Home ଜିଲ୍ଲା ପରିକ୍ରମା ସତନାମୀ ଧର୍ମର ପ୍ରତିଷ୍ଠାତା ସନ୍ତ ଶିରୋମଣି ଶ୍ରୀ ଶ୍ରୀ ଗୁରୁ ଘାସିଦାସ ବାବା ଜୟନ୍ତୀ ପାଳିତ

ସତନାମୀ ଧର୍ମର ପ୍ରତିଷ୍ଠାତା ସନ୍ତ ଶିରୋମଣି ଶ୍ରୀ ଶ୍ରୀ ଗୁରୁ ଘାସିଦାସ ବାବା ଜୟନ୍ତୀ ପାଳିତ

95

ନବରଙ୍ଗପୁର ୧୮/୧୨ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଆଜି ପାପଡାହାଣ୍ଡି ସତନାମୀ ସମାଜ ତରଫରୁ ସତନାମୀ ଧର୍ମ ର ପ୍ରତିଷ୍ଠାତା ସନ୍ତ ଶିରୋମଣି ଶ୍ରୀ ଶ୍ରୀ ଗୁରୁ ଘାସିଦାସ ବାବା ଜୟନ୍ତୀ ପାଳିତ ହୋଇଯାଇଛି। ସନ୍ତ ଶିରୋମଣି ଶ୍ରୀ ଶ୍ରୀ ଗୁରୁ ଘାସିଦାସ୧୮୫୬ ମସିହା ଛତିଶଗଡ଼ର ଗିରୌଦପୁରୀ ଧାମରେ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଯେତେବେଳେ ୧୪ ବର୍ଷ ହୋଇଥିଲା ସେହି ସମୟରେ ଛାତା ପାହାଡ଼ରେ ଯାଇ ତପସ୍ୟା କରି ଜ୍ଞାନ ପ୍ରାପ୍ତି ହୋଇ ସତନାମୀ ଧର୍ମ ପ୍ରଚାର ଓ ପ୍ରସାର କରିଥିଲେ। ତାଙ୍କରି ଅନୁଗାଇମାନେ ଦେଶର ବିଭିନ୍ନ ସ୍ଥାନରେ ଆଜି ବସବାସ କରି ଆସୁଛନ୍ତି। ଆଜି ଦେଶର ବିଭିନ୍ନ ସ୍ଥାନରେ ବାବାଙ୍କ ୨୬୬ ତମ ଜନ୍ମ ବାର୍ଷିକ ପାଳନ କରାଯାଉଛି। ତନ ମଧ୍ୟରୁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ଗ୍ରାମ ଠାରେ ସତନାମୀ ସମାଜ ତରଫରୁ ଆଜି ବାବାଙ୍କ ଜନ୍ମଦିନ ପାଳନ କରାଯାଇଛି। ସତନାମୀ ସମାଜର ଭଣ୍ଡାରୀ ଶ୍ରୀ କୁର୍ତ୍ତୀ ସତନାମୀଙ୍କ ତତ୍ୱାବଧାନ ରେ ଆଜି ବାବାଙ୍କ ମନ୍ଦିର ପାଖରେ ସବୁ ସତନାମୀ ଭାଇ ଓ ଭଉଣୀ ମାନେ ସାଦା ପଷାକ ପରିଧାନ କରି ହେମନ୍ତ ଓ ସେବତୀ ସତନାମୀଙ୍କ ଘରୁ ଝଣ୍ଡା ବାହାର କରି ସାହି ପରିକ୍ରମା କରାଇଥିଲେ। ସାହି ପରିକ୍ରମା ସମୟରେ ବାବାଙ୍କ ପନ୍ଥୀ ଗୀତ ଗାନକରି ଝଣ୍ଡା କୁ ସ୍ୱାଗତ କରାଯାଇ ବାବା ଙ୍କ ମନ୍ଦିର ପରିସର କୁ ଅଣାଯାଇ ଥିଲା। ଏହାପରେ ଗାୟତ୍ରୀ ଦାସ ଓ ପ୍ରମିଳା ସତନାମୀ ବାବାଙ୍କ ଝଣ୍ଡା କୁ ମନ୍ଦିର ଭିତରକୁ ପାଛଟି ନେଇ ପାରମ୍ପରିକ ରୀତିନୀତି ରେ ଭଣ୍ଡାରୀ ପୂଜା ପ|ଠ କରି ଜ୍ୟୋତ ଖାମ ଠାରେ ମଣ୍ଡନ କରାଇଥିଲେ। ଏହି ଅବସରରେ ପାପଡାହାଣ୍ଡି ସତନାମୀ ସମାଜ ସହ ଜଡିତ କଷମିଗୁଡା, ବରିଗୁମା, ଉମରକୋଟ, ମାଲକାନଗିରି, କାକୁଡିଆମ, ତଣ୍ଡା, ଜୟପୁର, ନବରଙ୍ଗପୁର ଓ କଟପାଡ଼ ଗ୍ରାମ ର ସତନାମୀ ଭାଇ ଭଉଣୀ ମାନେ ବହୁ ସଂଖ୍ୟାରେ ଯଗ ଦେଇଥିଲେ। ପାପଡାହାଣ୍ଡି ସତନାମୀ ସମାଜ ର ଯୁବ ଗୋଷ୍ଠୀ ତଥା ରଶ୍ମୀକାନ୍ତ, ସୀମା, ଲିପୁ, ସିଵା, ତ୍ରିପତି, ଶୁଭମ, ପ୍ରିତମ, କ୍ରିଷ୍ଣା, ମିତ୍ର, ସନ୍ତସ ପ୍ରମୁଖ ଏହି କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ତୁଲାଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନବୀନ, ଭୋଳା, ଚିତ୍ରସେନ, ରବିଚନ୍ଦ୍ର, ହରିଶଙ୍କର, ରସାନନ୍ଦ, ବସନ୍ତ, ରମେଶ, ମିତ୍ରଭାନୁ, ମାଲୁରାମ, ସକାଳ ସାମ୍ବାଦିକ ପ୍ରବୀଣ କୁମାର ସତନାମୀ, ଶମ୍ଭୁ, ଲାଲୁ, ଯୀଶୁ, ମିଟୁ, ସାମୁ, ସତ୍ୟ, ସାବନ, ମୁନୁ, ଵୃଷବ, କମଲଶାଇ, ରାଧେ, ଦୁଃର୍ଜ, ଫୁଲଦାସ, ସମଦୁ ଉପସ୍ଥିତ ଥିଲେ। `

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.