ପାଇକ ବିଦ୍ରୋହ ୨୦୦ ବର୍ଷ ଉପଲକ୍ଷେ ଖୋର୍ଦ୍ଧା ରେଳ ଜଙ୍କସନ୍କୁ ବକ୍ସିଙ୍କ ନାମରେ ନାମିତ କରିବାକୁ ନୂଆ ରେଳମନ୍ତ୍ରୀଙ୍କ ପାଖରେ ସମାଜବାଦୀ ପାର୍ଟିର ଦାବୀ

ଭୁବନେଶ୍ୱର, ୬/୯ (ଓଡ଼ିଆ ପୁଅ) : ପାଇକ ବିଦ୍ରୋହର ୨୦୦ ବର୍ଷ ସ୍ମୃତିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ବେଶ୍ ଗୁରୁତ୍ୱର ସହିତ ପାଳନ କରୁଛନ୍ତି। ଗତ ଜୁଲାଇ ୨୦ ତାରିଖ ଦିନ ଜାତୀୟସ୍ତରରେ ପାଇକ ବିଦ୍ରୋହର ସ୍ମୃତି ସମାରୋହରେ ନୂଆଦିଲ୍ଲୀଠାରେ ତକ୍ରାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଏବଂ ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି। ଓଡ଼ିଶା ସରକାର ମଧ୍ୟ ୧୮୧୭ ମସିହାର ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ ସ୍ୱୀକୃତି ଦେଇ ଏହାକୁ କେନ୍ଦ୍ରୀୟ ସ୍ତରରେ ଗ୍ରହଣ କରିବା ପାଇଁ ଦାବୀକରି ଏକ କ୍ୟାବିନେଟ୍…

"ପାଇକ ବିଦ୍ରୋହ ୨୦୦ ବର୍ଷ ଉପଲକ୍ଷେ ଖୋର୍ଦ୍ଧା ରେଳ ଜଙ୍କସନ୍କୁ ବକ୍ସିଙ୍କ ନାମରେ ନାମିତ କରିବାକୁ ନୂଆ ରେଳମନ୍ତ୍ରୀଙ୍କ ପାଖରେ ସମାଜବାଦୀ ପାର୍ଟିର ଦାବୀ"

ବିଦ୍ୟାର୍ଥୀ ପରିଷଦର ସଭାପତି ପ୍ରାର୍ଥୀ ବିକାଶ ବେହେରା

ଖୋରଧା ୫/୯ (ଓଡ଼ିଆ ପୁଅ): ସ୍ଥାନୀୟ ଗୀତା ଭବନ ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଖୋର୍ଦ୍ଧା ଶାଖା ତରଫରୁ ପ୍ରଣନାାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ପାଇଁ ପ୍ରାର୍ଥୀ ଚୟନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ବିଦ୍ୟାର୍ଥୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ବୀରେନ୍ଦ୍ର ପ୍ରସାଦ ସାହୁ ଅଧ୍ୟକ୍ଷତା କରି କହିଲେ ବିଦ୍ୟାର୍ଥୀ ପରିଷଦ ହେଉଛି ଦେଶର ଏକ ସର୍ବବୃହତ୍ ରାଷ୍ଟ୍ରବାଦୀ ଛାତ୍ର ସଂଗଠନ ଯିଏ କି ଜ୍ଞାନ, ଚରିତ୍ର ଏବଂ ଏକତାକୁ ଗୁରୁତ୍ୱ ଦେଇ ଦେଶର ଛାତ୍ର ଶକ୍ତିକୁ ରାଷ୍ଟ୍ର ଶକ୍ତିରେ ପରିଣତ କରିବା ପାଇଁ ତାର ଅବିରତ ଚେଷ୍ଟା ଜାରୀ ରଖିଛି। ଏହି ବୈଠକରେ ବିଦ୍ୟାର୍ଥୀ ପରିଷଦର ପ୍ରଣନାଥ କଲେଜ ୟୁନିଟି…

"ବିଦ୍ୟାର୍ଥୀ ପରିଷଦର ସଭାପତି ପ୍ରାର୍ଥୀ ବିକାଶ ବେହେରା"

