Home ଓଡ଼ିଶା ଖୋର୍ଦ୍ଧା ରାଜନୀତି: ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ..

ଖୋର୍ଦ୍ଧା ରାଜନୀତି: ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ..

50

ଭୁବନେଶ୍ୱର/ଖୋର୍ଦ୍ଧା: ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗତ ଥରର ଖୋର୍ଦ୍ଧା ବିଜେପି ବିଧାୟକ ପାର୍ଥି କାଳୁଚରଣ ଖଣ୍ଡେଇତରାୟ ପଞ୍ଚାୟତ ନିର୍ବାଚନ ପାଇଁ ନିଜର କର୍ମିମାନଙ୍କୁ ଆହ୍ଵାନ ଦେଇଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଏଥିପାଇଁ ପୂର୍ଣ୍ଣମାତ୍ରାରେ ସହଯୋଗ କରି ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବା ପାଇଁ କହିଛନ୍ତି। ଏଥିପାଇଁ ବିଧିବଧ ଭାବରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ (ମଳିପଡା) ଠାରେ ନିଜର ରଣନୀତି ଆରମ୍ଭ କରିଛନ୍ତି କାଳୁ ଖଣ୍ଡେଇତରାୟ। ଏଥିସହିତ କୋୖଣସି ମିଥ୍ୟା ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ସମସ୍ତ କର୍ମିମାନଙ୍କୁ ଅନୁରୋଧ କରିଛନ୍ତି। କାଳୁ ଖଣ୍ଡେଇତରାୟ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଉଛନ୍ତି ବୋଲି ଏବେ କିଛିଦିନ ହେଲା ଖୋର୍ଦ୍ଧା ଅଞ୍ଚଳରେ ଏକ ଚର୍ଚ୍ଚା ଜୋର୍ ଧରିଥିଲା। ସେହି ଚର୍ଚ୍ଚାକୁ ଖଣ୍ଡନ କରି ତାହା କେବଳ ଏକ ଗୁଜବ ବୋଲି ଜଣାଇବା ପାଇଁ କାଳୁ ଖଣ୍ଡେଇତରାୟ ଏପରି କହିଥିବା ଜଣାପଡ଼ିଛି।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.