Home ଜିଲ୍ଲା ପରିକ୍ରମା ବୋଲେରୋ ଦୁର୍ଘଟଣା ୨ ଆହତ

ବୋଲେରୋ ଦୁର୍ଘଟଣା ୨ ଆହତ

40

ନବରଙ୍ଗପୁର ୧୮/୧ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ଝାଲିଆଗୁଡା ଜଙ୍ଗଲ ମଧ୍ୟରେ ବୁଧବାର ସନ୍ଧ୍ୟାରେ ବୋଲେରୋ ଦୁର୍ଘଟଣା ଘଟି ୨ ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଡାବୁଗାଁ – ଉମରକୋଟ ରାଜ୍ୟ ରାଜପଥ-୩୯ ଉପରେ ଏକ ବୋଲେରୋ ନିଓ ଗାଡି ନଂ ଓଡି ୨୪ ଏଚ ୮୩୮୬ ଯୋଗେ ଡାବୁଗାଁ ରୁ ନିଜ ଘର ଚାରଗାଁ ଗ୍ରାମକୁ ଯାଉଥିବା ବେଳେ ଝାଲିଆଗୁଡା ଜଙ୍ଗଲ ମଧ୍ୟରେ ଭାରସାମ୍ୟ ହରାଇ ଏକ ଗଛ ସହ ପିଟି ହୋଇଥିଲା। ଏଥିରେ ଥିବା ଚାରଗାଁ ଗ୍ରାମର ଡ୍ରାଇଭର ବାସୁଦେବ ପୂଜାରୀ (୨୯) ଓ ସାଥି ଇନ୍ଦ୍ର ଗୌଡ (୨୧) ଆହତ ହୋଇଛନ୍ତି। ଖବରପାଇ ଡାବୁଗାଁ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ, ସହ-ନିରୀକ୍ଷକ ବିଜୁରାମ ବାଗ ଓ ସହ-ଉପ-ନିରୀକ୍ଷକ ବିଜୟ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଥାନା ଗାଡିରେ ନେଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି। ଗାଡିଟି ନଷ୍ଟ ହୋଇ ଯାଇ ଥିବାବେଳେ ଦୁଇ ଜଣ ଙ୍କ ଜୀବନ ମ୍ରୁତ୍ୟୁ ମୁଖରୁ ବଞ୍ଚିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.