Home ଓଡ଼ିଶା ସନ୍ଦେହ ଘେରରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ସନ୍ଦେହ ଘେରରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

58

ନବରଙ୍ଗପୁର ୧-୨ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ସୋରିଷପଦର ଗ୍ରାମ ନିକଟରେ ଏକ ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି। ଗତକାଲି ଅପରାହ୍ନ ସମୟରେ ସୋରିଷପଦର ଗ୍ରାମ ନିକଟସ୍ଥ ଏକ ପାଣି ଟାଙ୍କି ନିକଟରେ ଥିବା ତେନ୍ତୁଳିଗଛ ତଳେ ଯୁବତୀର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଯୁବକ ଜଣଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୋଲିସ ଉଦ୍ଧାର କରିଛି। ଘଟଣାଟି ପ୍ରେମଜନିତ ହୋଇଥିବା ବେଳେ କାରଣ ଅସ୍ପଷ୍ଟ ଅଛି। ସୂଚନା ଅନୁଯାଇ ପାପଡାହାଣ୍ଡି ଥାନା ଅନ୍ତର୍ଗତ ତଣ୍ଡାଗୁଡା ଗ୍ରାମର କମଳସିଂ ଅମାନତ୍ୟ (୨୦) ନିକଟସ୍ଥ ଗ୍ରାମ ସୋରିଷପଦର ଗ୍ରାମର ଜଣେ ନାବାଳିକା(୧୭) ଙ୍କୁ ଭଲ ପାଇ ଆସୁଥିଲା। ଗତ କାଲି ରାତ୍ରରୁ ଉଭୟ ପୁଅ ଓ ଝିଅ ଦୁଇଜଣ ଘରୁ ବାହାରି ଯାଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ଏପଟେ ଗତକାଲି ଅପରାହ୍ନ ୧ ଘଣ୍ଟା ସମୟରେ ସୋରିଷପଦରର ପାଣି ଟାଙ୍କି ପଛପଟେ ଏକ ତେନ୍ତୁଳି ଗଛ ତଳେ ଦୁଇଜଣ ପ୍ରେମୀ ଯୁଗଳଙ୍କୁକୁ ଅଚେତ ଅବସ୍ଥାରେ ଗ୍ରାମବାସୀ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଂଚିବା ପରେ ଯୁବକ ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହେଉଥିବା ବେଳେ ଯୁବତୀ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ଯୁବକକୁ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଏବଂ ପରେ କୋରାପୁଟ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ପଠାଯାଇଛି। ଝିଅର ମୃତ ଦେହକୁ ପୋଲିସ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଦେଇଛି। ପୋଲିସ ଘଟଣା ସ୍ଥଳରେ ପାରିପାର୍ଶିକ ସ୍ଥିତିକୁ ଅନୁଧ୍ୟାନ କରିବା ବେଳେ ଦେଖିବାକୁ ମିଳିଛି ଯେ ଯୁବତୀର ମୃତଦେହ ନିକଟରେ ଖଣ୍ଡିଆ ଓଢଣୀରେ ଗଣ୍ଠିପଡି ଅଛି ଏବଂ ବଳକା ଓଢଣୀ ତେନ୍ତୁଳି ଗଛ ଉପରେ ଲାଗିଅଛି। ଏପଟେ ଯୁବକ ଜଣକ ନିକଟରେ ଏକ ବ୍ଲେଡ ପଡ଼ିଥିବା ବେଳେ ବେକ କାଟି ରକ୍ତ ଜୁଡୁବୁଡୁ ହୋଇ ଅଚେତ ଅବସ୍ଥାରେ ପଡିରହିଥିଲା। ପୋଲିସ ଝିଅର ମା କୁ ପଚରାଉଚୁରା କରୁଥିବା ବେଳେ, ମୃତ ଯୁବତୀ ବେକରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି, ହେଲେ ଗଛରୁ ମୃତ ଦେହ କୁ କିଏ ଆଉ କେଉଁ ପରିସ୍ଥିତିରେ ତଳକୁ ଓଲ୍ହାଇଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ଏପଟେ ପୋଲିସ ତନାଘନା କରୁଥିଲେ ହେଁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିନଥିବା ଜଣାପଡିଛି। ଗତକାଲି ସନ୍ଧ୍ୟାରେ ଏକ ସାଇଣ୍ଟିଫିକ ଦଳ ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ପାପଡାହାଣ୍ଡି ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କ ନେତୃତ୍ୱରେ ପାପଡାହାଣ୍ଡି ଥାନା ସହ ନୀରିକ୍ଷକ ହରିହର ଭତରା ଏବଂ ଲାବଣ୍ୟ ବେମାଲ ପ୍ରମୁଖ ଘଟଣାର ତଦନ୍ତ କରୁଥିବା ପୋଲିସ ସୂତ୍ରରୁ ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.