Home Top News ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତ ରୂପ ନେବାପରେ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି, ଏହି...

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତ ରୂପ ନେବାପରେ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି, ଏହି ଜିଲ୍ଲାଗୁଡ଼ିକୁ ରେଡ୍‌, ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ – ପ୍ରବଳ ବର୍ଷିବ – ରୁହନ୍ତୁ ସତର୍କ

226

ଭୁବନେଶ୍ୱର ୧୩ ସେପ୍ଟେମ୍ବର (ଓଡ଼ିଆ ପୁଅ) ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତ ରୂପ ନେବା ପରେ, ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଚାନ୍ଦବାଲି ଦେଇ ଅତିକ୍ରମ କରିଛି, ଆଜି ସକାଳ ସୁଦ୍ଧା ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିଛି। ଏହା ଗତକାଲି ୨୩୩୦ ଘଣ୍ଟା IST ତଥ୍ୟ ଉପରେ ଆଧାର କରି ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଉପକୂଳ ଏବଂ ସଂଲଗ୍ନ ଓଡ଼ିଶା ଉପକୂଳରେ ଗତ ୬ ଘଣ୍ଟା ମଧ୍ୟରେ ୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି ଏବଂ ଚାନ୍ଦବାଲିର ଦକ୍ଷିଣ-ପୂର୍ବରେ ୬୦ କିଲୋମିଟର, ପାରାଦୀପର ପୂର୍ବ-ଉତ୍ତର-ପୂର୍ବରେ ଦିଗରୁ ୪୦ କିଲୋମିଟର ଦୂରରେ ଥିଲା।

ଏହା ଫଳରେ ୧୨-୯ ସକାଳ ୦୮୩୦ ରୁ ୧୩-୦୯- ସକାଳ ୮-୩୦ ମଧ୍ୟରେ ଭୁବନେଶ୍ୱରରେ ୧୯୩.୦ ମିମି, ପାରାଦୀପରେ ୨୧୮.୦ ମିମି ଏବଂ ପୁରୀରେ ସର୍ବାଧିକ ୩୨୯.୦ ମିମି ବର୍ଷା ରେକର୍ଡ଼ କରାଯାଇଛି।

ଏହା ଫଳରେ ଆଜି ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏ ନେଇ ଭୂବନେଶ୍ୱର ପାଣିପାଗ ୫ଟି ଜିଲ୍ଲାକୁ ରେଡ୍ ଆଲର୍ଟ, ୭ ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୧୧ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି। ତେବେ

ଆଜି ରାଜ୍ୟରେ ୫ଟି ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରୀ

ରାଜ୍ୟରେ ୫ଟି ଜିଲ୍ଲା ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ଏବଂ ବରଗଡ଼ ଏହି ପାଞ୍ଚଟି ଜିଲ୍ଲାଗୁଡ଼ିକପାଇଁ ରେଡ ଆଲର୍ଟ ଜାରୀ କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହି ଜିଲ୍ଲାଗୁଡ଼ିକରେ ଜନସାଧାରଣଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଏହି ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ବର୍ଷା ପାଣି ଭରିଯିବାର ସମ୍ଭାବନା ରହିଛି। ଏପରିକି କେତେକ ସ୍ଥାନରେ ସ୍ଥାନୀୟ ବନ୍ୟା ହେବାର ମଧ୍ୟ ଚେତାବନୀ ଦେଇଛି ବିଭାଗ। ଅସୁରକ୍ଷିତ କୋଠା ପାଇଁ ସତର୍କ ରହିବାକୁ କୁହାଯାଇଛି। କଚା ରାସ୍ତା ଧୋଇଯିବାର ସମ୍ଭାବନା ରହିଛି ଏହା ବ୍ୟତୀତ ସହରାଞ୍ଚଳରେ ଜଳମଗ୍ନଯୋଗୁଁ ଟ୍ରାଫିକ୍ ସମସ୍ୟା ଦେଖଯିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

ଆଜି ପାଇଁ ଅରେଞ୍ଜ ୱାର୍ଣ୍ଣିଂ
ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଦ, କେନ୍ଦୁଝର, ଢେଙ୍କାନାଳ ଏବଂ କଟକ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କଚା ରାସ୍ତା ଧୋଇଯିବାର ସମ୍ଭାବନା ରହିଛି ଏହା ବ୍ୟତୀତ ସହରାଞ୍ଚଳରେ ଜଳମଗ୍ନଯୋଗୁଁ ଟ୍ରାଫିକ୍ ସମସ୍ୟା ଦେଖଯିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ସହ କେତେକ କ୍ଷେତ୍ରରେ ଉଦ୍ୟାନ କୃଷି ଫସଲ, ପନିପରିବାର କ୍ଷତି ହେବାର ସମ୍ଭାବନା ଅଛି।

ୟେଲୋ ୱାର୍ଣ୍ଣିଂ
ଅପର ପକ୍ଷରେ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଦା, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ମୟୁରଭଞ୍ଜ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.