ବୋଲଗଡ଼:ହାଇସ୍କୁଲରେ ମିଶିଯିବ 9,ନୋଡାଲ ଓ ପ୍ରାଥମିକ ବିଦ୍ୟାଳୟ

ଖୋର୍ଦ୍ଧା .ବୋଲଗଡ଼ 4/9(ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ରାଜ୍ୟର 1603 ସରକାରୀ  ଉଚ୍ଚ  ପ୍ରାଥମିକ  ବିଦ୍ୟାଳୟ ( ୟୁପି  ସ୍କୁଲ) କୁ ନିକଟସ୍ଥ  ହାଇସ୍କୁଲରେ ମିଶାଇ  ଦିଆଯାଇଛି  |ସେପ୍ଟେମ୍ବର  1ରୁ ସାରା ରାଜ୍ୟରେ  ନୂଆ ନିୟମ  କାର୍ଯ୍ୟକାରୀ  ହେବାକୁ  ଥିବାବେଳେ ସେପ୍ଟେମ୍ବର 15 ସୁଦ୍ଧା  ନୋଡାଲକୁ  କାର୍ଯ୍ୟକାରୀ କରିବାଲାଗି ବିଦ୍ୟାଳୟ ଓ ଗଣଶିକ୍ଷା  ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି |ଏହି ପରିପ୍ରେକ୍ଷୀରେ  ବୋଲଗଡ ଶିକ୍ଷା  ମଣ୍ଡଳ  ଅନ୍ତଗର୍ତ  9ଗୋଟି ନୋଡାଲ ଓ ପ୍ରାଥମିକ ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟରେ ମିଶିବା  ନେଇ ସୂଚନା ମିଳିଛି |ମିଳିଥିବା  ସୂଚନା ଅନୁସାରେ  ମାଣିକଗଡା ବାଞ୍ଛାନିଧି  ମଇ ବିଦ୍ୟାଳୟ ଗଦାଧର  ଏକାଡେମୀରେ  ମିଶ୍ରଣ  ହେବାକୁ ଥିବାବେଳେ ଟାଙ୍ଗି  ସାହି ମଧୁସୂଦନ ଉଚ୍ଚ ନୋଡାଲ ବିଦ୍ୟାଳୟ ରଘୁନାଥ…

"ବୋଲଗଡ଼:ହାଇସ୍କୁଲରେ ମିଶିଯିବ 9,ନୋଡାଲ ଓ ପ୍ରାଥମିକ ବିଦ୍ୟାଳୟ"

ସାଧନା ଶିଳ୍ପ ତାଲିମ କେନ୍ଦ୍ରରେ ସ୍ୱାଗତ ସମ୍ବର୍ଦ୍ଧନା

  ଖୋର୍ଦ୍ଧା.ବୋଲଗଡ ତା ୩୦/୮(ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକର ଘରୋଇ ସାଧନା ଶିଳ୍ପ ତାଲିମ କେନ୍ଦ୍ରରେ ବୁଧବାର ନୁତନ ଛାତ୍ରଛାତ୍ରୀମାନଙ୍କର ପ୍ରବେଶ ଉସôବ ତଥା ସ୍ୱାଗତ ସଂବର୍ଦ୍ଧନ   ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତାଲିମ କେନ୍ଦ୍ରର ଶତାଧିକ ଛାତ୍ରଛାତ୍ରୀ ,ସମେତ ତାଲିମକେନ୍ଦ୍ରର ତାଲିମ ଶିକ୍ଷକ ପ୍ରଭୃତି ଉପସ୍ଥିତ ଥିଲେ ।ତାଲିମ କେନ୍ଦ୍ରର ପ୍ରତିଷ୍ଠାତା ମାଧବ ଚନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବରେ ମୁଖ୍ୟଅତିଥିରୂପେ ଖୋର୍ଦ୍ଧା ସହକାରୀ ଜିଲ୍ଲାପାଳ ନୀଣକଣ୍ଠ ବେହେରା ଯୋଗଦେଇ ଛାତ୍ରଅଛାତ୍ରୀମାନେ ନିଷ୍ଠାର ସହ ତାଲିମ ଗ୍ରହଣ କରି ନିଜ ଜୀବନକୁ ଗଢି ତୋଳିବାକୁ ଆହ୍ୱାନ ଦେବା ସହ ଶିଳ୍ପ ତାଲିମ ଦ୍ୱାରା ବେକାରି ଦୂରୀକରଣ ସମ୍ଭବ…

