ଇନ୍ଦ୍ରାବତୀ ଓ ପରେ ନବରଙ୍ଗପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥ୍ôଲା। ତେବେ ଚିକିସ୍ôାଧ୍ôନ ଅବସ୍ଥାରେ…

"ମହିଳା ଚାଷୀ ଆତ୍ମହତ୍ୟା ଅଭିଯୋଗ ଘଟଣା: କ୍ଷତି ପୂରଣ ଦେବାକୁ ବିଜେପିର ଦାବି"

ବିଜୁ ଜନତା ଦଳର ନବରଙ୍ଗପୁର ଜିଲ୍ଲା ସଂଯୋଜକ ଭାବେ ପ୍ରମୋଦ କୁମାର ପାଢ଼ୀ ନିଯୁକ୍ତ

ଭୁବନେଶ୍ୱର ୧୦-୯ (ଓଡ଼ିଆ ପୁଅ) – ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ନବରଙ୍ଗପୁର ଜିଲ୍ଲା ସଂଯୋଜକ ଭାବେ ପ୍ରମୋଦ କୁମାର ପାଢ଼ୀଙ୍କୁ ନିଯୁକ୍ତି ଦେଇଛନ୍ତି। ଶ୍ରୀ ପାଢ଼ୀ ବିଜୁ ଜନତା ଦଳର ନବରଙ୍ଗପୁର ଜିଲ୍ଲା ସଭାପତିଙ୍କ ସହ ମିଶି କାର୍ଯ୍ୟ କରିବାକୁ ସଭାପତି ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଦଳର ରାଜ୍ୟ ସଂପାଦକ ଶ୍ରୀ ବିଜୟ ନାୟକ ଏକ ପ୍ରେସ୍‌ଇସ୍ତାହାରରେ ଜଣାଇଛନ୍ତି।

"ବିଜୁ ଜନତା ଦଳର ନବରଙ୍ଗପୁର ଜିଲ୍ଲା ସଂଯୋଜକ ଭାବେ ପ୍ରମୋଦ କୁମାର ପାଢ଼ୀ ନିଯୁକ୍ତ"

ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରୀପାଠୀଙ୍କ ଶ୍ରାଦ୍ଧ ଦିବସ

ନବରଙ୍ଗପୁର ୧୦-୯ (ଓଡ଼ିଆ ପୁଅ/କିଶୋର ପଟ୍ଟନାୟକ) ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରୀପାଠୀଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ପୌରପାଳିକା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଯୋଗଦେଇ ପାର୍କ ପରିସରରେ ଥିବା ସଦାଶିବ ତ୍ରୀପାଠୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପରିକ୍ଷୀତ ସେଠୀ, ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷା ବାସନ୍ତି ସୌରା, ଉପାଧ୍ୟକ୍ଷ ଅର୍ଜୁନ ତ୍ରୀପାଠୀ, ବରିଷ୍ଠ ଆଇନଜିବୀ ପ୍ରକାଶ ଚନ୍ଦ୍ର ମିଶ୍ର, ମଞ୍ଜୁଳା ମାଝୀ, ମୁଖ୍ୟମନ୍ତ୍ରୀଙ୍କ ନାତି କେଦାର ତ୍ରୀପାଠୀ, ପ୍ରଧ୍ୟାପକ ଡଃ ବିଜୟ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକକୁ ଉପାଧ୍ୟକ୍ଷ ଅର୍ଜୁନ ତ୍ରୀପାଠୀ ପରିଚାଳନା କରିଥିବାବେଳେ…

"ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରୀପାଠୀଙ୍କ ଶ୍ରାଦ୍ଧ ଦିବସ"

୧୦ରେ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ନବରଙ୍ଗପୁର ୭-୯ (ଓଡ଼ିଆ ପୁଅ/କିଶୋର ପଟ୍ଟନାୟକ) ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସ ଆଗାମୀ ୧୦ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ। ଏ ସଂମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ପି ସି ସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଯୋଗଦେଇ ରାଫେଲ ଯୁଦ୍ଧ ଜାହାଜ କିଣାରେ ଦୁର୍ନୀତି ଓ ଏହାଦ୍ୱାରା ଅଭିଭକ୍ତ କୋରାପୁଟକୁ ହେଉଥିବା କ୍ଷତି ସଂମ୍ପର୍କରେ ସୂଚନା ଦେଇଥିଲେ। କେନ୍ଦ୍ର ସରକାର ୩୬ ଗୋଟି ରାଫେଲ କିଣିବାରେ ରାଜକୋଷକୁ ୪୧, ୨୦୫ଟଙ୍କା କ୍ଷତି ପହଞ୍ଚିଛି। ସଂପୃକ୍ତ ଜାହାଜ ନିର୍ମାଣର ଦୀର୍ଘ ବର୍ଷର ଅଭିଜ୍ଞତା ରହିଥିବା ରାଷ୍ଟ୍ରାୟତ କମ୍ପାନୀ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ (ଏଚଏଏଲ)କୁ ଅଣଦେଖା କରି ଏକ ଘୋରେଇ କମ୍ପାନୀକୁ…

"୧୦ରେ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ"