Home ଜିଲ୍ଲା ପରିକ୍ରମା ପାପଡାହାଣ୍ଡି ବିଇଓଙ୍କୁ ଦେଲେ ପାପଡାହାଣ୍ଡି ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ୩ଦଫା ଦାବି ପତ୍ର

ପାପଡାହାଣ୍ଡି ବିଇଓଙ୍କୁ ଦେଲେ ପାପଡାହାଣ୍ଡି ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ୩ଦଫା ଦାବି ପତ୍ର

41

ନବରଙ୍ଗପୁର ୨୧-୧୧ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପାପଡାହାଣ୍ଡି ତରଫରୁ BEO ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୩ ଦଫା ଦାବିନେଇ ଏକ ଦାବିପତ୍ର ପ୍ରଦାନ କରିବା କାର୍ଜ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି। ଗତ କାଲି ଅପରାହ୍ନ ଏକ ଘଂଟିକା ସମୟରେ ପାପଡାହାଣ୍ଡି ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର କର୍ମକର୍ତା ଓ ବ୍ଲକ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ BEO ଅଫିସରେ ଏକତ୍ରିତ ହୋଇଥିଲେ ଏବଂ ପରବର୍ତ୍ତୀ କାର୍ଯ୍ୟକ୍ରମ ଓ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା। ଏହି ସଭାକୁ ବ୍ଲକ ସଭାପତି ଅଶୋକ ମୁକୁନ୍ଦ ସଭାପତିତ୍ୱ କରିଥିଲେ ଏବଂ ସନ୍ତୋସ ଖଡ଼ଗରାୟ ଦାବିପତ୍ରରେ ଥିବା ଦାବି ଗୁଡିକୁ ପୁଙ୍ଖାନୁପୁଙ୍ଖ ଉପସ୍ଥାପନ କରିଥିଲେ। ସେଗୁଡିକ ହେଲା ୧, ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ଠିକା ନିଯୁକ୍ତି ପ୍ରକ୍ରିୟା ବନ୍ଦ ସହ ୬ ବର୍ଷ ଠିକା କାଳକୁ ମୂଳ ଚାକିରୀରେ ଗଣନା, ୨ ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ୩ ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ। ଏହି ଦାବି ଗୁଡିକୁ ରଖି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ BEO ବୀରେନ୍ଦ୍ର କୁମାର ପାଢ଼ୀଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜଗନ୍ନାଥ ବେହେରା, ଅଜିତ କୁମାର ମଣ୍ଡଳ, ପବିତ୍ର ମୋହନ ମାଝୀ, ଶଙ୍କର ବେହେରା, ଜଗଦୀଶ ସାସମଲ, ରମେଶ ଚନ୍ଦ୍ର ମାଝୀ, ମନୋଜ ମାଝୀ, ସୁଦାମ ସେଠି, ସନ୍ଦୀପ ଜେନା, ସଂଘ ଉପଦେଷ୍ଠା ପୁର୍ଣ ଚନ୍ଦ୍ର ପାଢ଼ୀ, ସୁବାସ ଘଣ୍ଟ, ସୁବାସ ଚନ୍ଦ୍ର ଚର୍ଚ୍ଚି ଉପସ୍ଥିତ ଥିଲେ। ଏହି ଦାବିଗୁଡିକୁ ଶୀଘ୍ର ପୂରଣ ନ କରାଗଲେ ଆଗାମୀ ଦିନ ରେ ଏହା ମହା ଆନ୍ଦୋଳନ ର ରୂପ ନେବ ବୋଲି ବ୍ଲକ ସଭାପତି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.