"ସାଧନା ଶିଳ୍ପ ତାଲିମ କେନ୍ଦ୍ରରେ ସ୍ୱାଗତ ସମ୍ବର୍ଦ୍ଧନା"

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଦୁଇ ଜିଲ୍ଲାର ସୀମାନ୍ତ ରାସ୍ତା ଜାମୁସାହି-କୁଳାସର ସମିତି ରାସ୍ତା

ଖୋର୍ଦ୍ଧା.ବୋଲଗଡ  ୩୦/୮(ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା) କେନ୍ଦ୍ର ଓ ରାଜ୍ୟସରକାର ଗ୍ରାମାଂଚଳରେ ଗମନାଗମନର ବିକାଶ ପାଇଁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଅର୍ଥ ମଂଜୁର କରୁଛନ୍ତି । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ ବ୍ଳକର ସୀମାନ୍ତ ଅଂଚଳ ଗୋପାଳପୁର ପଂଚାୟତର ଜାମୁସାହି ଠାରୁ ନୟାଗଡ ଜିଲ୍ଲା କୁଳାସର ପଂଚାୟତର କୁଳାସରଗ୍ରାମକୁ ସଂଯୋଗ କରାଯାଇଥିବା ପଂଚାୟତ ସମିତି ରାସ୍ତା ଦୀର୍ଘ ବର୍ଷ ଧରି ମରାମତି ହୋଇନଥିବାରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଯାହା ଫଳରେ ସମ୍ପୃକ୍ତ ଅଂଚଳ ଛାତ୍ରଛାତ୍ରୀମାନେ ସ୍କୁଲ ଓ କଲେଜ ,ସ୍ୱାସ୍ଥ୍ୟସେବାପାଇଁ ଜନସାଧାରଣ. ୧୦୮ଆମ୍ବୁଲାନସ , ଅଗ୍ନୀଶମ ସେବା ଭଳି ଜରୁରୀକାଳିନ ସେବା ପାଇବାରେ ଜନସାଧାରଣ ବିଫଳ ହେଉଛନ୍ତି । ରାସ୍ତାର ଶୋଚନୀୟ ଅବସ୍ଥା…

"ପ୍ରଶାସନର ଦୃଷ୍ଟି ଆଢୁଆଳରେ ଦୁଇ ଜିଲ୍ଲାର ସୀମାନ୍ତ ରାସ୍ତା ଜାମୁସାହି-କୁଳାସର ସମିତି ରାସ୍ତା"

ଇନ୍ଦିରା ଆବାସ କାନ୍ଥ ଭୁଶୁଡି ବାପ ପୁଅ ମୃତ

ଖୋର୍ଦ୍ଧା ୨୯/୮ (ଓଡ଼ିଆ ପୁୁଅ /ଜୟେନ୍ଦ୍ର ବେହେରା)ଖୋର୍ଦ୍ଧା  ଜିଲ୍ଲା ବୋଲଗଡ଼ ବ୍ଳକ ମାଣିବନ୍ଧ ଆଦିିିବାସୀ  ସାହିରେେ  ଆଜି ଏକ  ଇନ୍ଦିରା ଆବାସ ଘରର  କାନ୍ଥ ଭୁଶୁଡି ପଡିିବାରୁ  ଏଥିରେ  ବାପ-ପୁଅଙ୍କ ମୃତ୍ୟ ଘଟିଛି। ମୃତକଦ୍ୱୟ ହେଲେ ପ୍ରକାଶ ଦେେହୁରୀ ( ୪୫)  ଓ ତାଙ୍କ ସାନ ପୁଅ ସୁମନ୍ତ  ଦେହୁରୀ (୧୦)। ସେହିପରି  ଏହି ଦୃଘଟଣାରେ  ବଡପୁଅ  ରଞ୍ଜନ  ଦେହୁରୀ (୧୨) ଗୁରୁତର  ଆହତ  ହୋଇଛନ୍ତି। ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତରାତିରେ  ଏହି 3ଜଣ ନିଜର  ନବନିର୍ମିତ  ଇନ୍ଦିରା ଆବାସ ଘରେ  ଶୋଇଥିଲେ। ଗତଦୁଇଦିନ ଧରି ଲଗାଣ  ବର୍ଷା ଯୋଗୁ  ଏହି ଭୋର  ପ୍ରାୟ 5 ଟାରେ  ପ୍ରକାଶଙ୍କ  ଏକ ଝାଟିମାଟି ଘରର କାନ୍ଥ ଏହି ଇନ୍ଦିରା ଆବାସ…

