Home ଖୋର୍ଦ୍ଧା ୧୨୮ ତମ କ୍ଷେତ୍ରବାସୀ ଜୟନ୍ତୀ ଓ ୬୪ ତମ ସାମ୍ବତ୍ସରିକ ଉତ୍ସବ

୧୨୮ ତମ କ୍ଷେତ୍ରବାସୀ ଜୟନ୍ତୀ ଓ ୬୪ ତମ ସାମ୍ବତ୍ସରିକ ଉତ୍ସବ

44

ଖୋର୍ଦ୍ଧା, ୨/୨ (ଓଡ଼ିଆ ପୁଅ/ଦୀପକ ପ୍ରଧାନ) : ଏସିଆ ମହାଦେଶର ସର୍ବ ପୂରାତନ ଗ୍ରାମୀଣ ବିଗ୍ୟାନ ମହାବିଦ୍ୟାଳୟ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ କ୍ଷେତ୍ରବାସୀ ରାଉତରାୟଙ୍କ ୧୨୮ତମ ଜୟନ୍ତୀ ଅବସରରେ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟ ୧୨୮ତମ କ୍ଷେତ୍ରବାସୀ ଜୟନ୍ତୀ ଓ ୬୪ତମ ସାମ୍ବସ୍ଛରିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡଃ ପ୍ରତିଭାମୟୀ ମିତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ପ୍ରଦୀପ୍ତ ଦାଶ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗୈ।ରହରିଦାଶ, ଟାଙ୍ଗି ତହସିଲଦାର ଜନ୍ମେଜୟ ସାହୁ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ସଂଜୟ କୁମାର ମହାପାତ୍ର ଯୋଗଦେଇ ମହାବିଦ୍ୟାଳୟ ପ୍ରତିଷ୍ଠାତା ସ୍ୱର୍ଗତ ରାଉତରାୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ମତ ପ୍ରତିପାଦନ କରିଥିଲେ। ମହାବିଦ୍ୟାଳୟରେ ଦୀର୍ଘ ୨୫ବର୍ଷ ଧରି କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ଅତିଥି ମାନେ। ଏହି ଉତ୍ସବରେ ଅଧ୍ୟାପକ ଡଃ ମୃତ୍ୟୁଜଂୟ ରଥ ମଂଚ ପରିଚାଳନା କରିଥିବାବେଳେ ଅଧ୍ୟାପକ ଚନ୍ଦନ ମିଶ୍ର ଓ ଅନ୍ୟମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.