"ଇନ୍ଦିରା ଆବାସ କାନ୍ଥ ଭୁଶୁଡି ବାପ ପୁଅ ମୃତ"

ଦୁଃଷ୍କର୍ମ ଅଭିଯୁକ୍ତ ଙ୍କୁ ୨ବର୍ଷ ପରେ ଗିରଫ କଲା ପୋଲିସ

ଖୋର୍ଦ୍ଧା.ବୋଲଗଡ,୨୫ା୮(ଓଡିଆପୁଅ-ଜୟେନ୍ଦ୍ର ବେହେରା)-ଖୋର୍ଦ୍ଧା ଜିଲା ବୋଲଗଡ ଥାନା ଅଧିନ ସଂପୁର ଗ୍ରାମରେ ଗତ ୨ବର୍ଷ ତଳେ ଜନୈକା ମହିଳାଙ୍କୁ ଦଃୁଷ୍କର୍ମ ହୋଇଥିବାର ଅଭି ଯୋଗ ବୋଲଗଡ ଥାନାରେ ହୋଇଥିଲା । ଅଭି ଯୋଗ କ୍ରମେ ବୋଲଗଡ ଥାନା କେସନଂ ୬୬/୧୫ ଆଇପିସି ୩୭୬ ,୨୯୪,୫୦୬ ରେ ମାମଲା ରୁଜୁ ହୋଇଥିଲା । ତେବେ ଅଭିଯୁକ୍ତ ସଂପୁର ଗ୍ରାମର ବିନ ବସ୍ତି (୫୦)ସେହିଦିନ ଠାରୁ ଫେରାର ଥିବାର ପୋଲିସ ଦର୍ଶାଇଥିଲା । ମାତ୍ର ଏହି ମାମଲାର ଅଭିଯୁକ୍ତଙ୍କୁ ୨ବର୍ଷ ପରେ ପୋଲିସ ଗିରଫ କରି ଶୁକ୍ରବାର ଖୋର୍ଦ୍ଧା କୋର୍ଟକୁ ଚାଲାଣ କରିଛି । ପୋଲିସ ସୁତ୍ରରୁ ପ୍ରକାଶ ଯେ ,ସଂପୁର ଗ୍ରାମ ସ୍ଥିତ ଏକ ମନ୍ଦିର ପରିସରରେ ଜନୈକା…

"ଦୁଃଷ୍କର୍ମ ଅଭିଯୁକ୍ତ ଙ୍କୁ ୨ବର୍ଷ ପରେ ଗିରଫ କଲା ପୋଲିସ"

କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପତ୍ର – ବରୁଣେଇ ଦୂର୍ଗ ନିକଟରେ ପ୍ରସ୍ତାବିତ ଜାତୀୟ ସ୍ମାରକୀ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରିବାକୁ ସଂସ୍କୃତି ମନ୍ତ୍ରଣାଳୟକୁ ଟିମ ପଠାଇବାକୁ କଲେ ଅନୁରୋଧ

– ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ସ୍ଥାନ ଚିହ୍ନଟ କରିବ ସଂସ୍କୃତି ମନ୍ତ୍ରଣାଳୟର ଟିମ ନୂଆ ଦିଲ୍ଲୀ ଭୁବନେଶ୍ୱର, ୨୪ ଅଗଷ୍ଟ (ଓଡ଼ିଆ ପୁଅ) – ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତି ଅବସରରେ ବରୁଣେଇ ଦୂର୍ଗ ନିକଟରେ ପ୍ରସ୍ତାବିତ ଜାତୀୟ ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସହ ସମନ୍ୱୟରେ ଉପଯୁକ୍ତ ସ୍ଥାନ ଚିହ୍ନଟ କରିବାକୁ ସଂସ୍କୃତି ମନ୍ତ୍ରଣାଳୟ ଏକ ଟିମ ପଠାଉ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ. ମହେଶ ଶର୍ମାଙ୍କୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ଶ୍ରୀ ଶର୍ମାଙ୍କୁ ଏକ ପତ୍ର ଲେଖି ଉପରୋକ୍ତ ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ…

"କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପତ୍ର – ବରୁଣେଇ ଦୂର୍ଗ ନିକଟରେ ପ୍ରସ୍ତାବିତ ଜାତୀୟ ସ୍ମାରକୀ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରିବାକୁ ସଂସ୍କୃତି ମନ୍ତ୍ରଣାଳୟକୁ ଟିମ ପଠାଇବାକୁ କଲେ ଅନୁରୋଧ"

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମ ଖିଲାପ : ୨୨ଟି କ୍ରସର୍‌ ସିଲ୍‌ କଲା ପ୍ରଶାସନ

ଖୋର୍ଧା 24/8 (ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା) : ପ୍ରଦୂଷଣ ନିୟନ୍ତ୍ରଣ ନିୟମ ଅମାନ୍ୟ କରି ଖୋର୍ଧା ଜିଲ୍ଲାରେ ଗଢ଼ି ଉଠିଥିବା କ୍ରସର୍‌ ମିଲଗୁଡ଼ିକ ଏବେ ବିପଦରେ ପଡ଼ିଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଖୋର୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କ୍ରସର୍‌ ମିଲଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସୋମବାର ଖୋର୍ଧା ତହସିଲ ଅଞ୍ଚଳରେ ଥିବା ଆଇନ ଖିଲାପକାରୀ ଏଭଳି ୨୨ଟି କ୍ରସର୍‌ ମିଲକୁ ସିଲ୍‌ କରାଯାଇଛି। ଆଗାମୀ ଦିନରେ ମଧ୍ୟ ପ୍ରଶାସନ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଉପଜିଲ୍ଲାପାଳ ସରୋଜ କୁମାର ସାହୁ କହିଛନ୍ତି। ତେବେ ୫ ମାସ ମଧ୍ୟରେ ଏହାକୁ ମିଶାଇ ମୋଟ ୧୯୫ଟି…

"ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମ ଖିଲାପ : ୨୨ଟି କ୍ରସର୍‌ ସିଲ୍‌ କଲା ପ୍ରଶାସନ"

￰୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା .3 ମୃତ

ଖୋର୍ଦ୍ଧା 24/8(ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଳା ର ଗଡ଼ଖୋର୍ଦ୍ଧା ନିକଟ 16 ନମ୍ବର ଜାତୀୟ ରାଜପଥରେ  ଏକ ହାଇୱଆଁ ମାଡି  ଯିବାରୁ  3ଜଣଙ୍କର ମୃତ୍ୟ ଘଟିଛି  |ମୁହାଁମୁହିଁ  ଧକା  ହେଵା ପରେ ହାଇୱେଟି ଟ୍ରାକ୍ଟର  ଉପରେ   ଚଢହି  ଯାଇଥିଲା  ଘଟଣା  ସ୍ଥଳରେ  ହିଁ  3 ଜଣଙ୍କ  ମୃତ୍ୟୁ  ହୋଇଥିଲା  |ପୁଲିସ  ମୃତ ଶବକୁ  ଜବତ  କରି  ବ୍ୟବଚ୍ଛେଦ  ପାଇଁ ପଠାଇଛି

"￰୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା .3 ମୃତ"